କଟକ: ଆଜି ଆଲୋକର ପର୍ବ ଦୀପାବଳି । ଏଥିପାଇଁ ଉତ୍ସବମୁଖର ରହିଛି କଟକ ସହର । ଚାଲିଛି ମା' କାଳୀଙ୍କ ଆରାଧନା । ବର୍ଷର ସବୁ ଅମାବାସ୍ୟା ମଧ୍ୟରେ ଦୀପାବଳି ଅମାବାସ୍ୟାର ରହିଛି ସ୍ୱତନ୍ତ୍ର ମାହାତ୍ମ୍ୟ । ତେବେ କଟକ ଖାନନଗର ଦକ୍ଷିଣ କାଳୀ ମନ୍ଦିରରେ ମା'ଙ୍କ ଦର୍ଶନ ଏବଂ ପୂଜାର୍ଚ୍ଚନା କରିବା ପାଇଁ ଲାଗିଛି ଭକ୍ତଙ୍କ ଭିଡ଼ । ଆଜି ସକାଳୁ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା । ସେପଟେ ଆଜି ମା'ଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ନୀତିକାନ୍ତି ମଧ୍ୟ ଚାଲିଛି ।
ଦୀପାବଳି ପାଇଁ ଗାଁରୁ ସହର ଉତ୍ସବ ମୁଖର ରହିଛି । ମନ୍ଦିର ଠାରୁ ଆରମ୍ଭ କରି ପୂଜା ମଣ୍ଡପରେ ମା'ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ଲାଗିଛି ଭକ୍ତଙ୍କ ଭିଡ଼ । ଅତ୍ୟାଚାରୀ ଦୈତ୍ୟମାନଙ୍କ ସଂହାରକାରିଣୀ ମା’ ମହାକାଳୀଙ୍କ ଆରାଧନା କରି ପାଳନ କରାଯାଏ ଏହି ପର୍ବ । ଏହା ହେଉଛି ଦୁଷ୍ଟଶକ୍ତି ଉପରେ ଦୈବୀଶକ୍ତିର ବିଜୟ ଉତ୍ସବ । ତେବେ କଟକର ପ୍ରସିଦ୍ଧ ଖାନନଗର ଦକ୍ଷିଣ କାଳୀ ଓ ଶ୍ମଶାନ କାଳୀ ମନ୍ଦିରରେ ଦେଖିବାକୁ ମିଳିଛି ପ୍ରବଳ ଭିଡ । ଭୋରରୁ ମା'ଙ୍କ ପହଡ଼ ଖୋଲିବା ପରେ ଆରମ୍ଭ ହୋଇଥିଲା ମଙ୍ଗଳ ଆଳତି ଓ ଖେଚୁଡ଼ି ଭୋଗ । ପରେ ମା' ଙ୍କର ଦୁର୍ଲ୍ଲଭ ମହାକାଳୀ ବା ଶ୍ୟାମକାଳୀ ବେଶ ଅନୁଷ୍ଠିତ ହୋଇଥିଲା ।
ଏହା ବି ପଢନ୍ତୁ...Bhadrak Kali Puja: ରାତି ପାହିଲେ କାଳୀ ପୂଜା, ଉତ୍ସବମୁଖର ଭଦ୍ରକ
ଏହା ବି ପଢନ୍ତୁ...ଧରାବତରଣ କରିବେ ମା' ଶ୍ୟାମାକାଳୀ, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି
ଶହ ଶହ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଆଗମନରେ ସମଗ୍ର ଅଞ୍ଚଶରେ ଏକ ଭାବମୟ ଓ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ମା'ଙ୍କ ଦର୍ଶନ କରିବା ପାଇଁ ଭକ୍ତ ଆଜି ବେଶ ଆନନ୍ଦିତ ହୋଇ ଛୁଟି ଆସିଛନ୍ତି ଭକ୍ତ । ମା'ଙ୍କ ଦର୍ଶନ କରି ଆଶିଷ ଲାଭ କରୁଛନ୍ତି ଶ୍ରଦ୍ଧାଳୁ । ସେପଟେ କଟକ ସହରରେ 70ଟି ପୂଜା ମଣ୍ଡପରେ ମା'ଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଇବେ । ପୂଜା ରୀତିନୀତି ଅନୁସାରେ ଆଜି ମଧ୍ୟ ରାତ୍ରରେ ମା'ଙ୍କ ସ୍ବତନ୍ତ୍ର ପୂଜା ଅନୁଷ୍ଠିତ ହେବ । ବିଭିନ୍ନ ପୂଜା ମଣ୍ଡପରେ ଚାନ୍ଦି ଓ ସୁନା ଅଳଙ୍କରରେ ସୁସଜ୍ଜିତ ହୋଇଛନ୍ତି ମା' । ଆଜି ପୂଜା ମଣ୍ଡପରେ ପୂଜା ପାଇବା ପରେ ଦୁଇ ଦିନ ପୂଜା ମଣ୍ଡପରେ ମା' ଭକ୍ତଙ୍କୁ ଦର୍ଶନ ଦେବେ ଏବଂ ଆସନ୍ତା ବୁଧବାର ଦିନ ମା' ମେଲାଣି ନେବେ ।
ଇଟିଭି ଭାରତ, କଟକ