ETV Bharat / state

Hockey World cup: ହକି ଉଦଘାଟନୀ ମହୋତ୍ସବ, ଝୁମିବେ ରାଜ୍ୟବାସୀ

ହକି ଜ୍ବରରେ କମ୍ପୁଛି ଓଡିଶା । ଆଉ କିଛି ଘଣ୍ଟାପରେ ଆହୁରି ବଢିଯିବ ଜ୍ବର । କଟକ ବାରବାଟୀ ଷ୍ଟାଡିୟମରେ ହକି ବିଶ୍ବକପ ଉଦଘାଟନୀ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି ( Hockey World cup Opening Ceremony ) । ହକି ମହୋତ୍ସବରେ ଝୁମିବେ ରାଜ୍ୟବାସୀ । ଅଧିକ ପଢନ୍ତୁ

Hockey World cup
Hockey World cup Opening Ceremony
author img

By

Published : Jan 11, 2023, 8:41 AM IST

Hockey World cup

କଟକ: ଆଉ କିଛି ଘଣ୍ଟାର ଅପେକ୍ଷା । ସିଲିଭର ସିଟିରେ ବାଜିବ ପୁରୁଷ ହକି ବିଶ୍ବକପର ବିଗୁଲ । ଐତିହାସିକ ବାରବାଟୀ ଷ୍ଟାଡିୟମରେ ହକି ମହାକୁମ୍ଭର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିବେ । 13 ତାରିଖରୁ ଭୁବନେଶ୍ବର ଓ ରାଉରକେଲାରେ ଆରମ୍ଭ ହେବାକୁ ଥିବା ପୁରୁଷ ହକି ବିଶ୍ବକପକୁ ଆନୁଷ୍ଠାନିକ ଭାବେ ଆଜି (ବୁଧବାର) ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏନେଇ ପ୍ରସ୍ତୁତ ବାରବାଟୀ । ହକି ହେ ଦିଲ ମେରା ଗୀତରେ ଝୁମିବେ ରାଜ୍ୟବାସୀ । ମୁଖ୍ୟ ଆକର୍ଷଣ ସାଜିବେ ବଲିଉଡ ଅଭିନେତା ରଣବୀର, ଅଭିନେତ୍ରୀ ଦିଶା ପଟାନୀ ଓ ସଙ୍ଗୀତ ନିର୍ଦ୍ଦେଶକ ପ୍ରୀତମ । ଅପରାହ୍ନ 3ଟାରୁ କାର୍ଯ୍ୟକ୍ରମ ଆରମ୍ଭ ହେବ । ନୃତ୍ୟ, ସଙ୍ଗୀତରେ କମ୍ପିବ ବାରବାଟୀ ।

ଲଗାତାର ଦ୍ବିତୀୟ ଥର ପାଇଁ ହକି ବିଶ୍ବକପ ଆୟୋଜନ କରୁଛି ଓଡିଶା । ପ୍ରଥମ ଥର ପାଇଁ ଦୁଇଟି ସହରରେ ହକି ବିଶ୍ବକପ ମ୍ୟାଚ ହେବାକୁ ଯାଉଛି । ଏହାକୁ ସଫଳ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି । ଚିକମିକ ଆଲୁଅରେ ଚମକୁଛି ରାଜଧାନୀରୁ ରାଉରକେଲା । ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବିଶିଷ୍ଠ ବ୍ୟକ୍ତିଙ୍କୁ ହକି ବିଶ୍ବକପ ପାଇଁ ନିମନ୍ତ୍ରଣ କରାଯାଇଛି । ଆଜି ବାରବାଟୀରେ ହେବାକୁ ଥିବା ହକି ବିଶ୍ବକପ ଉଦଘାଟନୀ ଉତ୍ସବରେ କେନ୍ଦ୍ରମନ୍ତ୍ରୀ, ମନ୍ତ୍ରୀ ପରିଷଦ ସଦସ୍ୟ, ବରିଷ୍ଠ କ୍ରୀଡାବିତ ଏବଂ ବିଭିନ୍ନ ଦେଶର ହକି ଖେଳାଳି ସାମିଲ ହେବେ । ଏହି ଉଦଘାଟନୀ ଉତ୍ସବର କାର୍ଯ୍ୟକ୍ରମ ୟୁଟ୍ୟୁବ, ୱାଚ ହକି. କମ ଓ ଡିଡି ସ୍ପୋର୍ଟ୍ସରେ ସିଧା ପ୍ରସାରଣ ହେବ ।

