ETV Bharat / state

ଗୀତ ଗୋବିନ୍ଦ ରଚୟତା କବି ଜୟଦେବ: ଜାଣନ୍ତୁ ତାଙ୍କ ଜନ୍ମ ଓ ଜନ୍ମ ସ୍ଥାନର ଇତିହାସ ସମ୍ପର୍କରେ - ଜୟଦେବ ଗ୍ରାମ

ଗୀତ ଗୋବିନ୍ଦର ରଚୟିତା ତଥା କବି ଜୟଦେବଙ୍କ ଜନ୍ମସ୍ଥାନ ଇତିହାସ । ତାଙ୍କ ଜନ୍ମ ସ୍ଥାନକୁ କିପରି ଲାଗିଥିଲା ଦ୍ଵନ୍ଦ୍ୱ ଏବଂ ପରେ ଓଡିଶା ମାଟିର କେନ୍ଦୁବିଲ୍ବରେ ମିଳିଥିଲା ଜନ୍ମର ପ୍ରମାଣ । ଅଧିକ ପଢ଼ନ୍ତୁ

ଗୀତ ଗୋବିନ୍ଦର ରଚୟିତା ତଥା କବି ଜୟଦେବଙ୍କ ଜନ୍ମସ୍ଥାନ ଇତିହାସ

author img

By

Published : May 4, 2023, 5:01 PM IST

ଗୀତ ଗୋବିନ୍ଦର ରଚୟିତା ତଥା କବି ଜୟଦେବଙ୍କ ଜନ୍ମସ୍ଥାନ ଇତିହାସ

ନିଆଳି: ଗୀତ ଗୋବିନ୍ଦର ରଚୟିତା ପରମ ଭକ୍ତ କବି ଜୟଦେବ । କବିଙ୍କ ଜନ୍ମ ସ୍ଥାନକୁ ନେଇ ବହୁ ବାଦ ବିବାଦ ଲାଗି ରହିଥିଲା । ଅନେକ ବିଶେଷଜ୍ଞ ତାଙ୍କୁ ପଶ୍ଚିମବଙ୍ଗର ବୀରଭୂମିର କେନ୍ଦୁବିଲ୍ବ ଗାଁର ବୋଲି କହୁଥିଲେ । ମାତ୍ର ପରବର୍ତ୍ତୀ ପର୍ଯ୍ୟାୟରେ ପଶ୍ଚିମବଙ୍ଗ ବହୁ ଇତିହାସକାର ଓ ଗବେଷକ ତାଳ ପୋଥି, ତାମ୍ରଫଳକ ଆଦି ଅଧ୍ୟୟନ ପରେ ସ୍ଵୀକାର କଲେ ଯେ ଜୟଦେବ ପଶ୍ଚିମବଙ୍ଗର ନୁହଁନ୍ତି ବରଂ ଓଡ଼ିଶାର । ଏହି ସବୁ ସତ୍ତ୍ୱେ କବି ଜୟଦେବଙ୍କ ଜନ୍ମ ସ୍ଥାନ ଅବହେଳିତ ବୋଲି ମନେ କରନ୍ତି ସ୍ଥାନୀୟ ବାସିନ୍ଦା ।‌

ଜୟଦେବଙ୍କ ଜନ୍ମ ଇତିହାସ: ତାଙ୍କର ଜନ୍ମସ୍ଥାନ ତତ୍କାଳୀନ ଅଭିଭକ୍ତ ପୁରୀ ଜିଲ୍ଲା ତଥା ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା ବ୍ଲକର କେନ୍ଦୁବିଲ୍ବ ଗାଁରେ । ସେହିପରି ପରି ତାଙ୍କର ଜନ୍ମ ବର୍ଷକୁ ନେଇ ମଧ୍ୟ ବହୁ ବିବାଦ ଲାଗି ରହିଛି । ଦ୍ଵାଦଶ ଶତାବ୍ଦୀର କବି ବୋଲି ସମସ୍ତେ ସ୍ବୀକାର କରୁଥିଲେ ମଧ୍ୟ ଜନ୍ମ ତାରିଖ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ ।‌ ଅନେକ ଇତିହାସକାର ମତ ପୋଷଣ କରିଛନ୍ତି, ଗଙ୍ଗବଂଶ ଶାସନ ସମୟରେ ସେ ଜନ୍ମ ଗ୍ରହଣ କରିଥିଲେ । ସେ ଗୀତ ଗୋବିନ୍ଦର ପଦରେ କେନ୍ଦୁଲି ବା କେନ୍ଦୁବିଲ୍ବ ପ୍ରାଚୀ ନଦୀ ଆଦି କଥା ଉଲ୍ଲେଖ କରିଛନ୍ତି ।

