କଟକ: ମଜଦୁର ଶ୍ରମିକଙ୍କୁ ମିଳୁ ସହାୟତା । ଏହି ମହାମାରୀ ସମୟରେ ହଜାର ହଜାର ଶ୍ରମିକ ବର୍ତ୍ତମାନ ଶ୍ରମ ନ ପାଇ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ଓଡିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ମଜଦୁର ସଂଘ ଦାବି କରିଛି ।
ମହାମାରୀ କୋରୋନା ଯୋଗୁଁ ସମସ୍ତ କାର୍ଯ୍ୟ ଠପ ହୋଇପଡିଛି । ଚାରିଆଡେ ମହାମାରୀର ପ୍ରକୋପ ଦେଖିବାକୁ ମିଳୁଛି । ଏଭଳି ପରିସ୍ଥିତିରେ ମଜଦୁର ଶ୍ରମିକଙ୍କୁ ସହାୟତା ପାଇଁ ଦାବି କରିଛନ୍ତି । ଏମିତିକି ଡାକ୍ତରୀ ସେବା ପାଇବା ପାଇଁ ମଧ୍ୟ ଏମାନେ ବର୍ତ୍ତମାନ ହକ ହରାଇ ବସିଛନ୍ତି । ତେଣୁ ଆଉ ବିଳମ୍ବ ନକରି ଏହି ଖଟିକିଆ ମଜଦୁରଙ୍କୁ 5 ହଜାର ଲେଖାଏଁ ଆର୍ଥିକ ସହାୟତା ଯୋଗାଇବା ସରକାରଙ୍କୁ ଦାବି ହୋଇଛି । ଏହାସହ ଚିହ୍ନଟ ପ୍ରକ୍ରିୟା ଶୀଘ୍ର ସାରି ଏହି ଘଡିସନ୍ଧି ମୁହୂର୍ତ୍ତରେ ଆର୍ଥିକ ସହାୟତା ଦେବା ପାଇଁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଫେରାଦ ହୋଇଛନ୍ତି ଓଡିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ମଜଦୁର ସଂଘ ।
କଟକରୁ ପ୍ରଭୁ କଲ୍ୟାଣ ପାଲ,ଇଟିଭି ଭାରତ