ETV Bharat / state

ଦୁଃଖକଷ୍ଟରେ ବିତୁଛି ମୁଖ୍ୟମନ୍ତ୍ରୀଙ୍କ ଭାଇଙ୍କ ଦିନ, କହିଲେ ନବୀନ ଆମକୁ ପଚାରୁ ନାହାଁନ୍ତି

author img

By

Published : Jul 11, 2023, 8:37 PM IST

ବିଜୁ ପଟ୍ଟନାୟକ ଛକରେ ଦୁଇଟି ଆନନ୍ଦ ଭବନ । ଗୋଟିଏରେ ଆନନ୍ଦର ଲହରୀ ଅନ୍ୟଠି ବିଷାଦର ଛାୟା । ମାତ୍ର ଗୋଟିଏ ପ୍ରାଚୀରର ଅବରୋଧ । ହେଲେ ନାମ ସମାନ । କିନ୍ତୁ ଦୃଶ୍ୟ ଅଲଗା । ଯାହାକୁ ଦେଖିଲା ପରେ ସ୍ପଷ୍ଟ ଜଣିହେବ କେମିତି ରହିଛି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପୁତୁରା ଦିଲ୍ଲୀପ ପଟ୍ଟନାୟକଙ୍କ ପରିବାର । ଦେଖନ୍ତୁ ଇଟିଭି ଭାରତର ଏହି ରିପୋର୍ଟ

Etv Bharat
Etv Bharat
ଦୁଃଖକଷ୍ଟରେ ବିତୁଛି ମୁଖ୍ୟମନ୍ତ୍ରୀଙ୍କ ଭାଇଙ୍କ ଦିନ

କଟକ: ଦୁର୍ଦ୍ଦିନରେ କଟୁଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାଇଭଉଣୀଙ୍କ ଦିନ । ନବୀନଙ୍କ ବଡ଼ ବାପା ଜର୍ଜ ପଟ୍ଟନାୟକଙ୍କ ପୁଅ ଦିଲ୍ଲୀପ ପଟ୍ଟନାୟକଙ୍କ ଖବର ସାମ୍ନାକୁ ଆସିବା ପରେ ଲୋକେ ଏହାକୁ ସହଜରେ ଗ୍ରହଣ କରିପାରିନାହାନ୍ତି । ଦୁର୍ଘଟଣା ପରେ ଅଣ୍ଟାସଳଖି ଚାଲିପାରୁନାହାନ୍ତି ଦିଲ୍ଲୀପ । ଅବିବାହିତ ଥିବାରୁ ବୃଦ୍ଧାବସ୍ଥାରେ ସେ ସମ୍ପୂର୍ଣ୍ଣ ଏକାକୀ ହୋଇପଡ଼ିଛନ୍ତି । ସେପଟେ ଆର୍ଥିକ ଅନଟନ ଶାନ୍ତିରେ ବଞ୍ଚିବାକୁ ଦେଉନି। ଏପଟେ ସାନ ଭାଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ । ମାତ୍ର ନବୀନ ତାଙ୍କୁ କେବେ ପଚାରନ୍ତିନି ବୋଲି ସେ କହିଛନ୍ତି ।

ଦିନ ଥିଲା ଏହି ଆନନ୍ଦ ଭବନ ହସ ଖୁସିରେ ଫାଟି ପଡୁଥିଲା । କାରଣ ସେତେବେଳେ ସମସ୍ତେ ସେଠାରେ ଏକାଠି ରହୁଥିଲେ । ସମୟ ବଦଳିବା ସହ ବଦଳି ଥିଲା ପରିଚୟ । ହେଲେ ସେ ଦିନ ଓ ଆଜିର ଦିନ ମଧ୍ୟରେ ଆସିଛି ଆକାଶ ପାତାଳ ତଫାତ । ବର୍ତ୍ତମାନ ନିଜ ଜୀବନକୁ ନେଇ ବଞ୍ଚିବାର ରାହା ଦେଖୁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପୁତୁରା 76 ବର୍ଷୀୟ ଦିଲ୍ଲୀପ ପଟ୍ଟନାୟକ । ରୋଗଗ୍ରସ୍ତ ଓ ଦୁର୍ଦ୍ଦିନରେ ସେ ଜୀବନ ବିତାଉଛନ୍ତି । କଟକ ବିଜୁ ପଟ୍ଟନାୟକ ଛକ ସ୍ଥିତ ଡାକ୍ତର ଜର୍ଜ ପଟ୍ଟନାୟକଙ୍କ ଆନନ୍ଦ ଭବନରେ ଦୁର୍ଦ୍ଦଶାରେ କଟୁଛି ତାଙ୍କ ଜୀବନ।

