ETV Bharat / state

ଅଣ୍ଡାମାଡକୁ ନେଇ ମୁହଁ ଖୋଲିଲେ ଅରବିନ୍ଦ, କହିଲେ ଅର୍ବାନ ନକ୍ସଲ ମୋତେ ମାରିଦେବେ

author img

By

Published : Dec 12, 2022, 8:33 AM IST

Updated : Dec 12, 2022, 1:09 PM IST

ବିଧାୟକ ଅରବିନ୍ଦ ଢ଼ାଲିଙ୍କ ଗାଡିକୁ ଅଣ୍ଡାମାଡ ଘଟଣାର 5 ଦିନ ପରେ କ୍ୟାମେରା ଆଗରେ ପ୍ରତିକ୍ରିୟା ରଖିଛନ୍ତି । ଶାନ୍ତି ପ୍ରିୟ ନିର୍ବାଚନ ମଣ୍ଡଳିରେ ଅଶାନ୍ତ କରୁଛି କିଏ ବୋଲି ପ୍ରଶ୍ନ କରିଛନ୍ତି ଅରବିନ୍ଦ ଢ଼ାଲି । ଅଧିକ ପଢନ୍ତୁ

ଅରବିନ୍ଦ ଢ଼ାଲିଙ୍ଗ ଗାଡିକୁ ଅଣ୍ଡାମାଡ ଘଟଣା, ଏମିତି କହିଲେ ବିଧାୟକ

ଅଣ୍ଡାମାଡକୁ ନେଇ ମୁହଁ ଖୋଲିଲେ ଅରବିନ୍ଦ

ନିଆଳି: କିଛି ଦିନ ତଳେ ଜୟଦେବ ବିଧାୟକ ଅରବିନ୍ଦ ଢ଼ାଲିଙ୍କ ( Jayadev mla arabinda dhali ) ଗାଡି ଉପରକୁ ଅଣ୍ଡାମାଡ ହୋଇଥିଲା । ଘଟଣାର 5 ଦିନ ପରେ କ୍ୟାମେରା ଆଗରେ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ଅରବିନ୍ଦ ଢାଲି । ମାଲକାନଗିରିରେ ରୁରାଲ ନକ୍ସଲ ଆକ୍ରମଣ କରୁଥିଲେ ଏବେ ଅର୍ବାନରେ ନକ୍ସଲ ମୋତେ ମାରିଦେବେ । ସବୁ କଥା ଦଳର ସୁପ୍ରିମୋକୁ ଜଣାଇଥିବା କହିଛନ୍ତି ବିଧାୟକ ।

ପ୍ରତିକ୍ରିୟା ରଖି ବିଧାୟକ ଆହୁରି କହିଛନ୍ତି,''ଶାନ୍ତି ପ୍ରିୟ ନିର୍ବାଚନ ମଣ୍ଡଳୀରେ ଅଶାନ୍ତ କରୁଛି କିଏ ! ଏହି କଥା ଛଳରେ ବିସ୍ଫୋରକ ବୟାନ ରଖିଛନ୍ତି ଖୋର୍ଦ୍ଧା ଜିଲ୍ଲା ଜୟଦେବ ବିଧାୟକ ଅରବିନ୍ଦ ଢ଼ାଲି । ଡିସେମ୍ବର 7 ତାରିଖରେ ନିଜ ନିର୍ବାଚନ ମଣ୍ଡଳୀକୁ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆସୁଥିବା ସମୟରେ ବାଲିପାଟଣା ଛକରେ ବିଧାୟକଙ୍କ ଗାଡି ଉପରକୁ ଏକାଧିକ ଅଣ୍ଡାମାଡ, ବିରୋଧ ଓ ଗାଡି ଆଗରେ ଅଡି ବସିଥିଲେ ଏକ ଗୋଷ୍ଠୀ । ଏହି ଘଟଣାକୁ ନେଇ ଜୟଦେବ ବିଧାୟକ ଅରବିନ୍ଦ ଢ଼ାଲି ଏକ ବିସ୍ଫୋରକ ବୟାନ ଦେଇଛନ୍ତି ।‌

ଏହା ବି ପଢନ୍ତୁ....ବିଜେଡି ବିଧାୟକଙ୍କ ଗାଡିକୁ ଅଣ୍ଡା ମାଡ଼: ଜଣେ ଗିରଫ, ଭିଡିଓ ଜାରି କରି ସୁରକ୍ଷା ମାଗିଲେ ଜୟଦେବ ବିଧାୟକ

