କଟକ: ଜିଲ୍ଲାର ଜଗତପୁର ଅଞ୍ଚଳରୁ ପୁଣି ନକଲି ସିମେଣ୍ଟ କାରଖାନାକୁ ଠାବ କରାଯାଇଛି । ଉକ୍ତ କାରଖାନାରେ ଜଗତପୁର ଥାନା ପୋଲିସ ରେଡ ମାରିଥିବା ବେଳେ କାରଖାନାର ମାଲିକ ଫେରାର ଥିବା ଜଣାପଡିଛି ।
ଏହି କାରଖାନା ଜଗତପୁର ଅଞ୍ଚଳ ଖଇରା ପୋଲ ନିକଟରେ ଥିବା ଏକ ଘରେ ଚାଲୁଥିଲା । ଦୀର୍ଘଦିନ ଧରି ଏହି କାରଖାନାରେ ଅପମିଶ୍ରିତ ସିମେଣ୍ଟ ପ୍ରସ୍ତୁତ କରାଯାଉଥିବା ବେଳେ ବିପୁଳ ମାତ୍ରାରେ ବିକ୍ରି କରାଯାଉଥିଲା । ତେବେ ଏହି ଠକାମି କାରଖାନା ସମ୍ପର୍କରେ ପୋଲିସ ବିଶେଷ ସୂତ୍ରରୁ ଖବର ପାଇବା ପରେ ମଙ୍ଗଳବାର କାରଖାନା ଉପରେ ଚଢାଉ କରିଛି । ଚଢାଉ ସମୟରେ ପୋଲିସ ଅପମିଶ୍ରିତ ସିମେଣ୍ଟ ବସ୍ତାଗୁଡିକୁ ଜବତ କରିବା ସହିତ କାରଖାନାରେ ତାଲା ପକାଇଛି ।
ତେବେ ସିଲଭର ସିଟିରେ ଗୋଟିଏ ପରେ ଗୋଟିଏ ନକଲି କାରଖାନା ଠାବ ହେବାରେ ଲାଗିଛି । କାରଖାନାର ମାଲିକମାନେ ଅସଲି କମ୍ପାନୀ ନାମରେ ଲୋକମାନଙ୍କୁ ନକଲି ସାମଗ୍ରୀ ପ୍ରସ୍ତୁତ କରି ବିକ୍ରି କରୁଥିବା ଅନେକ ଘଟଣା ସାମନାକୁ ଆସିଛି । ପୂର୍ବରୁ ସୋୟାବିନ, ଘିଅ, ମସଲା, ସାନିଟାଇଜର, ହଳଦୀ ଆଦି ନକଲି ଖାଦ୍ୟ ସାମଗ୍ରୀ କାରଖାନା ବିପୁଳ ପରିମାଣରେ ଠାବ କରାଯାଇଛି । ଜିଲ୍ଲା ପ୍ରଶାସନ ଆକ୍ସନ ମୋଡ଼ରେ ବିଭିନ୍ନ ଅଞ୍ଚଳରୁ ନକଲି କାରଖାନାକୁ ଠାବ କରୁଥିବା ଦେଖିବାକୁ ମିଳୁଛି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