ETV Bharat / state

‘ରିଜର୍ଭ ଡେ'ରେ ଭାରତ କରିବ ସଂଘର୍ଷ’ - ସଙ୍ଘର୍ଷ

ଆଜିର ମ୍ୟାଚରେ କିପରି ରହିବ ଟିମ୍ ଇଣ୍ଡିଆର ପ୍ରଦର୍ଶନ । ସହଜରେ ଜିତିବାକୁ କଣ ରହିବ କୌଶଳ । ସେନେଇ ‘ଇଟିଭି ଭାରତ’କୁ ସ୍ବତନ୍ତ୍ର ସାକ୍ଷାତକାରରେ ମତ ରଖିଲେ ପୂର୍ବତନ ରଣଜୀ ଖେଳାଳୀ ପବନ ଅଗ୍ରୱାଲ ।

ଫଟୋ ସୌଜନ୍ଯ: ସମ୍ବାଦଦାତା, କଟକ
author img

By

Published : Jul 10, 2019, 3:24 PM IST

କଟକ: ମାଞ୍ଚେଷ୍ଟାରରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ସେମିଫାଇନାଲ ମ୍ୟାଚ ବର୍ଷା ଜନିତ ବାଧାପ୍ରାପ୍ତ ହୋଇଛି । ଯାହାଫଳରେ ଆଜି ରିଜର୍ଭ ଡେ ରେ ମ୍ୟାଚ ଖେଳାଯିବ । ତେବେ ଟିମ ଇଣ୍ଡିଆ କିପରି ପ୍ରଦର୍ଶନ କଲେ ମ୍ୟାଚକୁ ସହଜରେ ଜିତି ହେବ, ସେ ନେଇ ‘ଇଟିଭି ଭାରତ’କୁ ସ୍ବତନ୍ତ୍ର ସାକ୍ଷାତକାରରେ ଦେଲେ ପୂର୍ବତନ ରଣଜୀ ଖେଳାଳୀ ପବନ ଅଗ୍ରୱାଲ ।

ସେ କହିଛନ୍ତି ଭାରତୀୟ ଦଳର ପ୍ରଦର୍ଶନ ଭଲ ରହିଛି । ଗତକାଲି ଖେଳା ଯାଇଥିବା ମ୍ଯାଚରେ ବାକିଥିବା ଓଭରକୁ ବୁମେରାଂ, ଭୁବନେଶ୍ବର କୁମାର ସମାପ୍ତ କରିବେ । ଯେହେତୁ ସେମାନଙ୍କ ବୋଲିଂ ତରିକା ଉତ୍ତମ ରହିଛି । ତେଣୁ ଅଧିକ ରନ ନ୍ୟୁଜିଲାଣ୍ଡ କରିବା ଭଳି ଦେଖାଯାଉ ନାହିଁ । ବାକି ଥିବା 3.5 ଓଭରରେ ବିପରୀତ ଦଳ 15/ 16 ରନ୍ କରିପାରନ୍ତି ବୋଲି ଅଗ୍ରୱାଲ କହିଛନ୍ତି ।

ଭିଡ଼ିଓ ସୌଜନ୍ଯ: ସମ୍ବାଦଦାତା, କଟକ

ଲିଗ ମ୍ଯାଚରେ ନ୍ୟୁଜିଲାଣ୍ଡ ସହ ଭାରତ ଖେଳିନଥିବାବେଳେ କିନ୍ତୁ ଅଭ୍ୟାସ ମ୍ୟାଚରେ ଟିମର ସ୍ଥିତି ଦୃଢ ରହିଥିଲା । କିନ୍ତୁ ମାନସିକ ସ୍ତରରେ ଯେହେତୁ ଟିମ୍ ଇଣ୍ଡିଆ ଭଲ ରହିଛି, ତେଣୁ ଏହି ମ୍ୟାଚ ଜିତିବା ସୁନିଶ୍ଚିତ । ଯଦି ବିପକ୍ଷ ଦଳ 230 ଭିତରେ ରନ୍ କରେ, ତେବେ ସହଜ ଭାବରେ ଆମ ଟିମ୍ ଦଳ ମ୍ଯାଚକୁ ହାତେଇବାର ସକ୍ଷମ ହେବ ବୋଲି ପୂର୍ବତନ ରଣଜୀ ଖେଳାଳୀ କହିଛନ୍ତି । ସେ ଆହୁରି କହିଛନ୍ତି ଆଜିର ଖେଳ ଜିତିବା ପରେ ନିଶ୍ଚିତ ଭାବରେ ବିଶ୍ବକପ ହାସଲ କରିବାରେ ଭାରତୀୟ ଦଳ ଦାବୀଦାର ରହିବ ।

କଟକରୁ ପ୍ରଭୁକଲ୍ଯାଣ ପାଲ, ଇଟିଭି ଭାରତ

Intro:କଟକ: ମାଞ୍ଚଷ୍ଟାର ରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ସେମିଫାଇନାଲ ମ୍ୟାଚ ବର୍ଷା ଜନିତ ବାଧାପ୍ରାପ୍ତ ହୋଇଛି । ଯାହାଫଳରେ ଆଜି ରିଜର୍ଭ ଡେ ରେ ମ୍ୟାଚ ଖେଳାଯିବ। ତେବେ ଟିମ ଇଣ୍ଡିଆ କିପରି ପଦର୍ଶନ କଲେ ମ୍ୟାଚ କୁ ସହଜରେ ଜିତି ପାରିବ ସେନେଇ ପୂର୍ବତନ ରଣଜୀ ଖେଳାଳି ପବନ ଅଗ୍ରୱାଲ ଙ୍କ ସହ ସିଧାସଳଖ ଆଲୋଚନା

Body:no need

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.