ETV Bharat / state

ତହସିଲଦାରଙ୍କ ବଦଳି ଦାବିରେ ଗର୍ଜିଲେ ଆଇନଜୀବୀ - କଣ୍ଟାପଡ଼ା ଆଇନଜୀବୀ ସଙ୍ଘର ପ୍ରତିବାଦ

କଣ୍ଟାପଡ଼ା ଆଇନଜୀବୀ ସଙ୍ଘର ପ୍ରତିବାଦ । ତହସିଲଦାରଙ୍କ ବଦଳି ଏବଂ ଖାଲି ପଡିଥିବା ଅତିରିକ୍ତ ତହସିଲଦାରଙ୍କ ନିଯୁକ୍ତି ଦାବିରେ ଧାରଣା । ଅଧିକ ପଢନ୍ତୁ

କଣ୍ଟାପଡ଼ା ଆଇନଜୀବୀ ସଙ୍ଘର ପ୍ରତିବାଦ
କଣ୍ଟାପଡ଼ା ଆଇନଜୀବୀ ସଙ୍ଘର ପ୍ରତିବାଦ
author img

By

Published : Jul 8, 2023, 11:16 AM IST

କଣ୍ଟାପଡ଼ା ଆଇନଜୀବୀ ସଙ୍ଘର ପ୍ରତିବାଦ

କଟକ: କଣ୍ଟାପଡ଼ା ଆଇନଜୀବୀ ସଙ୍ଘର ପ୍ରତିବାଦ । ତହସିଲଦାରଙ୍କ ବଦଳି ଏବଂ ଖାଲି ପଡିଥିବା ଅତିରିକ୍ତ ତହସିଲଦାରଙ୍କ ନିଯୁକ୍ତି ଦାବିରେ ଧାରଣା ଦେଇଛି ଓକିଲ ସଂଘ । ଶୁକ୍ରବାର ଓକିଲ ସଂଘ କଣ୍ଟାପଡ଼ା ତହସିଲ ସମ୍ମୁଖରେ ପ୍ରତିବାଦ ଏବଂ ଧାରଣା ଦେଇ ତଦସିଲଦାରଙ୍କ ବିରୋଧରେ ନାରାବାଜି କରିଛି ।

ସୂଚନା ଅନୁସାରେ, ଗତ ସାତ ମାସ ହେବ କଟକ ଜିଲ୍ଲା କଣ୍ଟାପଡ଼ା ତହସିଲ କାର୍ଯ୍ୟାଳୟରେ ଅତିରିକ୍ତ ତହସିଲଦାରଙ୍କ ପଦବୀ ଖାଲି ପଡ଼ିଛି । କଟକ ଜିଲ୍ଲା ପ୍ରଶାସନ ଏହି ପଦବୀ ପୂରଣ କରୁନଥିବା କାରଣରୁ କଣ୍ଟାପଡ଼ା ଆଇନଜୀବୀ ସଂଘ ପକ୍ଷରୁ ପଦବୀ ପୂରଣ ଲାଗି ୫-ଟି ସଚିବ ଏବଂ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଇ-ମେଲ୍ ମାଧ୍ୟମରେ ଅଭିଯୋଗ କରିଥିଲେ । ହେଲେ ଅଭିଯୋଗ କରିଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ଦାବି ପୂରଣ ହେଉନଥିବାରୁ ଆଇନଜୀବୀ ସଂଘ ପ୍ରତିବାଦ କରିବା ସହ ଧାରଣା ଦେଇଛି ।

କଣ୍ଟାପଡ଼ା ଆଇନଜୀବୀ ସଂଘ ସଭାପତି ଆର୍ତ୍ତତ୍ରାଣ ରୟ କହିଛନ୍ତି, ‘‘କଣ୍ଟାପଡ଼ା ବ୍ଲକ ଅଧିନରେ ୧୫ ଗୋଟି ଗ୍ରାମ ପଞ୍ଚାୟତ ରହିଛି । ଏହି ପଞ୍ଚାୟତ ସାଧାରଣ ଜନତା କଣ୍ଟାପଡ଼ା ତହସିଲ କାର୍ଯ୍ୟାଳୟ ଉପରେ ଭରସା କରିଥାନ୍ତି । କିନ୍ତୁ ଅତିରିକ୍ତ ତହସିଲଦାରଙ୍କ ନିଯୁକ୍ତି ନହେବା କାରଣରୁ ସରକାରୀ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି କଣ୍ଟାପଡ଼ା ଅଞ୍ଚଳବାସୀ । ସେହିପରି କଣ୍ଟାପଡ଼ା ଅଞ୍ଚଳରେ ଜମିବାଡ଼ି ସମ୍ପର୍କିତ ମାମଲା ମଧ୍ୟ ମାସ ମାସ ଧରି ପଡିରହୁଛି । ତଦସିଲଦାରଙ୍କ ଅବହେଳା କାରଣରୁ ଗୋଟିଏ ବି କାର୍ଯ୍ୟକାରୀ ହୋଇପାରୁନାହିଁ । ବର୍ତ୍ତମାନ ତହସିଲଦାର ଆଇନଜୀବୀଙ୍କ କାର୍ଯ୍ୟରେ ସହଯୋଗ କରୁନାହାନ୍ତି । ଯାହାଫଳରେ ଜନସାଧାରଣ ସରକାରୀ କାର୍ଯ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି । ଏହାକୁ ନେଇ ବାରମ୍ବାର ପ୍ରତିବାଦ କଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବାରୁ ବାଧ୍ୟ ହୋଇ ଆନ୍ଦୋଳନପନ୍ଥା ଅବଲମ୍ବନ କରିଛୁ । ’’

ସେ ଆହୁରିମଧ୍ୟ କହିଛନ୍ତି ଯେ, ଆମର ଦୁଇଟି ଦାବି ରହିଛି ପ୍ରଥମତଃ ତହସିଲଦାରଙ୍କ ଅନତ୍ର ବଦଳି ଏବଂ ଦ୍ବିତୀୟ ଦାବି ଖାଲି ପଡିଥିବା ଅତିରିକ୍ତ ତହସିଲଦାରଙ୍କ ପଦବୀ ପୂରଣ । ଏହି ଦାବିକୁ ନେଇ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହାସହ ୫-ଟି ସଚିବ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଇମେଲ ମାଧ୍ୟମରେ ସମସ୍ୟା ଜଣାଇଛୁ । ସେପଟେ କଣ୍ଟାପଡ଼ା ତହସିଲଦାର ମିତାଞ୍ଜଳି ଦାଶ କହିଛନ୍ତି ଯେ, ଆଇନଜୀବୀମାନେ କାହିଁକି ଧାରଣାରେ ବସିଛନ୍ତି ମୁଁ ଜାଣିନାହିଁ । ମୋ ସହ କୌଣସି ପ୍ରକାର ଚର୍ଚ୍ଚା ନକରି ଆଇନଜୀବୀ ଧାରଣା ଦେଇଛନ୍ତି ।’’

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.