ETV Bharat / state

ଶପଥ ନେଲେ ହାଇକୋର୍ଟର ୩ ନୂଆ ବିଚାରପତି

ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଆଜି ଶପଥ ନେଇଛନ୍ତି ମୃଗାଙ୍କ ଶେଖର ସାହୁ, ରାଧାକ୍ରୀଷ୍ଣ ପଟନାୟକ ଓ ଶଶିକାନ୍ତ ମିଶ୍ର। ହାଇକୋର୍ଟ ନୂଆ କନଫ‌ରେନ୍ସ ହଲଠାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ତିନି ବିଚାରପତିଙ୍କୁ ଶପଥ ପାଠ କରାଇଥିଲେ। ଅଧିକ ପଢନ୍ତୁ...

author img

By

Published : Oct 19, 2021, 10:57 AM IST

ଶପଥ ନେଲେ ହାଇକୋର୍ଟର ୩ ନୂଆ ବିଚାରପତି
ଶପଥ ନେଲେ ହାଇକୋର୍ଟର ୩ ନୂଆ ବିଚାରପତି

କଟକ: ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଆଜି ଶପଥ ନେଇଛନ୍ତି ମୃଗାଙ୍କ ଶେଖର ସାହୁ, ରାଧାକ୍ରୀଷ୍ଣ ପଟନାୟକ ଓ ଶଶିକାନ୍ତ ମିଶ୍ର। ହାଇକୋର୍ଟ ନୂଆ କନଫ‌ରେନ୍ସ ହଲ ଠାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ତିନି ବିଚାରପତିଙ୍କୁ ଶପଥ ପାଠ କରାଇଥିଲେ। ଓଡ଼ିଶା ହାଇକୋର୍ଟରେ ମଞ୍ଜୁରୀପ୍ରାପ୍ତ ବିଚାରପତି ସଂଖ୍ୟା ୨୭ ହୋଇଥିବା ବେଳେ ବଦଳି ହୋଇ ଆସିଥିବା ତିନି ବିଚାରପତିଙ୍କ ଶପଥ ଗ୍ରହଣ ପରେ ଏହି ସଂଖ୍ୟା ୧୭ରେ ପହଞ୍ଚିଛି। ଏବେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ମୃଗାଙ୍କ ଶେଖର ସାହୁ, ରାଧାକ୍ରିଷ୍ଣ ପଟ୍ଟନାୟକ ଓ ଶଶିକାନ୍ତ ମିଶ୍ରଙ୍କୁ ନିଯୁକ୍ତି ମିଳିଛି। ତିନି ଜଣଙ୍କୁ ବିଚାରପତି ଭାବେ ରାଷ୍ଟ୍ରପତି ନିଯୁକ୍ତି ଦେଇଥିବା ସଂକ୍ରାନ୍ତରେ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ତେବେ ୨୦୨୧, ସେପ୍ଟେମ୍ବର ୨୯ ରେ ସୁପ୍ରିମକୋର୍ଟ କଲେଜିୟମ, ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ ଆଇନଜୀବୀ ଆଦିତ୍ୟ କୁମାର ମହାପାତ୍ର ଓ ମୃଗାଙ୍କ ଶେଖର ସାହୁ, ବରିଷ୍ଠ ବିଚାରବିଭାଗୀୟ ଅଧିକାରୀ ରାଧାକ୍ରିଷ୍ଣ ପଟ୍ଟନାୟକ ଓ ଶଶିକାନ୍ତ ମିଶ୍ରଙ୍କ ନାଁ ସୁପାରିସ କରିଥିଲା। ଶେଷରେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ମୃଗାଙ୍କ ଶେଖର ସାହୁ, ରାଧାକ୍ରିଷ୍ଣ ପଟ୍ଟନାୟକ ଓ ଶଶିକାନ୍ତ ମିଶ୍ରଙ୍କ ନିଯୁକ୍ତି ନେଇ ବିଜ୍ଞପ୍ତି, କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ କରାଯାଇଥିଲା।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ଅବସରପ୍ରାପ୍ତ ପ୍ରଫେସର ଡାକ୍ତର ମହେଶ୍ବର ସାହୁ ଓ କ୍ଲିନିକାଲ ସାଇକୋଲୋଜିଷ୍ଟ ମେନକା ପାଣିଙ୍କ ପୁତ୍ର ଭାବେ ମୃଗାଙ୍କ ଶେଖର ସାହୁ ୧୯୭୧, ସେପ୍ଟେମ୍ବର ୭ରେ ଜନ୍ମ ଗ୍ରହଣ କରିଥିଲେ। ସେ ହେଉଛନ୍ତି ସ୍ବର୍ଗତ ମେଜର ଶ୍ୟାମସୁନ୍ଦର ସାହୁ ଓ ଉର୍ମିଳା ସାହୁଙ୍କ ଜାମାତା। କଟକ ରେଲୱେ ସେଟେଲମେଣ୍ଟ ସ୍କୁଲରୁ ଓ’ ଗ୍ରେଡ୍ ପାଇବା ସହିତ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରି ସେ ସପ୍ତମ ପାସ କରିବା ପରେ ବୋର୍ଡ ହାଇସ୍କୁଲରୁ ପ୍ରଥମ ଶ୍ରେଣୀରେ ୧୯୮୫ରେ ମାଟ୍ରିକ ପାସ କରିଥିଲେ। ରେଭେନ୍ସାରୁ ଯୁକ୍ତ ଦୁଇ ବିଜ୍ଞା‌ନରେ ପ୍ରଥମ ଶ୍ରେଣୀରେ ପାସ କରିବା ପରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ୧୯୯୨ରେ ରସାୟନ ବିଜ୍ଞାନ ସମ୍ମାନରେ ବିଏସସି ପ୍ରଥମ ଶ୍ରେଣୀରେ ପାସ କରିଥିଲେ। ଏହାପରେ ଦିଲ୍ଲୀ ବିଶ୍ବବିଦ୍ୟାଳୟ ଅଧିନସ୍ଥ କ୍ୟାମ୍ପସ ଲ’ ସେଣ୍ଟରରୁ ଏଲଏଲବି ଡିଗ୍ରି ହାସଲ କରି ୧୯୯୯ରେ ଆଇନ ପେସାରେ ଯୋଗ ଦେଇଥିଲେ। ବରିଷ୍ଠ ଆଇନଜୀବୀ ଶ୍ରୀକାନ୍ତ କୁମାର ନାୟକ ଓ ପୂର୍ବତନ ଆଡଭୋକେଟ ଜେନେରାଲ ବରିଷ୍ଠ ଆଇନଜୀବୀ ବିଜୟକୃଷ୍ଣ ମହାନ୍ତିଙ୍କ ସହଯୋଗୀ ଭାବେ ସେ ଓକିଲାତି ଆରମ୍ଭ କରିଥିଲେ। ୨୦୦୫ ରେ ରାଜ୍ୟ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା ପାଇଁ ତାଙ୍କୁ ଅତିରିକ୍ତ ଷ୍ଟାଣ୍ଡିଂ କାଉନସିଲ(ଏଏସସି) ଭାବେ ନିଯୁକ୍ତି ଦିଆଯାଇଥିଲା। ସେ ଏଏସସି ଭାବେ କାର୍ଯ୍ୟ କରୁଥିବା ବେଳେ ୨୦୧୪ ରେ ତାଙ୍କୁ ଅତିରିକ୍ତ ସରକାରୀ ଓକିଲ (ଏଜିଏ) ଭାବେ ନିଯୁକ୍ତି ମିଳିଥିଲା। ସେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ସଂସ୍ଥା ପକ୍ଷରୁ ମଧ୍ୟ ବହୁ ଗୁରୁତ୍ବପୂର୍ଣ୍ଣ ମାମଲା ପରିଚାଳନା କରିଥିଲେ। ଜଣେ ଦକ୍ଷ ଆଇନଜୀବୀ ଭା‌ବେ ସେ ‌ସୁନାମ ଅର୍ଜନ କରିଥିଲେ। ଏଜିଏ ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ନାଁ ହାଇକୋର୍ଟ ବିଚାରପତି ପଦ ପାଇଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଥିଲା।

