ETV Bharat / state

ଦେବାଶିଷଙ୍କ ତେରେଚ୍ଛା ବାଣ ! କହିଲେ ମହାପ୍ରସାଦର ପ୍ରଚାର ପ୍ରସାର ଆବଶ୍ୟକତା ନାହିଁ

author img

By ETV Bharat Odisha Team

Published : Dec 26, 2023, 2:21 PM IST

Kamiya Jani Srimandir Visit Controversy: କାମିଆ ଜାନି ବିବାଦରେ ବିଜେଡି ନେତା ଦେବାଶିଷ ସାମନ୍ତରାୟଙ୍କ ପ୍ରତିକ୍ରିୟା । କହିଲେ ମହାପ୍ରସାଦର ପ୍ରଚାର ପ୍ରସାରର ଆବଶ୍ୟକତା ନାହିଁ । ଅଧିକ ପଢନ୍ତୁ

କାମିଆ ଜାନି ବିବାଦରେ ଦେବାଶିଷ ସାମନ୍ତରାୟଙ୍କ ପ୍ରତିକ୍ରିୟା

ମହାପ୍ରସାଦର ପ୍ରଚାର ପ୍ରସାର ଆବଶ୍ୟକତା ନାହିଁ

କଟକ: ୟୁଟ୍ୟୁବର କାମିଆ ଜାନିଙ୍କ ଶ୍ରୀମନ୍ଦିର ପ୍ରବେଶ ଘଟଣାରେ ଥମୁନାହିଁ ବିବାଦ । ଏହି ଘଟଣାକୁ ନେଇ ବିରୋଧୀ ହୋହଲ୍ଲା କରୁଥିବା ବେଳେ ଆଜି ଏନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ କଟକ ବାରବାଟୀ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ । ସେ କହିଛନ୍ତି ଯେ, କାମିଆ ଜଣେ ହିନ୍ଦୁ ମହିଳା ଏବଂ ସେ ଗୋମାଂସ ଖାଇ ନାହାଁନ୍ତି ବୋଲି ସ୍ପଷ୍ଟୀକରଣ ଦେଇସାରିଛନ୍ତି । ଏହାକୁ ବିରୋଧୀମାନେ କାହିଁକି ପ୍ରସଙ୍ଗ କରୁଛନ୍ତି ? ଏହାଦ୍ବାରା ଦଳ ଉପରେ କିଛି ପ୍ରଭାବ ପଡ଼ିବ ନାହିଁ ।

ତେବେ ପୂର୍ବତନ ବିଧାୟକ ଦେବାଶିଷ ସାମାନ୍ତରାୟ ଏହି ସମୟରେ ମହାପ୍ରସାଦର ପ୍ରଚାର ପ୍ରସାରକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ କଥା କହିଛନ୍ତି । ସେ କହିଛନ୍ତି, ''ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ପ୍ରଚାର ପ୍ରସାରର କୌଣସି ଆବଶ୍ୟକତା ନାହିଁ । ସାରା ପୃଥିବୀ ଜାଣିଛି ଜଗନ୍ନାଥ କିଏ ।'' ଦେବାଶିଷଙ୍କ ଏହି ବୟାନ ଭିନ୍ନ ଦିଗକୁ ଇଙ୍ଗିତ କରିଛି । ଭି.କେ. ପଣ୍ଡିଆନ କାମିଆ ଜାନିଙ୍କୁ ମହାପ୍ରସାଦର ପ୍ରଚାର ପ୍ରସାର ପାଇଁ ଆଣିବାକୁ ଆଉ ବିରୋଧ କରୁନାହାଁନ୍ତି ତ ଦେବାଶିଷ ! ଯାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯଦିଓ ଦେବାଶିଷ ଏହାକୁ ଅତି ଚତୁରତାର ସହ ପ୍ରକଳ୍ପ କାର୍ଯ୍ୟର ପ୍ରଚାରପ୍ରସାର ପାଇଁ କହିଛନ୍ତି, ମାତ୍ର ପାଣ୍ଡିଆନଙ୍କ ଏଭଳି କାର୍ଯ୍ୟକୁ ସେ ନାପସନ୍ଦ କରୁଥିବା ଚର୍ଚ୍ଚା ହେଉଛି ।

ଏହା ମଧ୍ୟ ପଢନ୍ତୁ: ୟୁଟ୍ୟୁବର କାମିଆ ଜାନି ବିବାଦ; କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କଲା ବିଶ୍ବ ହିନ୍ଦୁ ପରିଷଦ

କାମିଆ ଜାନିଙ୍କ ଜଗନ୍ନାଥ ଦର୍ଶନକୁ ନେଇ ବର୍ତ୍ତମାନ ରାଜନୀତି ଜୋର ଥିବାବେଳେ ବିଶ୍ବ ହିନ୍ଦୁ ପରିଷଦ ମଧ୍ୟ ଉଭୟ ୟୁଟ୍ୟୁବର ଏବଂ 5T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ କଡ଼ା ସମାଲୋଚନା କରିଛି । ଜଗନ୍ନାଥ ସଂସ୍କୃତି ପ୍ରଚାର ପ୍ରସାର କରିବା ଆଳରେ ମହାପ୍ରଭୁଙ୍କୁ ଅପମାନ କରାଯାଇଛି । ପାଣ୍ଡିଆନ ଜଣେ ଗୋମାଂସ ଭକ୍ଷଣକାରୀଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ କରାଇ ଜଗନ୍ନାଥ ସଂସ୍କୃତି ପରମ୍ପରା ଉଲ୍ଲଙ୍ଘନ କରିଛନ୍ତି । କୋଟିକୋଟି ଜଗନ୍ନାଥପ୍ରେମୀ ଭାବାବେଗକୁ ଆଘାତ ଦେଇଛନ୍ତି । ଏଥିପାଇଁ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛି ଭିଏଚ୍‌ପି ।

ପ୍ରକାଶ ଥାଉକି, କିଛି ଦିନ ତଳେ ବ୍ଲଗର କାମିଆ ଜାନି ପୁରୀ ଆସିଥିଲେ । 5T ଅଧ୍ୟକ୍ଷ ତାଙ୍କୁ ଶ୍ରୀମନ୍ଦିର ପରିଦର୍ଶନ କରାଇବା ସହ ଅବଢ଼ା ଖୁଆଇଥିଲେ । ଏହି ଫଟୋ ସୋସିଆଲ ମିଡିଆରେ ଅପଲୋଡ୍‌ ହେବା ପରେ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଥିଲା । କାମିଆ ଗୋଂମାସ ଭକ୍ଷଣକାରୀ ହୋଇଥିବା ବେଳେ ଶ୍ରୀମନ୍ଦିରରେ ପ୍ରବେଶ କରିବା ଅପରାଧ ବୋଲି ଅଭିଯୋଗ କରିଥିଲା ବିଜେପି । ଏହି ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଗିରିରାଜ ସିଂହ ମଧ୍ୟ କ୍ଷୋଭ ପ୍ରକାଶ କରିଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.