ETV Bharat / state

Humane-shreya Marital Dispute: ଷ୍ଟାର ଦମ୍ପତିଙ୍କ କଳିରେ ପୂର୍ଣ୍ଣଚ୍ଛେଦ, ହ୍ୟୁମାନଙ୍କ ଘରକୁ ଫେରିବେ ଶ୍ରୀୟା

author img

By

Published : Jan 30, 2023, 4:15 PM IST

Updated : Jan 30, 2023, 4:28 PM IST

ହ୍ୟୁମାନ ସାଗର ଓ ଶ୍ରୀୟାଙ୍କ ପାରିବାରିକ ବିବାଦ ମାମଲାରେ ପଡିଲା ପୂର୍ଣ୍ଣଚ୍ଛେଦ । ହ୍ୟୁମାନଙ୍କ ଘରକୁ ଫେରିବେ ଶ୍ରୀୟା । ଅଧିକ ପଢନ୍ତୁ

Humane Sagar Marital Dispute
Humane Sagar Marital Dispute
Humane-shreya Marital Dispute

କଟକ: ଓଡି଼ଶାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ତାଙ୍କ ପତ୍ନୀ ଶ୍ରୀୟା ମିଶ୍ରଙ୍କ ପାରିବାରିକ ବିବାଦ ମାମଲାରେ ପଡିଲା ପୂର୍ଣ୍ଣଚ୍ଛେଦ । ଏକାଠି ରହିବେ ହ୍ୟୁମାନ ଓ ଶ୍ରୀୟା । ଉଭୟ ପତି-ପତ୍ନୀଙ୍କ ମଧ୍ୟରେ ଆଜି ଆପୋଷ ସମାଧାନ ହୋଇଛି । ଏକ ମାସ ଭିତରେ ଶାଶୁଘରକୁ ଫେରିବେ ଶ୍ରୀୟା ମିଶ୍ର । ଯାହାବି ମନ ମାଳିନ୍ୟ ହୋଇଥିଲା ତାହା ଉଭୟ ମିଶିକରି ସମାଧାନ କରିବେ । ଯେବେ ଶ୍ରୀୟା ହ୍ୟୁମାନଙ୍କ ଘରକୁ ଆସିବେ, ମହିଳା ଥାନାକୁ ଜଣାଇବେ । ଆଉ ଏଭଳି ଘଟଣା ପୁନର୍ବାର ନ ହେବ ତା' ଉପରେ ଉଭୟ ଧ୍ୟାନ ଦେବେ । ଆପୋଷ ବୁଝାମଣା ହୋଇଥିବା ନେଇ ଶ୍ରୀୟା ସୂଚନା ଦେଇଛନ୍ତି ।

ପ୍ରକାଶଥାଉ କି, ହ୍ୟୁମାନ ସାଗରଙ୍କ ପତ୍ନୀ ଶ୍ରୀୟା ତାଙ୍କ ବିରୁଦ୍ଧରେ ନିର୍ଯାତନା ଅଭିଯୋଗ ଆଣିଥିଲେ । ହ୍ୟୁମାନ ତାଙ୍କୁ ଶାରିରୀକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରି ପତ୍ନୀ ଡିସିପିଙ୍କ ଦ୍ବାରସ୍ଥ ହୋଇଥିଲେ । ଏହାପରେ ଉଭୟ ପତିପତ୍ନୀଙ୍କୁ ଥାନାରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଆଜି ଦ୍ବିତୀୟ ଥର ପାଇଁ ପୋଲିସ ଉଭୟଙ୍କୁ କାଉନସେଲିଂ କରିଥିଲା । ଏଥିପାଇଁ ହ୍ୟୁମାନ ଓ ତାଙ୍କ ମାଆଙ୍କ ସମେତ ଶ୍ରୀୟା ଥାନାରେ ପହଞ୍ଚିଥିଲେ । ଶେଷରେ ଏହି ପତିପତ୍ନୀଙ୍କ ପାରିବାରିକ କଳି ତୁଟିଛି ।

ହ୍ୟୁମାନ ସାଗର ଓ ଶ୍ରୀୟାଙ୍କ ମଧ୍ୟରେ ବୁଝାମଣା ହୋଇଯାଇଛି । ଏଣିକି ସେମାନେ ଏକାଠି ରହିବେ । ମାସ ଭିତରେ ଶ୍ରୀୟା ନିଜ ଶାଶୁଘରକୁ ଫେରିବେ । ସ୍ବାମୀ-ସ୍ତ୍ରୀଙ୍କ ଭିତରେ ଥିବା ମନମାଳିନ୍ୟ ସେମାନେ ମିଶି ସମାଧାନ କରିବେ ବୋଲି ଉଭୟ ରାଜି ହୋଇଛନ୍ତି । ହ୍ୟୁମାନଙ୍କ ମାଆ ମଧ୍ୟ ଦୁହେଁ ଏକାଠି ରହିବେ ବୋଲି ଜଣାଇଛନ୍ତି ।

ଏହାମଧ୍ୟ ପଢନ୍ତୁ: ବୋହୂର ପରକୀୟା ପ୍ରୀତି ଜାଣିବାରୁ ଶାଶୁକୁ ହତ୍ୟା, ଦୁଇ ଅଭିଯୁକ୍ତ ଗିରଫ

କିଛି ଦିନ ପୂର୍ବରୁ ଶ୍ରୀୟା ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଥିଲେ ଯେ, ହ୍ୟୁମାନ ଓ ତାଙ୍କ ମଧ୍ୟରେ ଫାଟର ମୁଖ୍ୟ କାରଣ ହେଉଛି ନିଶା ଏବଂ ତୃତୀୟ ବ୍ୟକ୍ତିର ହସ୍ତକ୍ଷେପ ଝିଅ ଜନ୍ମ ପରେ ତାଙ୍କ ପ୍ରତି ହ୍ୟୁମାନଙ୍କ ଅତ୍ୟାଚାର ବଢିଥଲା । ସବୁବେଳେ ଅତ୍ୟଧିକ ମଦ୍ୟପାନ କରି ତାଙ୍କୁ ପିଟନ୍ତି । ମଦ ପିଇବାକୁ ବାରଣ କରିବାରୁ ନିର୍ଯାତନା ଦିଅନ୍ତି । ସେହିପରି ଛୋଟ ଝିଅଟେ ଥିଲେ ମଧ୍ୟ ତାକୁ ସ୍ନେହ କରନ୍ତି ନାହିଁ ।

ଇଟିଭି ଭାରତ, କଟକ

Last Updated : Jan 30, 2023, 4:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.