କଟକ: ବାଲିଯାତ୍ରାରେ କେକେଙ୍କ ଯାଦୁ । ରୋମାଣ୍ଟିକ ଗୀତରେ ଝୁମିଲେ ଦର୍ଶକ । କେକେଙ୍କୁ ଦେଖିବା ପାଇଁ ତଳ ପଡିଆରେ ଲାଗିଲା ଖଚାଖଚ ଭିଡ଼ । ସମସ୍ତଙ୍କ ମୁହଁରେ ଗୋଟିଏ କଥା ଲଭ ୟୁ କେକେ ।
ବାଲିଯାତ୍ରା ପଡିଆରେ ସଙ୍ଗୀତର ଯାଦୁ ଦେଖାଇଲେ ବଲିଉଡ ପପୁଲାର ଗାୟକ କେକେ । ଅନେକ ପ୍ରମୁଖ ରୋମାଣ୍ଟିକ ଗୀତରେ ଦର୍ଶକଙ୍କୁ ମଧ୍ୟ ନଚାଇଲେ । ଦର୍ଶକ ମଧ୍ୟରେ ସମାନ ଉତ୍ସାହ ଦେଖିବାକୁ ମିଳିଥିଲା ଏହି କାର୍ଯ୍ୟକ୍ରମରେ । କେକେଙ୍କ ପ୍ରତ୍ୟକଟି ଗୀତକୁ ନିଜେ ଗାଇବା ସହ ନାଚିଥିଲେ ଦର୍ଶକ ।
ଲବୋ କୋ ଲବୋ ସେ ଚୁରାଲୋ, ଜରାସି ଦିଲ୍ ମେଁ ଦେ ଜଗା ତୁ , ଡନର ଟାଇଟଲ ସଙ୍ଗ, ଓମ ଶାନ୍ତି ଓମ ଫିଲ୍ମର ଗୀତ, ଆସିଆନା ଇତ୍ୟାଦି ଗାଇଥିଲେ କେକେ । ତେବେ ଯଦି କଟକ ଆସିବାର ପୁଣି ସୁଯୋଗ ମିଳେ ତେବେ ନିଶ୍ଚୟ ଆସିବି ବୋଲି କହିଥିଲେ ଗାୟକ କେକେ ।
କଟକରୁ ପ୍ରଭୁକଲ୍ୟାଣ ପାଲ୍, ଇଟିଭି ଭାରତ