କଟକ: ପାଠକ ବାପ ପୁଅଙ୍କୁ ପ୍ରଥମ ଦିନ ଜେରା । ଆଉ 1 କୋଟି 28 ଲକ୍ଷ ଟଙ୍କା ଠାବ । ଭୁବନେଶ୍ବର ଓ ପୁନେ ବ୍ୟାଙ୍କ ଆକାଉଣ୍ଟ ରୁ ମିଳିଛି ଏହି ଟଙ୍କା । ସପଟେ ଆକାଶଙ୍କ ନାଁ ରେ ବଢ଼ିଛି ଜମା ଟଙ୍କାର ପରିମାଣ । ବର୍ତ୍ତମାନ ଆକାଉଣ୍ଟରେ ରହିଛି 16 କୋଟି 5 ଲକ୍ଷ । ସେଥିମଧ୍ୟରୁ 10 କୋଟି କ୍ୟାସ ଆକରରେ ଜମା ହୋଇଥିବା ବେଳେ ବାକି ଅନଲାଇନ ମାଧ୍ୟମରେ ଜମା ହୋଇଛି ।
ଆକାଶର ଇନ୍ସୁରାନ୍ସ ପଲିସି ଓ ବ୍ୟାଙ୍କ ଆକାଉଣ୍ଟ ବଲାଙ୍ଗୀର ଓ ବ୍ରହ୍ମପୁରରେ ରହିଛି ବୋଲି ଭିଜିଲାନ୍ସ ମୁଖ୍ୟାଳୟରୁ ସୂଚନା ମିଳିଛି ।
କିଛିଦିନ ପୁର୍ବରୁ ଆଇ ଏଫ୍ ଏସ ଅଜୟ ଓ ପୁଅ ଆକାଶ ପାଠକଙ୍କୁ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଥିଲା ଭିଜିଲାନ୍ସ ଟିମ । ପରେ ବିଚାରବିଭାଗୀୟ ହାଜତରେ ଝାରପଡା ଜେଲରେ ଥିଲେ । ଏବେ ଗଠିତ ହୋଇଥିବା ଏସଆଇଟି ଟିମ ତାଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ପୁଣି ତନାଘନା କରିବା ପରେ କିଛି ତଥ୍ୟ ପାଇଛନ୍ତି ଯାହାକୁ ନେଇ ଖୋଳତାଡ଼ କରୁଛି ଏସଆଇଟି ।
ତେବେ ଭିଜିଲାନ୍ସ ମୁଖ୍ୟଳୟରେ ଉଭୟଙ୍କର ରିମାଣ୍ଡର ନିଷ୍କର୍ସ ପରେ 3 ଦିନିଆରେ ରିମାଣ୍ଡରେ ଅଭୟକାନ୍ତ ଓ ପୁଅ ଆକାଶକୁ ନିଆଯାଇଛି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