ସେହିପରି ୧୯୭୦, ଅକ୍ଟୋବର ୨୫ ରେ ରାଧାକ୍ରିଷ୍ଣ ପଟ୍ଟନାୟକ ଜନ୍ମ ଗ୍ରହଣ କରିଥିଲେ। ସେ ସିଧାସଳଖ ଜିଲ୍ଲା ଜଜ ପାହ୍ୟାରେ ୨୦୦୯, ଡିସେମ୍ବର ୨୮ ରେ ଯୋଗ ଦେଇଥିଲେ। ଶ୍ରୀ ପଟ୍ଟନାୟକ ରାଜ୍ୟ ଆଇନ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ନାଁ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଥିଲା।

ଅନ୍ୟପଟେ ୧୯୬୭, ଜାନୁଆରି ୧୭ରେ ଶଶିକାନ୍ତ ମିଶ୍ର ଜନ୍ମ ଗ୍ରହଣ କରିଥିଲେ। ସେ ୨୦୦୯, ଡିସେମ୍ବର ୨୮ରେ ସିଧା ସଳଖ ଜିଲ୍ଲା ଜଜ ପାହ୍ୟାରେ ଯୋଗ ଦେଇଥିଲେ। ଗଞ୍ଜାମ ଜିଲ୍ଲା ଜଜ ଭାବେ ଶ୍ରୀ ମିଶ୍ର କାର୍ଯ୍ୟ କରୁଥିବା ବେଳେ ତାଙ୍କ ନାଁ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଥିଲା।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.