ETV Bharat / state

ଶିଶୁ ଭବନରେ ଚିକିତ୍ସିତ ହେଉଛନ୍ତି ଯାଜପୁର ଅପପୁଷ୍ଟି ଶିଶୁ, ସ୍ବାସ୍ଥ୍ୟବସ୍ଥା ସ୍ଥିର - ଭୋକର ଭୂଗୋଳ

ଶିଶୁ ଭବନରେ ଚିକିତ୍ସିତ ହେଉଛନ୍ତି ଯାଜପୁର ଦୁଇ ଅପପୁଷ୍ଟି ଶିଶୁ । ଜଣକର ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ବେଳେ ଅନ୍ୟଜଣଙ୍କ ଉପରେ ବିଶେଷ ଧ୍ୟାନ ଦିଆଯାଉଥିବା ନେଇ କହିଛନ୍ତି ଶିଶୁ ଭବନ ଅଧିକ୍ଷକ । ଅଧିକ ପଢନ୍ତୁ

ଯାଜପୁର ଅପପୁଷ୍ଟି ଶିଶୁ
ଯାଜପୁର ଅପପୁଷ୍ଟି ଶିଶୁ
author img

By

Published : Mar 24, 2023, 9:10 AM IST

ଯାଜପୁର ଅପପୁଷ୍ଟି ଶିଶୁ

କଟକ: ଯାଜପୁରରେ ପୁଣି ଦେଖାଦେଇଛି ଭୋକର ଭୂଗୋଳ । ୨୦୧୬ ମସିହା ପରେ ଏବେ ପୁଣି ଥରେ ଅପପୁଷ୍ଟିର ଶିକାର ହୋଇଛନ୍ତି ଦୁଇ ଶିଶୁ । ତେବେ ବର୍ତ୍ତମାନ ଭାଇଭଉଣୀକୁ କଟକ ଶିଶୁ ଭବନରେ ଭର୍ତ୍ତି କରାଯାଇଛି । ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଥିବା ନେଇ ଶିଶୁ ଭବନ ଅଧିକ୍ଷକ କହିଛନ୍ତି ।

ସୂଚନାଅନୁସାରେ, ରାଣାଗୁଣ୍ଡି ପଞ୍ଚାୟତର ଘାଟିସାହି ଗାଁରେ ରହନ୍ତି ବାଙ୍କୁ ହେମ୍ବ୍ରମ, ତାଙ୍କ ପତ୍ନୀ ତୁଳସୀ ହେମ୍ବ୍ରମ ଏବଂ 8ଟି ପିଲା । ମୁଲଲାଗି କୁଟୁମ୍ବ ଚଳାଉଥିବା ବେଳେ ଏବେ ଅପପୁଷ୍ଟିର ଶିକାର ହୋଇଛନ୍ତି ଦୁଇ ଶିଶୁ । ତୁଳସୀଙ୍କର ଦୁଇ ପିଲାଙ୍କ ବୟସ ବଢିଛି ସତ କିନ୍ତୁ ଅପପୃଷ୍ଟି ଯୋଗୁଁ ଶାରୀରିକ ବିକାଶ ଯେତେ ଯେମିତି ବହୁତ ଦିନ ପୂର୍ବରୁ ଅଟକି ଯାଇଛି । ଦୁଇ ଦିନର ଚିକିତ୍ସା ପରେ ଉଭୟ ଶିଶୁଙ୍କ ସ୍ବାସ୍ଥ୍ୟାବସ୍ଥାରେ ସାମନ୍ୟ ଉନ୍ନତି ଆସିଥିବା ବେଳେ 4 ବର୍ଷୀୟା କୁନି ହେମ୍ବ୍ରମର ସ୍ବାସ୍ଥ୍ୟାବସ୍ଥା ନେଇ ଚିନ୍ତିତ ରହିଥିବା କହିଛନ୍ତି ଡାକ୍ତର ।