ମାଲକାନଗିରିରେ ଅସଲି ନକ୍ସଲ, କିନ୍ତୁ ଅର୍ବାନରେ ନକଲି ନକ୍ସଲ । ଏହି ଏ କଥା ଏବେ ଜୟଦେବ ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚା ଜୋର ଧରିଛି । ତେବେ ଏହି ନକଲି ନକ୍ସଲ କିଏ ? ସେମାନେ ବିଜୁ ଜନତା ଦଳ ପାଇଁ ଆଗାମୀ ଦିନରେ କଣ୍ଟା ହେବେ ନାଁ ନିଜର ପତିଆରା ଜାହିର କରି ବିଧାୟକ ଅରବିନ୍ଦ ଢ଼ାଲିଙ୍କୁ ତଡିପାର କରିବେ ନାହିଁ ତ ? ନିଜକୁ ଅସୁରକ୍ଷିତ ମଣିବା ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମ ନବୀନଙ୍କୁ ଲିଖିତ ଭାବରେ ଜଣାଇଛି ବୋଲି କହିଛନ୍ତି ବିଧାୟକ ଅରବିନ୍ଦ ଢ଼ାଲି । ଯେଉଁମାନେ ଅଣ୍ତାମାଡ କରିଛନ୍ତି ସେମାନଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ପୁଣି ନରମ କଥା କହି କଥାକୁ ଆଗକୁ ନ ବଢୁ ବୋଲି ମଧ୍ୟ କହିଛନ୍ତି ।

ସେ ଆହୁରି କହିଛନ୍ତି, ‘‘ମୁଁ ଶାନ୍ତି ଦୂତ ମୁଁ ଚାହେଁ ଜୟଦେବ ନିର୍ବାଚନ ମଣ୍ଡଳୀ ଲୋକେ ଶାନ୍ତିରେ ରୁହନ୍ତୁ ଭଲରେ ରୁହନ୍ତୁ । ବାରମ୍ବାର ସେମାନେ ବିରୋଧ କରୁଛନ୍ତି ବିରୋଧ କରୁଥିବା ଲୋକମାନେ ୧୦୦ ଟୋକା ପଠେଇଲେ ମୁଁ ୫୦୦ ଟୋକା ପଠେଇ ପାରିବି ବୋଲି କହିଛନ୍ତି ବିଧାୟକ ଅରବିନ୍ଦ ଢ଼ାଲି । ଉଭୟ ପଟୁ ଗଣ୍ତଗୋଳ, ହଣାକଟା ହେଲେ କ'ଣ ହେବ ଅଶାନ୍ତି ହେବ ମୁଁ ଏକଥା ଚାହୁଁ ନାହିଁ ବୋଲି ଏମିତି କହିଛନ୍ତି ଅରବିନ୍ଦ । ଲୋକେ ମୋତେ ବିରୋଧ କରୁନାହାଁନ୍ତି, ବିଜେପି କିମ୍ବା କଂଗ୍ରେସ ଦଳ ବିରୋଧ କରୁନାହାଁନ୍ତି ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଯିଏ ଗତ ସାଧାରଣ ନିର୍ବାଚନରେ ବିଜେଡି ଦଳ ବିରୋଧରେ ସ୍ବର ଉତ୍ତୋଳନ କରୁଥିଲେ ମୋତେ ରୁରାଲ ନକ୍ସଲ ଆକ୍ରମଣ କରୁଥିଲେ ଏବେ ଅର୍ବାନ ନକ୍ସଲ ଆକ୍ରମଣ କରୁଛନ୍ତି ମୋତେ ଜୀବନରୁ ମାରିଦେବେ ବୋଲି କହିଥିଲା କହିଛନ୍ତି ବିଧାୟକ ଅରବିନ୍ଦ ଢ଼ାଲି । ବାଲିପାଟଣା ଓ ବାଲିଅନ୍ତା ଅଞ୍ଚଳରେ କ'ଣ ସବୁ ବିକାଶ ହୋଇଛି ସେ କଥା ମଧ୍ୟ କହିଛନ୍ତି ବିଧାୟକ ।

ଇଟିଭି ଭାରତ, କଟକ

Last Updated : Dec 12, 2022, 1:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.