ETV Bharat / state

ଆଜି ଷଠି ଓଷା, ପିଲାଙ୍କ ସୁରକ୍ଷା ପାଇଁ ମା’ ମାନେ କରନ୍ତି ପୂଜା - rituals of sathi osha

ପିଲାଙ୍କ ମଙ୍ଗଳ କାମନା କରି ସମସ୍ତ ରିଷ୍ଟ ଖଣ୍ଡନ ପାଇଁ ମା ମାନେ କରନ୍ତି ଷଠି ଓଷା । ପ୍ରତିଟି ଓଡିଆଙ୍କ ଘରେ ଆଜି ପାଳନ ହେଉଛି ଏହି ପର୍ବ । ଅଧିକ ପଢନ୍ତୁ...

sathi osha
ଆଜି ଷଠି ଓଷା, ପିଲାଙ୍କ ସୁରକ୍ଷା ପାଇଁ ମା’ ମାନେ କରନ୍ତି ପୂଜା
author img

By

Published : Sep 12, 2021, 12:23 PM IST

ଭୁବନେଶ୍ବର: ଆଜି ପବିତ୍ର ଷଷ୍ଠୀ ଓଷା। ଓଡିଶାର ପାରମ୍ପରିକ ଓଷା ମଧ୍ୟରେ ଅନ୍ୟତମ । ଭାଦ୍ରବ ଶୁକ୍ଳପକ୍ଷ ଷଷ୍ଠୀରେ ଏହି ଓଷା ପାଳନ ହୁଏ। ଷଠି ଠାକୁରାଣୀଙ୍କୁ ଏକ ହଳଦୀ ପିଣ୍ଡ କିମ୍ବା ଶିଳରେ ମୁଖ ଦେଇ ତିଆରି ହୁଏ। ଏହି ଓଷା ଘରର ଛୋଟପିଲାମାନଙ୍କ ମଙ୍ଗଳ କାମନା କରି ମା ମାନେ ପାଳନ କରନ୍ତି । ତେବେ ଗଣେଷ ପୂଜାର ଦୁଇ ଦିନ ପରେ ପଡେ ଷଠି ଓଷା ।

ଷଠିଓଷା ଦିନ ସକାଳୁ ଆମ୍ବ, ଓଲୁଅ, ବଣସାରୁ, ବରକୋଳି, ଅଁଳା ଓ ମଲ୍ଲୀ ଆଦି ସାତ ପ୍ରକାର ଡାଳକୁ ଏକାଠି କରି ହଳଦୀଲଗା କନାରେ ବନ୍ଧାହୁଏ ଓ ବନ୍ଦାଣ ଥାଳିରେ ଦୁବ, ବରକୋଳିପତ୍ର, ଫୁଲ ଓ ହଳଦୀ ବୋଳା ଚାଉଳ ସାଙ୍ଗରେ ରଖା ହୋଇଥାଏ । ଏହି ଓଷା ଦିନ ସକାଳୁ ଗାଧୋଇ ସାରି ଘରର ପିଲାମାନଙ୍କୁ ବନ୍ଦାଣ ହୁଏ।ଏହା ପରେ ଡାଳ ବିଡାରେ ପିଲାଙ୍କ ପିଠିରେ ବସେ ସାତ ପାହାର ।

ପ୍ରଥମ ଛଅଟି ଧୀରେ ଧୀରେ ପାହାର ହେଉଥିବାବେଳେ ବଜ୍ର ପାହାର କୁହାଯାଉଥିବା ସପ୍ତମଟି ଜୋରରେ ପଡିଥାଏ । ବଜ୍ର ପାହାର ଦ୍ବାରା ଶିଶୁମାନଙ୍କ ସମସ୍ତ ବାଳରିଷ୍ଟ ଖଣ୍ଡିତ ହୁଏ ବୋଲି ବିଶ୍ବାସ ରହିଛି । ଏହି ସମୟରେ ଆଘାତ କରୁଥିବା ମା ମାନେ ବୋଲନ୍ତି ‘ଓଲୁଅ ପରି ବଢିଯା, ବଣସାରୁ ପରି ମାଡ଼ିଯା, ଜୀଁ ଜୀଁ - ବଜ୍ର ହୋ ! ବଜ୍ର ହୋ ! ତେବେ ବନ୍ଦାଣ ପଛରେ ବିଶ୍ବାସ ରହିଛି ଯେ ଷଠି ଠାକୁରାଣୀ ପିଲାମାନଙ୍କ ଶରୀରକୁ ବଜ୍ର ଭଳି ସୁରକ୍ଷା ଦେଇଥାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.