ଏହା ବି ପଢନ୍ତୁ- ଆଧୁନିକ କଳିଙ୍ଗ ନିର୍ମାତା; ଶିଳ୍ପରୁ ବୈଷୟିକ ଶିକ୍ଷା ଯାଏ ବିଜୁବାବୁଙ୍କ ଅବଦାନ

କେବଳ ସେ ଜଣେ ନୁହଁନ୍ତି ତାଙ୍କ ସହ ଭଉଣୀ ରେଖା ପଟ୍ଟନାୟକ ମଧ୍ୟ ଏହି ଘରେ ରୋଗାଗ୍ରସ୍ତ ଅବସ୍ଥାରେ ପଡିଛନ୍ତି । ରେଖାଙ୍କ ସନ୍ତାନ ବିଦେଶରେ ରହୁଥିବା ବେଳେ ସେ ବୃଦ୍ଧାବସ୍ଥାରେ ଏକାକୀ ହୋଇପଡିଛନ୍ତି । ସରକାରୀ ସ୍ତର ହେଉ କିମ୍ବା ବେସରକାରୀ ସ୍ତର ଏପର୍ଯ୍ୟନ୍ତ ତାଙ୍କ ଉପରେ କାହାରି ନଜର ପଡ଼ିନାହିଁ । ଦୀର୍ଘ ୧୫ ବର୍ଷ ଧରି ସେ ରୋଗାଗ୍ରସ୍ତ ଅବସ୍ଥାରେ ପଡ଼ି ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଥରଟିଏ ଫୋନ କରି ବୁଝିନଥିବା ସେ କହିଛନ୍ତି । ଗୋଟିଏ ସଡ଼କ ଦୁର୍ଘଟଣାରେ ତାଙ୍କର ଗୋଡ ଭାଙ୍ଗି ଯାଇଥିବାରୁ ଏ ପର୍ଯ୍ୟନ୍ତ ସେ ରୋଗାକ୍ରାନ୍ତ ହୋଇ ଅଛନ୍ତି । ୧୯୪୭ ମସିହାରେ ସେ ଜନ୍ମ ଗ୍ରହଣ କରିଥିବା ବେଳେ ରେଭେନ୍ସା ବିଶ୍ଵବିଦ୍ୟାଳୟରେ ସେ ପାଠ ପଢିଥିଲେ । ଏହା ପରେ ସେ ଏକ ସ୍ପଞ୍ଜ କମ୍ପାନୀରେ ଚାକିରି କରୁଥିଲେ । ୨୫ ବର୍ଷ ପୂର୍ବରୁ ସେ ଚାକିରିରୁ ଅବସର ନେଇଥିବା ବେଳେ ଏପର୍ଯ୍ୟନ୍ତ ସେ ଅବିବାହିତ ଅଛନ୍ତି ।

