ETV Bharat / state

୬ ମାସ ମଧ୍ୟରେ ଅଗ୍ନିଶମ ବିଭାଗରେ ୧୧ ଶହ କର୍ମଚାରୀ ନିଯୁକ୍ତି ପାଇବେ: ସୁଧାଂଶୁ ଷଡଙ୍ଗୀ

author img

By

Published : May 22, 2023, 10:24 AM IST

ନୂଆ ଅଗ୍ନିଶମ ଡିଜି ଭାବେ ଦାୟିତ୍ୱ ନେଲେ ସୁଧାଂଶୁ ଷଡ଼ଙ୍ଗୀ । କାର୍ଯ୍ୟକାରୀ ନିର୍ଦ୍ଦେଶକଙ୍କ ଠାରୁ ଦାୟିତ୍ବ ଗ୍ରହଣ କଲେ ସୁଧାଂଶୁ । ଅଧିକ ପଢନ୍ତୁ

sudhansu sarangi took over as fire dg
sudhansu sarangi took over as fire dg
sudhansu sarangi took over as fire dg

କଟକ: ଅଗ୍ନିଶମ ଡିଜି ଭାବେ ଦାୟିତ୍ୱ ନେଲେ ଆଇପିଏସ ସୁଧାଂଶୁ ଷଡ଼ଙ୍ଗୀ । ରାଜ୍ୟ ଅଗ୍ନିଶମ ଗୃହରକ୍ଷୀ ବିଭାଗର ୫୪ ତମ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି ସୁଧାଂଶୁ ଷଡ଼ଙ୍ଗୀ । ୧୯୯୦ ମସିହା ବ୍ୟାଚର ଏହି ଆଇପିଏସ ଅଧିକାରୀଙ୍କୁ କିଛି ଦିନ ତଳେ ଡିଜି ପଦକୁ ପଦୋନ୍ନତି ଦେଇ ଥିଲେ ରାଜ୍ୟ ସରକାର । ଗତ ସପ୍ତାହରେ ତାଙ୍କୁ ଅଗ୍ନିଶମ ଡିଜି ଭାବେ ନୂଆ ନିଯୁକ୍ତି ମିଳିଥିଲା । ସୁଧାଂଶୁ ଷଡ଼ଙ୍ଗୀ ପୂର୍ଵରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗ ସହ ପୋଲିସ କମିଶନର ଭାବେ ଦକ୍ଷତାର ସହ କାର୍ଯ୍ୟ କରିସାରିଛନ୍ତି ।

ଆଜି ସକାଳ ପ୍ରାୟ ୮ଟା ସମୟରେ କଟକ ସ୍ଥିତ ଅଗ୍ନିଶମ ବିଭାଗର ମୁଖ୍ୟ କାର୍ଯ୍ୟାଳୟରେ କାର୍ଯ୍ୟକାରୀ ନିର୍ଦ୍ଦେଶକ ବିନୟତୋଷ ମିଶ୍ରଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ । ତେବେ ଓଡିଶା ଅଗ୍ନିଶମ ବିଭାଗର କାର୍ଯ୍ୟ ଦକ୍ଷତା ଦେଶରେ ସୁନାମ ଅର୍ଜନ କରିଛି । ଆଗାମୀ ଦିନରେ ଏହାକୁ ବଜାୟ ରଖାଯିବ ବୋଲି କହିବା ସହ ବିଭାଗର ଆଗାମୀ କାର୍ଯ୍ୟପନ୍ଥା ବାବଦରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ ସୁଧାଂଶୁ ଷଡ଼ଙ୍ଗୀ ।

ଡ଼ଃ ଷଡଙ୍ଗୀ ଆଜି ବିଧିବଦ୍ଧ ଭାବରେ କାର୍ଯ୍ୟରେ ଯୋଗଦେବା ପରେ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ''ଓଡିଶା ଅଗ୍ନିଶମ ଏବଂ ଗୃହରକ୍ଷୀ ବିଭାଗର କାୟା ଓ ସାମର୍ଥ୍ୟ ବିଗତ ଦୁଇ ଦଶନ୍ଧିରେ ବ୍ୟାପକ ଭାବରେ ବୃଦ୍ଧି ଘଟିଛି ।୨୦୦୦ ମସିହା ବେଳକୁ ରାଜ୍ୟରେ ମାତ୍ର ୧୧୨ଟି ଅଗ୍ନିଶମ କେନ୍ଦ୍ର ଥିଲା । ଵର୍ତ୍ତମାନ ଏହା ତିନିଗୁଣ ବୃଦ୍ଧି ପାଇ ୩୪୫ରେ ପହଞ୍ଚିଛି । ଏହି କେନ୍ଦ୍ର ଗୁଡିକ ଅଗ୍ନି ନିର୍ବାପକ ଛଡା ବିଭିନ୍ନ ଆପାତ୍ତକାଳୀନ ପରିସ୍ଥିତିର ମଧ୍ୟ ମୁକାବିଲା କରୁଛନ୍ତି । ଓଡିଶା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଦେଶ ଓ ବିଦେଶରେ ସୁନାମ ଅର୍ଜନ କରିଛି । ସେଥିପାଇଁ ଅଗ୍ନିଶମ ସଂସ୍ଥାକୁ ସକ୍ଷମ କରିବା ପାଇଁ ରାଜ୍ୟ ସରକାର ସମସ୍ତ ଉଦ୍ୟମ କରୁଛନ୍ତି । ରାଜ୍ୟ ଅଗ୍ନିଶମ ସଂସ୍ଥାର କର୍ମଚାରୀ ମାନେ ଅତୀତରେ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଅରୁଣାଚଳ ପ୍ରଦେଶ, କେରଳ ଆଦି ପ୍ରଦେଶରେ ଦାୟିତ୍ୱ ସମ୍ପନ୍ନ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି ବୋଲି ଡିଜି କହିଛନ୍ତି । ''

