ETV Bharat / state

ହକି ଇଣ୍ଡିଆ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲା ହକି ଓଡ଼ିଶା

ହକି ଓଡ଼ିଶାର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ । ଓଡ଼ିଶା ସଂଘକୁ ଜାତୀୟ ସଂଘରୁ ବାଦ ଦେବାପାଇଁ ଷଡ଼ଯନ୍ତ୍ର । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Oct 1, 2023, 8:19 AM IST

ହକି ଇଣ୍ଡିଆ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲା ହକି ଓଡିଶା

କଟକ: ହକି ଇଣ୍ଡିଆ ବା ଜାତୀୟ ହକି ସଂଘ ସର୍ବଦା ହକି ଓଡ଼ିଶା ତଥା ରାଜ୍ୟ ସଂଘକୁ ଅଣଦେଖା କରୁଛନ୍ତି । ଏପରିକି ଓଡ଼ିଶା ସଂଘକୁ ଜାତୀୟ ସଂଘରୁ ବାଦ ଦେବାପାଇଁ ଷଡ଼ଯନ୍ତ୍ର କରୁଛନ୍ତି । ଅଜି ହକି ଓଡ଼ିଶାର ସାଧାରଣ ପରିଷଦ ବୈଠକରେ କରି ଏପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ହକି ଓଡ଼ିଶାର ସାଧାରଣ ସମ୍ପାଦକ ପ୍ରତାପ ଶତପଥି । ଏ ସଂପର୍କରେ ଏକ ମାମଲା କୋର୍ଟରେ ବିଚାରଧୀନ ରହିଛି । ଏହି ଷଡ଼ଯନ୍ତ୍ରରେ ଓଡ଼ିଶାର ବ୍ୟକ୍ତିମାନଙ୍କର ସଂପୃକ୍ତି ରହିଛି । ଓଡ଼ିଶା ସରକାର ହକିର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ମାତ୍ର ସେହି ଅର୍ଥକୁ ସଦୂପଯୋଗ କରାନଯାଇ ନାହିଁ । ଓଡ଼ିଶାର କେତେକ ବରିଷ୍ଠ ଅଧିକାରୀମାନେ ହକି ଇଣ୍ଡିଆ ଅର୍ଥରେ ନିଜ ପରିବାର ସହ ବିଦେଶ ଗସ୍ତ କରିଛନ୍ତି । ଏପରିକି ହକି ଇଣ୍ଡିଆର ଅଡିଟ ରିପୋର୍ଟ ପ୍ରକାଶ କରାନଯାଇ ଗୋପନୀୟ ରଖାଯାଇଥିବା ହକି ଓଡ଼ିଶାର ସାଧାରଣ ସମ୍ପାଦକ ଅଭିଯୋଗ କରିଥିଲେ ।

ଏହା ମଧ୍ୟ ପଢନ୍ତୁ...ETV Bharat Exclusive: Cricket World Cup 2023: ଟ୍ରଫି ଜିତିବାକୁ ଭାରତ ପାଇଁ ସୁବର୍ଣ୍ଣ ସୁଯୋଗ କହିଲେ ଲାଲଚାନ୍ଦ

ବ୍ଲୁ ଲାଗୁନ୍ ହୋଟେଲରେ ହକି ଓଡ଼ିଶାର ସାଧାରଣ ପରିଷଦ ବୈଠକ ସଂଘର ଉପ ସଭାପତି ଆଇନଜୀବୀ ଆକାନ୍ତ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ପରଲୋକ ଗତ ସଦସ୍ୟ ଓ ଖେଳାଳିଙ୍କ ବିୟୋଗରେ ସେମାନଙ୍କ ଆତ୍ମା ଶାନ୍ତି ପାଇଁ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ହକି ଓଡ଼ିଶାର ସାଧାରଣ ସମ୍ପାଦକ ପ୍ରତାପ ଶତପଥି 2022/23 ବର୍ଷର ହକି ଓଡ଼ିଶାର ରିପୋର୍ଟ ଉପସ୍ଥାପନ କରିଥିଲେ । ସମ୍ପାଦକ ପ୍ରତାପ ଶତପଥି କହିଲେ," ଜାତୀୟ ସଂଘ ଯେତେ ଷଡ଼ଯନ୍ତ୍ର କରିଲେ ମଧ୍ୟ ହକି ଓଡ଼ିଶା ରହିଛି ଏବଂ ଭବିଷ୍ୟତରେ ରହିବ ।"

ଏହି ବୈଠକରେ ନବ ପଟ୍ଟନାୟକ, ପ୍ରଣବ ପଟ୍ଟନାୟକ, ସଂଘର ସଦସ୍ୟ ମାନେ ସାଙ୍ଗଠନିକ ସମ୍ପର୍କରେ ଆଲୋଚନା କରିଥିଲେ । ତେବେ ହକି ଓଡ଼ିଶାର ଓଡ଼ିଶାରେ ହକିର ନୂଆ ପ୍ରତିଭା ଆଣିବାରେ ଅନେକ କୀର୍ତ୍ତୀମାନ କରିଛି । ହେଲେ ଦୁର୍ଭାଗ୍ୟର କଥା ବର୍ତ୍ତମାନ ରେଜଲ୍ଟ ବେଶ ନିରାଶ କରୁଛି । ପୂର୍ବରୁ ହକି ଓଡ଼ିଶା ତାର ସ୍ୱତନ୍ତ୍ରତା ବଳରେ ଜୁନିୟର ସବ୍‌ ଜୁନିୟର ଦିଗରେ ବେଶ ଖ୍ୟାତି ଅର୍ଜନ କରୁଥିଲା । ହେଲେ ବର୍ତ୍ତମାନ ତାହା ଦୃଷ୍ଟି ଗୋଚର ହେଉନାହିଁ । ତେବେ ହକି କ୍ରୀଡ଼ାରେ ବର୍ତ୍ତମାନ ସ୍ଥିତିରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ହେଲେ ରେଜଲ୍ଟ ଆଖିଦୃଷ୍ଟିଆ ନୁହେଁ ବୋଲି କହିଛନ୍ତି ହକି ଓଡ଼ିଶା ସମ୍ପାଦକ ପ୍ରତାପ ଶତପଥୀ ।

ଇଟିଭି ଭାରତ,କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.