କଟକ: ବଢୁଛି ଜାଇକା ଚିନ୍ତା । କାମ ଆରମ୍ଭ ଆରମ୍ଭକୁ 7 ବର୍ଷ ପୁରିବାକୁ ବସିଲାଣି । ହେଲେ ଏହି ପ୍ରକଳ୍ପ କେବେ ସରିବ ତାକୁ ନେଇ ଲାଗି ରହିଛି ଆଶା ଆଶଙ୍କା । ଜାଇକା କାମର ମନ୍ଥର ଗତିକୁ ନେଇ ଲୋକଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇବାକୁ ଲାଗିଛି ।
ଜାଇକାର ଜ୍ଵଳାରେ ବଢୁଛି କଟକବାସୀଙ୍କ ଚିନ୍ତା । ଟିକିଏ ବର୍ଷା ହେଲେ କଟକରେ ହୋଇଯାଏଁ ଅଣ୍ଟାଏ ପାଣି । ଏବେ ବନ୍ୟା ସ୍ଥିତି ଲାଗି ରହିଥିବାବେଳେ ଏପଟେ ଜାଇକା କାମ ଅଧପନ୍ତରିଆ ଭାବରେ ପଡି ରହିଥିବା, ଲୋକଙ୍କ ଦୁଃଖ ଦୁର୍ଦ୍ଦଶାକୁ ଆହୁରି ବଢାଇ ଦେଇଛି । କାହିଁକି ସରୁନି କାମ ? କେଉଁଠି ରହୁଛି ତ୍ରୁଟି ? ଏସମସ୍ତ ପ୍ରଶ୍ନକୁ ନେଇ ଜାଇକା କାର୍ଯ୍ୟାଳୟ ଆଗରେ କଳାବ୍ୟାଚ ପିନ୍ଧି ଧାରଣା ଦେଇଛନ୍ତି ଓଡ଼ିଶା ଯୁବ ସ୍ବାଭିମାନ ମଞ୍ଚ ।
ଆଗକୁ ଆସୁଛି ଦୁର୍ଗା ପୂଜା, କିନ୍ତୁ ସରିନି କାମ । ଏପରି ସ୍ଥିତିରେ ପୂଜା କେମିତି ହେବ ବୋଲି ପ୍ରଶ୍ନ କରିଛି ମଞ୍ଚ । ତେବେ ଏହି ସମସ୍ୟାର ସମାଧାନ ନହେଲେ ଆଗକୁ ସ୍ଥିତି ଜଟିଳ ହେବା ନେଇ ସ୍ବାଭିମାନ ମଞ୍ଚ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