ଏହା ବି ପଢନ୍ତୁ...Art For Hockey World Cup: ରାଜ୍ୟରେ ହକି ମାନିଆ, ହକି ବିଶ୍ଵକପକୁ ନେଇ ଆର୍ଟ ପ୍ରଦର୍ଶନ

ଝୁମିବେ ରାଜ୍ୟବାସୀ: ସନ୍ଧ୍ୟାରୁ ସାଂସ୍କୃତି କାର୍ଯ୍ୟକ୍ରମ ଆରମ୍ଭ ହେବ । ବଲିଉଡ ଷ୍ଟାର ରଣବୀର ସିଂ ଓ ଦିଶା ପଟାନୀ ସମାରୋହର ମୁଖ୍ୟ ଆକର୍ଷଣ ସାଜିବେ । ଉଭୟଙ୍କ ନୃତ୍ୟରେ ଦୁଲୁକିବ ବାରବାଟୀ ମଞ୍ଚ । ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ପ୍ରୀତମଙ୍କ ମ୍ୟୁଜିକରେ ଝୁମିରେ ଦର୍ଶକ । ପ୍ରୀତମଙ୍କ ଟିମ ଦ୍ବାରା ପ୍ରସାରିତ ସୁପରହିଟ ଗୀତରେ ମତୁଆଲା ହେବେ ଦର୍ଶକ । ସେହିପରି କଣ୍ଠଶିଳ୍ପୀ ବେନି ଦାୟଲ, ନୀତି ମୋହନ, ମାଷ୍ଟର ମର୍ଜି, ଲିସା ମିଶ୍ର, ଅନ୍ତରା ମିତ୍ର, ଶ୍ରୀମନ୍ତ ଚନ୍ଦ୍ର, ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ ଭଳି କଳାକାର ଉଗଘାଟନୀ ଉତ୍ସବରେ ଯୋଗ ଦେବେ । ଓଲିଉଡ ଷ୍ଟାର ଦମ୍ପତ୍ତି ସବ୍ୟସାଚୀ ସାହୁ ଓ ଅର୍ଚ୍ଚିତା ମଧ୍ୟ କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରିବେ । ଉଭୟ ବଲିଉଡ ଓ ଓଲିଉଡ ଷ୍ଟାରଙ୍କ ଉପସ୍ଥିତି କାର୍ଯ୍ୟକ୍ରମରେ ରୋମାଞ୍ଚ ଭରିବ । ଦକ୍ଷିଣ କୋରିଆର 'ବ୍ଲାକ ସ୍ବାନ ଗ୍ରୁପ' ଆକର୍ଷଣ କେନ୍ଦ୍ର ହେବ । କାର୍ଯ୍ୟକ୍ରମ ସଂଯୋଜନା କରିବେ ଜଣାଶୁଣା ପ୍ରସିଦ୍ଧ ଉପସ୍ଥାପକ ମନୀଷ ପଲ ଓ ଗୌହର ଖାନ ।

ଅପରାହ୍ନ 1ରୁ ଶିକ୍ଷାନୁଷ୍ଠାନ ବନ୍ଦ: ହକି ବିଶ୍ବକପ ଉଦଘାଟନୀ ଉତ୍ସବ ପାଇଁ ଆଜି ଅପରାହ୍ନ 1ଟାରୁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟକୁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଉଦଘାଟନୀ ମହୋତ୍ସବରେ ରାଜ୍ୟର କଳା, ସଂସ୍କୃତି, ଐତିହ୍ୟ ତଥା ପରମ୍ପରା ଉପରେ ଆକର୍ଷଣୀୟ କାର୍ଯ୍ୟକ୍ରମ ପ୍ରଦର୍ଶନ ହେବ । ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମର ସିଧାପ୍ରସାରଣ ଦେଖିବେ ।

Hockey Opening Ceremony: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମ୍ୟୁଜିକ ଡାଇରେକ୍ଟର ପ୍ରୀତମ, ରଣଭୀର ସିଂ ଓ ଦିଶା ପଟାନୀ

ହକି ଉତ୍ସବକୁ ରାଜ୍ୟବାସୀ କିପରି ଦେଖିପାରିବେ ସେ ନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ସ୍କୁଲ, କଲେଜ ଓ ବିଭିନ୍ନ ସ୍ଥାନରେ ବଡ ସ୍କ୍ରିନ ଏବଂ ଏଲଇଡି ଲଗାଯାଇଛି । ଉଦଘାଟନୀ ଉତ୍ସବକୁ ସମସ୍ତେ ଉପଭୋଗ କରିବେ । ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି 50 ପ୍ଳାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.