ETV Bharat / state

ସ୍ୱାଧୀନତା ସଂଗ୍ରାମୀଙ୍କ ସମ୍ବନ୍ଧରେ ଯୁବପିଢିଙ୍କୁ ଜାଗ୍ରତ କରିବ କ୍ରାନ୍ତୀତୀର୍ଥ - Kranti tirtha valedictory ceremony in 26 august

ସାରା ଦେଶରେ ଆଜାଦି କା ଅମୃତ ମହୋତ୍ସବ ଭାବ ପାଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଏବଂ ସାମାଜିକ ଓ ସାଂସ୍କୃତିକ ଅଧ୍ୟୟନ ଅନୁଷ୍ଠା ପକ୍ଷରୁ କ୍ରାନ୍ତୀତୀର୍ଥ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଆସନ୍ତା ୨୬ ତାରିଖରେ ଏହାର ଉଦଯାପନୀ ସମ୍ମିଳନୀ ଆୟୋଜନ କରାଯିବା ସୂଚନା ମିଳିଛି । ଅଧିକ ପଢନ୍ତୁ

ସ୍ୱାଧୀନତା ସଂଗ୍ରାମୀଙ୍କ ସମ୍ବନ୍ଧରେ ଯୁବପିଢିଙ୍କୁ ଜାଗ୍ରତ କରିବ କ୍ରାନ୍ତୀତୀର୍ଥ

author img

By ETV Bharat Odisha Team

Published : Aug 25, 2023, 7:53 AM IST

ସ୍ୱାଧୀନତା ସଂଗ୍ରାମୀଙ୍କ ସମ୍ବନ୍ଧରେ ଯୁବପିଢିଙ୍କୁ ଜାଗ୍ରତ କରିବ କ୍ରାନ୍ତୀତୀର୍ଥ

କଟକ: ଦେଶ ସ୍ବାଧୀନ ହେବାର ୭୫ ବର୍ଷ ପୂରଣ ହୋଇଛି । ଯାହାକୁ ନେଇ ସାରା ଦେଶରେ ଆଜାଦି କା ଅମୃତ ମହୋତ୍ସବ ଭାବ ପାଳନ କରାଯାଇଛି । ଦେଶ ସ୍ବାଧନ ହେବା ପରେ ଗୋଟିଏ ପରେ ଗୋଟିଏ ସଫଳତାର ଶିଖର ଛୁଇଁଛି । ଦେଶକୁ ସ୍ବାଧୀନତା କରିବା ପାଇଁ ବହୁତ ବଳିଦାନ ଦେବାକୁ ପଡିଛି । ହଜାର ହଜାର ସ୍ବାଧନତା ସଂଗ୍ରାମୀମାନଙ୍କ ଜୀବନ ମଧ୍ୟ ଯାଇଛି । ନିକଟରେ ୭୭ ତମ ସ୍ବାଧୀନତା ଦିବସ ମଧ୍ୟ ପାଳନ କରାଯାଇଛି । ୭୫ ବର୍ଷ ପୂରଣ ଅବସରରେ ଏହାକୁ ସ୍ମରଣୀୟ କରିବା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଯୁବ ପିଢି କିଭଳି ଇତିହାସକୁ ଜାଣିବେ ସେମାନଙ୍କର ପୂର୍ବ ପୁରୁଷଙ୍କ ବିରତ୍ବର ଗାଥାକୁ ଜାଣିବେ ସେ ନେଇ ମଧ୍ୟ ଗୁରୁତ୍ବ ଦିଆଯାଇଛି ।

ଏହି ପରିପ୍ରେକ୍ଷୀରେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଏବଂ ସାମାଜିକ ଓ ସାଂସ୍କୃତିକ ଅଧ୍ୟୟନ ଅନୁଷ୍ଠା ପକ୍ଷରୁ ଏକ ଅନନ୍ୟ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ସ୍ବାଧୀନତା ସଂଗ୍ରାମୀମାନଙ୍କୁ କିପରି ଯୁବ ପିଢ଼ି ମାନେ ମନେ ରଖିବେ ସେଥିପାଇଁ କ୍ରାନ୍ତୀତୀର୍ଥ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ପଶ୍ଚିମବଙ୍ଗ, ଓଡିଶା,ବିହାର ଏବଂ ତ୍ରିପୁରାରେ ଏହି କାର୍ଯ୍ୟକ୍ରମ କରାଯାଉଛି ।ଏହି କର୍ମରେ ଆସନ୍ତା ୨୬ ତାରିଖରେ ଏହାର ଉଦଯାପନୀ ସମ୍ମିଳନୀ ଆୟୋଜନ କରାଯିବା ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ .....ତ୍ରିରଙ୍ଗା ରଙ୍ଗରେ ରଙ୍ଗେଇଲା ବୁର୍ଜ ଖଲିପା

ଏ ନେଇ କଟକର ଜବାହାର ଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ପାଳନ ହେବ ଆଜାଦି କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ । ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଏବଂ ସାମାଜିକ ଓ ସାଂସ୍କୃତିକ ଅଧ୍ୟୟନ ଅନୁଷ୍ଠାନ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ପଦ୍ମଶ୍ରୀ ପ୍ରଫେସର ଆଦିତ୍ୟ ପ୍ରସାଦ ଦାଶ, ଭାରତୀୟ ଫୁଟବଲ ମହାସଂଘ ସଭାପତି ପ୍ରମୁଖ ଯୋଗ ଦେବେ ବୋଲି ସୂଚନା ଦେଇଛନ୍ତି ।

ବିଶେଷ କରି ବିଲୁପ୍ତ ପ୍ରାୟ ହୋଇଥିବା ସ୍ଵାଧୀନତା ସଂଗ୍ରାମୀଙ୍କ ସମ୍ପର୍କରେ ରାଜ୍ୟବାସୀଙ୍କୁ ଅବଗତ କରିବା ହେଉଛି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ତେଣୁ ସେମାନଙ୍କୁ ଯୁବପିଢିଙ୍କ ନିକଟରେ ପରିଚିତ କରାଇବା ଏବଂ ଭାରତ ସ୍ବାଧନତାର ସ୍ମୃତି ଏବଂ ଗୌରବମୟ ଇତିହାସ ତଥା ଲୋକ,ସଂସ୍କୃତି ଏବଂ ସଫଳତାକୁ ସ୍ମରଣୀୟ କରିବା ମୁଖ୍ୟ ବୋଲି ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ପ୍ରୋଗ୍ରାମ କୋଡିନେଟର କ୍ରିସେନ୍ଦୁ ବକ୍ସି ସୂଚନା ଦେଇଛନ୍ତି ।

ଇଟିଭି ଭାରତ,କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.