ETV Bharat / state

ରାଜସ୍ବ ହରିଲୁଟ୍‌ ଘଟଣା, ଭିଜିଲାନ୍ସ ଜାଲରେ ଯାଜପୁରର ପୂର୍ବତନ ନାଜିର

ରାଜସ୍ବ ହରିଲୁଟ ଘଟଣାରେ ଯାଜପୁର ଜିଲ୍ଲାର ପୂର୍ବତନ ନାଜିର ରଜତ କୁମାର ରାଉତରାୟଙ୍କୁ ଗିରଫ କଲା କଟକ ଡିଭିଜନ ଭିଜିଲାନ୍ସ । ଅଧିକ ପଢନ୍ତୁ

author img

By

Published : Jun 9, 2022, 5:45 PM IST

ରାଜସ୍ବ ହରିଲୁଟ ଘଟଣା, ଭିଜିଲାନ୍ସ ଜାଲରେ ଯାଜପୁର ପୂର୍ବତନ ନାଜିର

କଟକ: ରାଜସ୍ବ ହରିଲୁଟ ଘଟଣାରେ ଯାଜପୁର ଜିଲ୍ଲାର ପୂର୍ବତନ ନାଜିର ରଜତ କୁମାର ରାଉତରାୟଙ୍କୁ ଗିରଫ କଲା କଟକ ଡିଭିଜନ ଭିଜିଲାନ୍ସ । ରାଜସ୍ବ ହରିଲୁଟ କରି ରଜତ ଦୀର୍ଘ ୬ ବର୍ଷ ଧରି ଫେରାର ଥିଲେ । ପାଖାପାଖି ୫ କୋଟି ଟଙ୍କାର ରାଜସ୍ବ ହରିଲୁଟ୍ କରିଥିଲେ ରଜତ । ତାଙ୍କ ସହ ତତ୍କାଳୀନ ତହସିଲଦାର, ୨୦ ଜଣ ବ୍ୟକ୍ତି ଏହି ହାରିଲୁଟ ଘଟଣାରେ ସମ୍ପୃକ୍ତ ଅଛନ୍ତି । ଏଥିରୁ ଅଧିକାଂଶ ଅଭିଯୁକ୍ତ ଜାମିନରେ ଅଛନ୍ତି । ବର୍ତ୍ତମାନ ରଜତଙ୍କୁ କୋର୍ଟ ଚାଲାଣ କରାଯିବା ସହ ମାମଲାର ତଦନ୍ତ ଜାରି ରହିବ ବୋଲି ସୂଚନା ଦେଲେ କଟକ ଡିଭିଜନ ଭିଜିଲାନ୍ସ ଏସପି ଅକ୍ଷୟ ମିଶ୍ର ।

ତେବେ ନିଜ ଗିରଫଦାରୀକୁ ଏଡ଼ାଇବା ପାଇଁ ରଜତ ଅଭିନବ ଉଦ୍ୟମ କରିଥିଲେ । ଗତ 6 ବର୍ଷ ହେଲା ସେ ନିଜର ନାମ, ଠିକଣା ଓ ଫୋନ ନମ୍ବର ବଦଳାଇ ରାଜ୍ୟର ବିଭିନ୍ନ ସ୍ଥାନରେ ଘର ଭଡା ନେଇ ରହିଆସୁଥିଲେ । ତେବେ ରଜତ କଟକ CDA ଠାରେ ଏକ ଘର ଭଡା ନେଇ ରହୁଥିବା ଜଣାପଡିବା ପରେ ତାଙ୍କୁ ଧରିବା ପାଇଁ ଏକ ସ୍ବତନ୍ତ୍ର ଟିମ ଗଠନ କରିଥିଲା ଭିଜିଲାନ୍ସ ବିଭାଗ । ଆଜି(ଗୁରୁବାର) ସକାଳେ ଭିଜିଲାନ୍ସ ବିଭାଗ ପକ୍ଷରୁ ରେଡ଼ ହେବା ସମୟରେ ସେ ନିଜକୁ ଘର ଭିତରେ ବନ୍ଦ କରି ରଖିବା ସହ ଲୁଚି ରହିଥିଲେ ।

ଅନେକ ସମୟ ଉଦ୍ୟମ ପରେ ତାଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ଭିଜିଲାନ୍ସ । ବଡ କଥା ହେଉଛି କି ନିଜ ପରିବାର ଲୋକଙ୍କ ଠାରୁ ୬ ବର୍ଷ ହେଲା ଦୂରତା ବଜାଇ ରଖି ଥିବା ରଜତ CDAରେ ତାଙ୍କ ଦ୍ଵିତୀୟ ପତ୍ନୀଙ୍କ ସହ ରହୁଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.