ETV Bharat / state

କୁନ୍ଦୁଲି ଗଣଦୁଷ୍କର୍ମ ମାମଲା: ହାଇକୋର୍ଟରେ ରିପୋର୍ଟ ଦାଖଲ କଲା ଏସଆଇଟି - kunduli matter in highcourt

କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାର ପୂର୍ଣ୍ଣାଙ୍ଗ ରିପୋର୍ଟ ହାଇକୋର୍ଟରେ ଦାଖଲ କରିଛି ଏସଆଇଟି । ଜଉ ମୁଦ ଲଫାପାରେ ଏହି ରିପୋର୍ଟ ଦାଖଲ କରାଯାଇଛି ।

Kunduli gangrape and suicide case
କୁନ୍ଦୁଲି ଗଣଦୁଷ୍କର୍ମ ମାମଲା: ହାଇକୋର୍ଟଙ୍କୁ ପୂର୍ଣ୍ଣାଙ୍ଗ ରିପୋର୍ଟ ଦାଖଲ କଲା ଏସଆଇଟି
author img

By

Published : Dec 23, 2019, 7:03 PM IST

କଟକ: କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାର ତଦନ୍ତ ପାଇଁ ଗଠିତ ଏସଆଇଟି ସୋମବାର ପୂର୍ଣ୍ଣାଙ୍ଗ ରିପୋର୍ଟ ହାଇକୋର୍ଟରେ ଦାଖଲ କରିଛି । ଜଉ ମୁଦ ଲଫାପାରେ ଏହି ରିପୋର୍ଟ ଦାଖଲ କରାଯାଇଛି । ଦାଖଲ ହୋଇଥିବା ବନ୍ଦ ଲଫାପାରେ କଣ ରହିଛି ତାହା ସ୍ପଷ୍ଟ ହୋଇନାହିଁ ।

କୁନ୍ଦୁଲି ଗଣଦୁଷ୍କର୍ମ ମାମଲା: ହାଇକୋର୍ଟଙ୍କୁ ପୂର୍ଣ୍ଣାଙ୍ଗ ରିପୋର୍ଟ ଦାଖଲ କଲା ଏସଆଇଟି

ସେହିପରି ଏହାର ଆଉ ଏକ ରିପୋର୍ଟ ମାମଲାର ଶୁଣାଣୀ କରୁଥିବା ଅଦାଲତଙ୍କ ନିକଟରେ ଦାଖଲ କରିବାକୁ ହାଇକୋର୍ଟ ଏସଆଇଟିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ଏହି ମାମଲା ହାଇକୋର୍ଟରେ ପୂର୍ଣ୍ଣଛେଦ ପଡିଛି । କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାରେ ସିବିଆଇ ତଦନ୍ତ ଦାବି କରି ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା । ସିବିଆଇ ତଦନ୍ତ ପରିବର୍ତ୍ତେ 3 ଜଣିଆ ଡିଆଇଜିଙ୍କ ଦ୍ବାରା ଏସଆଇଟି ଗଠନ କରି ମାମଲାର ତଦନ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଶୁକ୍ରବାର କୋର୍ଟଙ୍କ ନିର୍ଦ୍ଦେଶନାମା ପରେ ଏହି ମାମଲାଟି ତଳ କୋର୍ଟକୁ ଯାଇଛି ।

ଅପରପକ୍ଷେ ଏହି ରିପୋର୍ଟକୁ ଆବେଦନକାରୀଙ୍କୁ ପ୍ରଦାନ କରିବା ପ୍ରାର୍ଥନାକୁ କୋର୍ଟ ଖାରଜ କରି ଦେଇଛନ୍ତି । ତେବେ ଏନେଇ ଆବେଦନକାରୀ ତଳ କୋର୍ଟରେ ଆବେଦନ କରିପାରିବେ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । ସେପଟେ ଏହି ରିପୋର୍ଟ ଦେଖିବା ପରେ ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯିବେ କି ନାହିଁ ତାହା ନିଷ୍ପତ୍ତି ନିଆଯିବ ବୋଲି ଆବେଦନକାରୀ ଓକିଲ କହିଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:କୁନ୍ଦୁଲି ଗଣ ଦୁସ୍କର୍ମ ମାମଲାର ତଦନ୍ତ ପାଈଁ ଗଠିତ ହୋଇଥିବା ଏସଆଇଟି ଚୂଡ଼ାନ୍ତ ରିପୋର୍ଟ ହାଇକୋର୍ଟ ରେ ଦାଖଲ କରିଛି।ଜଉ ମୁଦ ଲଫାପାରେ ଏହି ରିପୋର୍ଟ ଦାଖଲ କରାଯାଇଛି।ତେବେ ଏହି ରିପୋର୍ଟ ରେ କଣ ରହିଛି ତାହା ସ୍ପଷ୍ଟ ହୋଇନାହିଁ।ଅନ୍ୟ ପଟରେ ଏକ ରିପୋର୍ଟ, ମାମଲାର ଶୁଣାଣି କରୁଥିବା ଅଦାଲତ ଙ୍କ ନିକଟରେ ଦାଖଲ କରିବାକୁ ହାଇକୋର୍ଟ ଏସଆଇଟି ଙ୍କୁ ନିର୍ଦ୍ଧେଶ ଦେଇଛନ୍ତି।ତେବେ ଏହି ମାମଲା ହାଇକୋର୍ଟ ରେ ପୂର୍ଣଛେଦ ପଡ଼ିଛି।କୁନ୍ଦୁଲି ଗଣଦୁସ୍କର୍ମ ଘଟଣାରେ ସିବିଆଇ ତଦନ୍ତ ଦାବି କରି ହାଇକୋର୍ଟ ରେ ମାମଲା ରୁଜୁ ହୋଇଥିଲା।ସିବିଆଇ ତଦନ୍ତ ପରିବର୍ତ୍ତେ ୩ ଜଣିଆ ଡ଼ିଆଇଜି ଙ୍କ ଦ୍ବାରା ଏସଆଇଟି ଗଠନ କରି ମାମଲାର ତଦନ୍ତ କରିବାକୁ କୋର୍ଟ ନିର୍ଦ୍ଧେଶ ଦେଇଥିଲେ।ଆଜିର ନିର୍ଦ୍ଧେଶନାମା ପରେ ଏହି ମାମଲା ଟି ତଳ କୋର୍ଟ କୁ ଚାଲିଯାଇଛି।
ଅନ୍ୟପଟେ ଏହି ରିପୋର୍ଟ କୁ ଆବେଦନକାରୀ ଙ୍କୁ ପ୍ରଦାନ କରିବା ପାର୍ଥନା କୁ କୋର୍ଟ ଖାରଜ କରିଦେଇଛନ୍ତି।ଏନେଇ ଆବେଦନକାରୀ ତଳ କୋର୍ଟ ରେ ଆବେଦନ କରିପାରିବେ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।ତେବେ ଏହି ରିପୋର୍ଟ ଦେଖିଲା ପରେ ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯିବେ କି ନାହିଁ ତାହା ନିଷ୍ପତି ନିଆଯିବ ବୋଲି ଆବେଦନକାରୀ ଓକିଲ କହିଛନ୍ତି।
ବାଇଟ - ଶ୍ରୀ ଜି ଭୱସାର,ଆବେଦନକାରୀ ଓକିଲBody:No needConclusion:No need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.