ଜୟଦେବ ଗ୍ରାମ: କେନ୍ଦୁବିଲ୍ବ ଗାଁକୁ ଦେଶ ବିଦେଶରୁ ଦୈନିକ ଶତାଧିକ ପର୍ଯ୍ୟଟକ, ଇତିହାସକାର ଓ ଗବେଷକ ଆସୁଛନ୍ତି । ଜୟଦେବଙ୍କୁ ନେଇ ଗାଁ ଲୋକେ ବେଶ ଗର୍ବିତ ।‌ ଜୟଦେବଙ୍କ ଜନ୍ମ ସ୍ଥାନ ୨୫ ଏକରରୁ ଉର୍ଦ୍ଧ୍ବ ଜମି ଉପରେ ଗଢି ଉଠିଛି । ୧୭ ଏକର ଜମିରେ ଏହି ପାର୍କ ଏବଂ ଆଠ ଏକର ଜମିରେ ବିଭିନ୍ନ ଔଷଧୀୟ ବୃକ୍ଷ ପାଇଁ ଉଦ୍ଦିଷ୍ଟ ରହିଛି ।

ଜୟଦେବ ସଂଗ୍ରହାଳୟ: ଏଠାରେ ବହୁ ପୁରାତନ ପ୍ରସ୍ତର ମୂର୍ତ୍ତି, ମାଟିପାତ୍ର, ଶିଳା ଲେଖ ଆଦି ରହିଛି । ସେଗୁଡିକ ମଧ୍ୟରେ ନବମ ଶତାବ୍ଦୀର ଭୈରବ, ଆଶ୍ରିତ ଜଗତଗୁରୁ ମୂର୍ତ୍ତି, ଦଶମ ଶତାବ୍ଦୀ ଓ ଏଗାର ଶହ ଶତାବ୍ଦୀର ଭୁଟିବ ଶିଳା ଲେଖା ଏବଂ ତେର ଶହ ଶତାବ୍ଦୀର ବିଷ୍ଣୁ, ଶ୍ରୀ ଦେବୀ, ଭୂ ଦେବୀ ମୂର୍ତ୍ତି ରହିଛି । ତାଳପତ୍ରରେ ଦଶ ଅବତାର ଚିତ୍ର, କୃଷ୍ଣଙ୍କ ୧୨ଟି ପ୍ରଚୀନ ମୃର୍ତ୍ତି ରହିଛି ।

ଏହାସହ ଏହାରି ମଧ୍ୟରେ ଏକ ପାର୍କ ରହିଛି । ପାର୍କ ଭିତରେ ରହିଛି ବାରଟି କୁଞ୍ଜ ।‌ ଏହି କୁଞ୍ଜରେ ଜୟଦେଵ ବିଶ୍ରାମ ନେଉଥିଲେ ବୋଲି ଲୋକ କଥା ରହିଛି । ପଦ୍ମାବତୀଙ୍କ ସ୍ମୃତିରେ ଏଠାରେ ଗଢ଼ି ଉଠିଛି ଏକ ମନ୍ଦିର ଓ ପଦ୍ମାବତୀ ସ୍ଥାନ କରୁଥିବା ପୁଷ୍କରିଣୀ ଆଜି ବି ରହିଛି ।‌ ଏହି ପୋଖରୀ ମଝିରେ ରହିଛି କାଳିଆ ଦଳନ ମୂର୍ତ୍ତି । ତେବେ ଗ୍ରାମବାସୀ କହିଛନ୍ତି, ଶତାଧିକ ପର୍ଯ୍ୟଟକ ଆସୁଥିଲେ ମଧ୍ୟ ଏହା ଆଜିବି ଅବହେଳିତ । ସରକାର ଏହା ଉପରେ ଦୃଷ୍ଟି ଦେଲେ ଏହା ଆହୁରି ଉନ୍ନତ ସହ ପର୍ଯ୍ୟଟକଙ୍କ ଆକର୍ଷଣ କେନ୍ଦ୍ରବିନ୍ଦୁ ହୋଇ ପାରିବ ।

ଇଟିିଭି ଭାରତ, ନିଆଳି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.