ଏନେଇ ଶିଶୁଭବନ ଅଧିକ୍ଷକ କହିଛନ୍ତି, "କୁନି ଅପପୃଷ୍ଟି ସହ ସ୍ନାୟୁ ଜନିତ ରୋଗର ଶିକାର ହୋଇଥିବା ସନ୍ଦେହ କରାଯାଉଛି । ଏଥିପାଇଁ ତାର ଏମଆରଆଇ ଓ ଇସିଜି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଅପପୃଷ୍ଟିର ଶିକାର ଅବସ୍ଥାରେ ଉଦ୍ଧାର ହୋଇଥିବା ଯାଜପୁର ଦାନଗଦି ଘାଟିସାହି ଗାଁର ଦୁଇ ଶିଶୁଙ୍କୁ ଗତ କିଛି ଦିନ ପୂର୍ବରୁ କଟକ ଶିଶୁ ଭବନରେ ଭର୍ତ୍ତି କରାଯାଇଛି । ଏଠାରେ ଭର୍ତ୍ତି ହେବା ପରେ ସମ୍ପୃକ୍ତ ଶିଶୁ ଦୁଇଟିଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯିବା ସହ ତାର ଚିକିତ୍ସା ଆରମ୍ଭ ହୋଇଛି । ତେବେ ଦୁଇ ଶିଶୁଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ପୂର୍ବ ଅପୋକ୍ଷା ଭଲ ଥିଲେ ମଧ୍ୟ ଶିଶୁ କନ୍ୟାଟିର ସ୍ବାସ୍ଥ୍ୟାବସ୍ଥା ଠିକ ନାହିଁ । "

ଏହା ମଧ୍ୟ ପଢନ୍ତୁ: ଯାଜପୁରରୁ ପୁଣି ଆସିଲା ବିକାଶର ନଗ୍ନ ଚିତ୍ର, ଅପପୁଷ୍ଟିର ଶିକାର କୁନିଶିଶୁ

ସେପଟେ ହସ୍ପିଟାଲରେ ଉପଯୁକ୍ତ ଚିକିତ୍ସା ସେବା ପ୍ରଦାନ କରାଯାଉଥିବା କହିଛନ୍ତି ଶିଶୁଙ୍କ ମାଆ । ଯାଜପୁର ଦାନଗଦି ବ୍ଲକ ଅନ୍ତର୍ଗତ ରଣାଗୁଣ୍ଡି ପଞ୍ଚାୟତ ଘଟିସାହି ଗ୍ରାମର ଦମ୍ପତି ତୁଳସୀ ଓ ବାଙ୍କୁ ହେମ୍ବ୍ରମଙ୍କ 8ଟି ସନ୍ତାନ ଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଶଂ ଶିଶୁ ଅପପୃଷ୍ଟିର ଶିକାର ହୋଇଥିଲେ । ବିଶେଷ କରି ଦୁଇଟି ସନ୍ତାନଙ୍କ ସ୍ବାସ୍ଥ୍ୟାବସ୍ଥା ଅତି ଖରାପ ଥିବା ଜାଣି ପାରି ସ୍ଥାନୀୟ କିଛି ସ୍ବେଚ୍ଛାସେବୀଙ୍କ ଉଦ୍ୟମ ପରେ ସେମାନଙ୍କୁ ପ୍ରଥମେ ଯାଜପୁର ରୋଡ ଏନଆରସି ଓ ପରେ କଟକ ଶିଶୁ ଭବନକୁ ସ୍ଥାନାନ୍ତରିତ କରାଯାଇଥିଲା । ଏଠାରେ ଭର୍ତ୍ତି ହେବା ଉପରେ ଉଭୟ ଶିଶୁଙ୍କ ଚିକିତ୍ସା ଚାଲିଛି ଏବଂ ଉପଯୁକ୍ତ ଚିକିତ୍ସା ପ୍ରଦାନ କରାଯାଉଥିବା କହିଛନ୍ତି ସେମାନଙ୍କ ମାଆ ତୁଳସୀ ହେମ୍ବ୍ରମ । ଚିକିତ୍ସା ପରେ ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ସହ ଓଜନରେ ମଧ୍ୟ ବୃଦ୍ଧି ଘଟିଛି । ତେବେ ଉଭୟଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ କିଛି ଅଧିକ ଦିନ ସମୟ ଲାଗିପାରେ ବୋଲି ଅନୁମାନ କରୁଛନ୍ତି ମେଡିକାଲ କର୍ତ୍ତୃପକ୍ଷ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.