କଟକ: ବର୍ଦ୍ଧିତ ସ୍କୁଲ ଫି ଛାଡ ପ୍ରସଙ୍ଗ । ଗୁରୁବାର ଏହାର ଶୁଣାଣି ହାଇକୋର୍ଟରେ ହୋଇଛି । ୧୫ ପ୍ରତିଶତ ଫି ଛାଡ଼ କରିବା ନେଇ ଘରୋଇ ଶିକ୍ଷାନୁଷ୍ଠାନ ରାଜି ବୋଲି ଘରୋଇ ଶିକ୍ଷାନୁଷ୍ଠାନ ପକ୍ଷରୁ କୋର୍ଟରେ ଜଣାଇଛନ୍ତି ।
ଆସନ୍ତା ଜୁଲାଇ ୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ । ତେବେ ସେ ପର୍ଯ୍ୟନ୍ତ ପୂର୍ବ ଅନ୍ତରୀଣ ରହିତାଦେଶ ଜାରି ରହିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । ଅର୍ଥାତ ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଇକ୍ଳାସ ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷ ସ୍କୁଲର ଆଇଡି ଓ ପାସ ୱାର୍ଡ ଦେବେ । ସୂଚନାଯୋଗ୍ୟ ବର୍ଦ୍ଧିତ ସ୍କୁଲ ଫି ଛାଡ଼ ପାଇଁ ଅବିଭାବକ ସଂଘ ପକ୍ଷରୁ ହାଇକୋର୍ଟ ରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଥିଲା ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