'ନବୀନ ତାଙ୍କ ଭାଇର କର୍ତ୍ତବ୍ୟ ତୁଲାଇନାହାନ୍ତି':- ସରକାରୀ ହେଉ କିମ୍ୱ ବେସରକାରୀ ସ୍ତରରୁ ତାଙ୍କ ଉପରେ ନଜର ପଡୁ ଓ ତାଙ୍କୁ ସମସ୍ତେ ସହଯୋଗର ହାତ ବଢାନ୍ତୁ ବୋଲି ବିଭିନ୍ନ ମାହୋଲରୁ ଦାବି କରାଯାଉଛି । ଏନେଇ ଦିଲ୍ଲୀପ ପଟ୍ଟନାୟକ କହିଛନ୍ତି, "ଏକ ସ୍ପଞ୍ଜ କମ୍ପାନୀରେ କାମ କରୁଥିଲି । ହେଲେ ପିତା ଅସୁସ୍ଥ ହେବା ପରେ ତାଙ୍କ ନିକଟକୁ ଆସିଥିଲି । ଏହି ଚାକିରି ଛାଡ଼ିବା ପ୍ରାୟ 25 ବର୍ଷ ହୋଇଗଲାଣି । ସେହି ସମୟରେ ଚାକିରିରୁ ଯେତିକି ପେନସନ ମିଳୁଛି ସେତିକିରେ ଚଳୁଛି । ଏବେ ଆର୍ଥିକ ସ୍ଥିତି ଭଲ ନାହିଁ । ଦୁର୍ଘଟଣାରେ ଗୋଡ ହାଡ଼ ଭାଙ୍ଗିଯାଇଥିବାରୁ ଠିକ ସେ ଚାଲିପାରୁନାହିଁ । ନବୀନ ତା ଭାଇର କର୍ତ୍ତବ୍ୟ ତୁଲାଇନାହାନ୍ତି । ସେ ଥରଟିଏ ଆମେ କେମିତି ଅଛୁ ବୁଝିନାହାନ୍ତି । ଅସହାୟ ଅବସ୍ଥାରେ ଆମେ ଭାଇ ଭଉଣୀ ଏଠାରେ ରହୁଛୁ ।"

ଦିଲ୍ଲୀପଙ୍କୁ ଭେଟିଲେ ବାରବାଟୀ ବିଧାୟକ:- ସେପଟେ ଦିଲ୍ଲୀପ ପଟ୍ଟନାୟକଙ୍କ ଦୁଃଖର କାହାଣୀ ସାମନାକୁ ଆସିବା ପରେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ତାଙ୍କ ନିକଟରେ ପହଞ୍ଚି ଆଲୋଚନା କରିଛନ୍ତି । ଏ ନେଇ ସେ କହିଛନ୍ତି, " ମୁଁ ଦିଲ୍ଲୀପବାବୁଙ୍କ ସହିତ ଆଲୋଚନା କଲି । ତାଙ୍କ ଚିକିତ୍ସା ଲାଗି ଆମେ ସମସ୍ତ ସୁବିଧା ଯୋଗାଇଦେବୁ । ସେ ମୋ ଆଗରେ ନିଜ କ୍ଷୋଭ ପ୍ରକାଶ କରିଛନ୍ତି । ହେଲେ ତାହା ତାଙ୍କର ପାରିବାରିକ ପ୍ରସଙ୍ଗ ଥିବାରୁ ସେ ସମ୍ପର୍କରେ କହିବାଟା ଠିକ ହେବ ନାହିଁ । ଦୁଃଖର କଥା ହେଉଛି ଯେଉଁ ପରିବାରର ଓଡ଼ିଶା ପ୍ରଦେଶ ଗଠନ ଓ ବିକାଶରେ ଭୂମିକା ରହିଛି ତାଙ୍କ ପରିବାର ଆଜି ଏପରି ଅବସ୍ଥାରେ କାଳାତିପାତ କରୁଛନ୍ତି । ମୁଁ ଭାବୁଛି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏ ଖବର ପହଞ୍ଚିନାହିଁ । ସେ ଖବର ପାଇଲେ ନିଶ୍ଚିତ ସହଯୋଗ କରିବେ। " ତେବେ ଆନନ୍ଦ ଭବନରେ ଏପରି ଦୃଶ୍ୟକୁ ସହଜରେ ଗ୍ରହଣ କରିବା କଷ୍ଟ । କାହିଁକି ନା ଆନନ୍ଦ ଭବନରେ ବିଷାଦ ର ଛାଇ ଯେପରି ଦୁଃଖର ମେଘ ମାଳ ପରି ଦଣ୍ଡାୟମାନ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.