''କେବକ ସେତିକି ନୁହେଁ ରାଜ୍ୟରେ ଚାଳ ଛପର ଘରର ସଂଖ୍ୟା କମୁଛି । ପୂର୍ବଭଳି ଆଉ ଘରପୋଡି ନାହିଁ । ତେବେ ଉଚ୍ଚ ଓ ଅତିଉଚ୍ଚ ଅଟ୍ଟାଳିକା ମାନ ଗଢି ଉଠୁଛି ସ୍ୱାସ୍ଥ୍ୟ, ଶିଳ୍ପ, ଶିକ୍ଷା ଆଦି କ୍ଷେତ୍ରରେ ପ୍ରତିଷ୍ଠାନ ମାନଙ୍କରେ ଆଗ୍ନେୟ ଦୁର୍ଘଟଣାର ମୁକାବିଲା କରିବା ପାଇଁ ଆହୁରି ପ୍ରସ୍ତୁତ କରିବାକୁ ପଡିବ ଏବଂ ଏହାର ମୁକାବିଲା ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ଉପରେ ଧ୍ୟାନ ଦେବାକୁ ପଡିବ । ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ଅଗ୍ନିଶମ ବିଭାଗର ଉନ୍ନତି ପାଇଁ ଅଧିକ ୨୪୦ କୋଟି ଟଙ୍କା ଅନୁଦାନ ଦେବାର ପ୍ରସ୍ତାବ ରହିଛି । ଏହାଛଡା ୧୧୦୦ ନୂଆ କର୍ମଚାରୀ ମାନଙ୍କର ନିଯୁକ୍ତି ପାଇଁ ଆବଶ୍ୟକୀୟ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ଏହି ପ୍ରକ୍ରିୟା ଆଗାମୀ ଛଅ ମାସ ମଧ୍ୟରେ ଶେଷ କରାଯିବ ବୋଲି ଡିଜି କହିଛନ୍ତି ।''

''ସେହିପରି ନିଆଁକୁ କେହି ଖାମଖିଆଲି ଭାବେ ନେବା ଉଚିତ୍‌ ନୁହେଁ । ସବୁବେଳେ ଆମକୁ ସତର୍କ ରହିବାକୁ ପଡିବ । ସମସ୍ତଙ୍କୁ ଆବଶ୍ୟକୀୟ ନିୟମ ମାନି କାମ କରିବାକୁ ପଡିବ ବୋଲି ସମସ୍ତଙ୍କୁ ଅନୁରୋଧ କରିଛନ୍ତି ଡିଜି । ରାଜ୍ୟରେ ଏବେ ୧୫ ହଜାର ୯୧୮ ଜଣ ଗୃହରକ୍ଷୀ କାମ କରୁଛନ୍ତି । ସେମାନଙ୍କର ବିଭିନ୍ନ ସମସ୍ୟା ରହିଛି । ତେବେ ସେମାନେ ନିଷ୍ଠାର ସହ କାମ କରିବାକୁ ଡିଜି ପରାମର୍ଶ ଦେଇଛନ୍ତି । କୌଣସି ସଙ୍ଗଠନର ବିକାଶ ଓ ପରିଚୟ ଏକ କ୍ରମାଗତ ପ୍ରକ୍ରିୟା । ଆଗାମୀ ଦିନ ମାନଙ୍କରେ ରାଜ୍ୟ ଅଗ୍ନିଶମ ଓ ଗୃହରକ୍ଷୀ ସଂସ୍ଥା ନିଜର ସମ୍ମାନ ଓ ପରିଚୟ ବଜାୟ ରଖିବାକୁ ଯତ୍ନବାନ ହେବେ । ରାଜ୍ୟବାସୀଙ୍କୁ ଉନ୍ନତମାନର ସେବା ପ୍ରଦାନ କରି ଆସ୍ଥା ଭାଜନ ହେବା ପାଇଁ ବିଭାଗ ଚେଷ୍ଟା କରିବ ବୋଲି ଆଜି ଦାୟିତ୍ୱ ଗ୍ରହଣ କରିବା ଅବସରରେ ଡ଼ଃ ଷଡଙ୍ଗୀ କହିଛନ୍ତି । ''

ଇଟିଭି ଭାରତ,କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.