ETV Bharat / state

ଆଜି ଶ୍ରାବଣ ଶେଷ ସୋମବାର: 'ବୋଲବମ୍' ଧ୍ବନିରେ କମ୍ପୁଛି ବାବା ଧବଳେଶ୍ବରଙ୍କ ପୀଠ - ଧବଳେଶ୍ବର ପୀଠରେ କାଉଡିଆଙ୍କ ଭିଡ

ଚଳିତ ବର୍ଷ ଶ୍ରାବଣର ଚାରି ପାଳିରେ ସମାପ୍ତ ହୋଇଛି ସୋମବାର । ଏହି କ୍ରମରେ ଶେଷ ସୋମବାର ଉପଲକ୍ଷେ ଚଳଚଞ୍ଚଳ ହୋଇ ଉଠିଛି ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ବର ପୀଠ ।

ଡିଜାଇନ ଫଟୋ
author img

By

Published : Aug 12, 2019, 11:46 AM IST

କଟକ: ଆଜି ଶ୍ରାବଣ ମାସର ଶେଷ ସୋମବାର। ଦେଶ ତଥା ରାଜ୍ୟର ବିଭିନ୍ନ ଶୈବପୀଠରେ ଭିଡ । ମହାଦେବଙ୍କୁ ଜଳଲାଗି କରିବା ସହ ପୂଜାର୍ଚ୍ଚନା ପାଇଁ କାଉଡିଆ ଓ ଭକ୍ତଙ୍କ ଗହଳି । ଚଳିତ ବର୍ଷ ଶ୍ରାବଣର ଚାରି ପାଳିରେ ସମାପ୍ତ ହୋଇଛି ସୋମବାର । ଏହି କ୍ରମରେ ଶେଷ ସୋମବାର ଉପଲକ୍ଷେ ଚଳଚଞ୍ଚଳ ହୋଇ ଉଠିଛି ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ବର ପୀଠ ।

ଧବଳେଶ୍ବରଙ୍କ ପୀଠରେ ଆଜି ହଜାର ହଜାର କାଉଡିଆଙ୍କ ଭିଡ ଦେଖିବାକୁ ମିଳିଛି । ସକାଳୁ ସକାଳୁ ଠାକୁରଙ୍କ ସମସ୍ତ ନୀତିକାନ୍ତି ସରିବାପରେ ବଡସିଂହାର ବେଶରେ ମହାପ୍ରଭୁଙ୍କୁ ସୁସଜ୍ଜିତ କରିବାପରେ ପହଡ ଖୋଲାଯାଇଥିଲା ।

କାଉଡିଆ ମହାପ୍ରଭୁଙ୍କ ନିକଟରେ ଜଳାଭିଷେକ କରିଥିଲେ । ବୋଲବମ ହର ହର ବମ ଧ୍ବନିରେ ଗୁଞ୍ଜରିତ ହୋଇପଡିଛି ପୀଠ । କଳା ବଳଦକୁ ଧଳା କରିଥିବାରୁ ବାବା ଧବଳେଶ୍ବର ନାମରେ ଏହା ପ୍ରସିଦ୍ଧ । ବିଶ୍ବାସ ରହିଛି ଏଠାରେ ମାନସିକ ରଖିଲେ ଏହା ପୂରଣ ହୋଇଥାଏ । ଶ୍ରାବଣ ସୋମବାରରେ ଶିବ ଲିଙ୍ଗରେ ପାଣି ଢାଳିଲେ କୋଟି ଜନ୍ମର ପାପ କ୍ଷୟ ହୋଇଥାଏ ବୋଲି ବିଶ୍ବାସ ରହିଛି । ଜଳଲାଗି କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, କଟକ

ଶେଷ ସୋମବାର ହୋଇଥିବାରୁ ପ୍ରବଳ ଭିଡ ଦେଖିବାକୁ ମିଳିଛି ପ୍ରାୟ ୨୦ ହଜାରରୁ ଊର୍ଦ୍ଧ୍ବ କାଉଡିଆ ବାବା ଧବଳେଶ୍ବରଙ୍କୁ ଜଳାଭିଷେକ କରିଛନ୍ତି । ଭିଡକୁ ଦେଖି ପୋଲିସ ପ୍ରଶାସନ ପକ୍ଷରୁ ୫ ପ୍ଲାଟୁନ ପୋଲିସ ଫୋର୍ସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି ।

