ETV Bharat / state

କ୍ୟାବିନ ପାଇଁ ନିଜେ ଆବେଦନ କରିଥିଲା ହାଇଦର: ମେଡ଼ିକାଲ କର୍ତ୍ତୃପକ୍ଷ

ଗ୍ୟାଙ୍ଗଷ୍ଟାର ହାଇଦର ନିଜେ କିରଥିଲା କ୍ୟାବିନ ପାଇଁ ଆବେଦନ । ଏସସିବି କର୍ତ୍ତୃପକ୍ଷଙ୍କ ସୂଚନା । ଅଧିକ ପଢନ୍ତୁ...

କ୍ୟାବିନ ପାଇଁ ନିଜେ ଆବେଦନ କରିଥିଲା ହାଇଦର : ମେଡ଼ିକାଲ କର୍ତ୍ତୃପକ୍ଷ
କ୍ୟାବିନ ପାଇଁ ନିଜେ ଆବେଦନ କରିଥିଲା ହାଇଦର : ମେଡ଼ିକାଲ କର୍ତ୍ତୃପକ୍ଷକ୍ୟାବିନ ପାଇଁ ନିଜେ ଆବେଦନ କରିଥିଲା ହାଇଦର : ମେଡ଼ିକାଲ କର୍ତ୍ତୃପକ୍ଷ
author img

By

Published : Apr 13, 2021, 10:59 PM IST

କଟକ: ଗ୍ୟାଙ୍ଗଷ୍ଟାର ହାଇଦର ଫେରାର ପ୍ରସଙ୍ଗରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଗତ ୨୩ ତାରିଖରେ ହାଇଦର ଚିକିତ୍ସିତ ହେବା ପାଇଁ ଏସସିବି ଆସିଥିଲେ। ଏକାଧିକ ରୋଗରେ ଶିକାର ହୋଇଥିବା ନେଇ ଡାକ୍ତରଙ୍କୁ ଦର୍ଶାଇଥିଲେ। ଏହାପରେ ସର୍ଜରୀ ବିଭାଗରେ ଏକ କ୍ୟାବିନ ପାଇଁ ମଧ୍ୟ ଆବେଦନ କରିଥିଲେ। ସମାନ ୨୩ ତାରିଖରେ କ୍ୟାବିନ ପାଇଁ ଆବେଦନ କରିଥିବାବେଳେ ଉକ୍ତ ଦିନ ତାଙ୍କୁ କ୍ୟାବିନ ମିଳିଥିଲା।

କ୍ୟାବିନ ପାଇଁ ନିଜେ ଆବେଦନ କରିଥିଲା ହାଇଦର : ମେଡ଼ିକାଲ କର୍ତ୍ତୃପକ୍ଷକ୍ୟାବିନ ପାଇଁ ନିଜେ ଆବେଦନ କରିଥିଲା ହାଇଦର : ମେଡ଼ିକାଲ କର୍ତ୍ତୃପକ୍ଷ

ସବୁଠାରୁ ବଡ଼ କଥା ହେଉଛି ଜଣେ ସାଧାରଣ ରୋଗୀଙ୍କ ପାଇଁ କ୍ୟାବିନ ପାଇବାକୁ ଦୀର୍ଘ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଥିବାବେଳେ ଜଣେ ଗ୍ୟାଙ୍ଗଷ୍ଟାରକୁ ଗୋଟିଏ ଦିନରେ ହିଁ କ୍ୟାବିନ ମିଳିଯାଇଥିଲା। ତେବେ କ୍ୟାବିନ ଫାଙ୍କା ଥିବାରୁ ଏହା ତାଙ୍କୁ ମିଳିଥିଲା ବୋଲି ମେଡ଼ିକାଲ କର୍ତ୍ତୃପକ୍ଷ ସଫେଇ ଦେଇଛନ୍ତି। ସେହିପରି ହାଇଦରର ଚିକିତ୍ସା ପାଇଁ ସମସ୍ତ ପରୀକ୍ଷା କରିବାର ବନ୍ଦୋବସ୍ତ କରାଯାଇଥିଲା।ଏହାରି ଭିତରେ ତାଙ୍କୁ ଦେଖା କରିବାକୁ ଯେଉଁମାନେ ଆସୁଥିଲେ ତାହା ସମ୍ପୂର୍ଣ୍ଣ ବେଆଇନ ବୋଲି ଜଣାପଡିଛି। ସେହିପରି କ୍ୟାବିନ ଭିତରକୁ ଖାଦ୍ୟ ଆଣିବା ବି ସମ୍ପୂର୍ଣ୍ଣ ବାରଣ ରହିଛି। କିନ୍ତୁ ହାଇଦର କ୍ଷେତ୍ରରେ ଏହା ଲାଗୁ ହେଉନଥିଲା। କହିବାକୁ ଗଲେ କେଉଁଠି ନାଁ କେଉଁଠି ବ୍ୟବସ୍ଥାରେ ତ୍ରୁଟି ରହିଥିଲା।ତେବେ ଏନେଇ ମେଡ଼ିକାଲ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ଦେବା ନେଇ ମନା କରିଦେଇଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.