ସେହିଭଳି ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିର ଓ ପୁରୀର ଲୋକନାଥ ପୀଠ ସମେତ ରାଜ୍ୟର ଅନ୍ୟ ଶୈବପୀଠରେ କାଉଡିଆଙ୍କ ଭିଡ ହୋଇଛି । ନୟାଗଡ଼ର ଲଡୁବାବା, ଭଦ୍ରକର ଆରଡ଼ି ଏବଂ ଢେଙ୍କାନାଳର କପିଳାସ ପୀଠ ସମେତ ରାଜ୍ୟର ସମସ୍ତ ଶିବ ମନ୍ଦିରରେ ଶେଷ ଶ୍ରାବଣ ସୋମବାରରେ କାଉଡ଼ିଆଙ୍କ ଭିଡ ଲାଗି ରହିଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଆଜି ଶ୍ରାବଣ ମାସର ଶେଷ ସୋମବାର ଉପଲକ୍ଷେ ଚଳଚଞ୍ଚଳ ହୋଇ ଉଠିଛି ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ବର ଶୈବପୀଠ।ଏହି ଶୈବପୀଠ ରେ ଆଜି ହଜାର ହଜାର କାଉଡିଆଙ୍କ ଭିଡ ଦେଖିବାକୁ ମିଳିଛି।ଆଜି ସକାଳୁ ସକାଳୁ ଠାକୁରଙ୍କ ସମସ୍ତ ନୀତିକାନ୍ତି ସରିବାପରେ ବଡସିଂହାର ବେଶରେ ମହାପ୍ରଭୁଙ୍କୁ ସୁସ୍ଜିତ କରିବାପରେ ପହଡ ଖୋଲାଯାଇଥିଲା।କାଉଡିଆମାନେ ମହାପ୍ରଭଙ୍କ ନିକଟରେ ଜଳଲାଗି କରିଥିଲେ।ବୋଲବମ ହରେବମ ଧ୍ବନୀରେ ଚଳଚଞ୍ଚଳ ହୋଇପଡିଛି ଏହି ଶୈବପୀଠ।କଳା ବଳଦକୁ ଧଳା କରିଥିବାରୁ ବାବା ଧବଳେଶ୍ବର ନାମରେ ଏହା ପ୍ରସିଦ୍ଧ। ବିଶ୍ବାସ ରହିଛି ମାନସିକ କଲେ ମାନସିକ ପୂରଣ ହୋଇଥାଏ।ଶ୍ରାବଣୀ ସୋମବାର ରେ ମହାଦେବଙ୍କୁ ଜଳଲାଗି କଲେ କୋଟି ଜନ୍ମର ପାପ କ୍ଷୟ ହୋଇଥାଏ ବୋଲି ବିଶ୍ବାସ ରହିଛି।ଜଳଲାଗି କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଆଜି ଶେଷ ସୋମବାର ହୋଇଥିବାରୁ ପ୍ରବଳ ଭିଡ ଦେଖିବାକୁ ମିଳିଛି ପ୍ରାୟ ୨୦ ହଜାରରୁ ଉର୍ଧ କାଉଡିଆ ଆଜି ବାବା ଧବଳେଶ୍ବର ଙ୍କୁ ଜଳାଭିଷେକ କରିଛନ୍ତି।ଆଜି ଭିଡକୁ ଦେଖି ପୋଲିସ ପ୍ରଶାସନ ପକ୍ଷରୁ ୫ ପ୍ଲାଟୁନ ପୋଲିସ ଫୋର୍ସ ଓ ଅଗ୍ନିଶମ ବିଭାଗ ବ୍ୟାରିକେଟ ର ବ୍ୟବସ୍ଥା କରାଯାଇଛିBody:No needConclusion:No need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.