ETV Bharat / state

ଲୋକଙ୍କ ଉତ୍ସାହ ହକି ବିଶ୍ବକପକୁ ସଫଳ କରିବ: ଦିଲୀପ ତିର୍କୀ - ହକି ବିଶ୍ବକପ 2023

ଆସନ୍ତାବର୍ଷ ଅର୍ଥାତ 2023 ଜାନୁଆରୀ 13ରୁ ଆରମ୍ଭ ହେବ ହକି ମହାକୁମ୍ଭ ଯାହାକୁ ନେଇ ରାଜ୍ୟର କୋଣ ଅନୁକୋଣରେ ଫ୍ୟାନ୍ସଙ୍କ ମଧ୍ୟରେ ବଢିଲାଣି ଉତ୍ସାହ । କିପରି ଚାଲିଛି ପ୍ରସ୍ତୁତି ସେ ନେଇ ସୂଚନା ଦେଇଛନ୍ତି ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ । ଅଧିକ ପଢନ୍ତୁ

hockey world cup
ଦିଲୀପ ତିର୍କୀ
author img

By

Published : Dec 14, 2022, 10:58 AM IST

hockey world cup

କଟକ: ଆଉ କିଛି ଦିନର ଅପେକ୍ଷା । ହକି ଫିଭରରେ କମ୍ପିବ ଓଡିଶା । ଦିନ ଯେତିକି ନିକଟତର ହେଉଛି ହକି କ୍ରେଜ ସେତିକି ବଢୁଛି । ଆସନ୍ତାବର୍ଷ ଅର୍ଥାତ 2023 ଜାନୁଆରୀ 13ରୁ ଆରମ୍ଭ ହେବ ହକି ମହାକୁମ୍ଭ ଯାହାକୁ ନେଇ ରାଜ୍ୟର କୋଣ ଅନୁକୋଣରେ ଫ୍ୟାନ୍ସଙ୍କ ମଧ୍ୟରେ ବଢିଲାଣି ଉତ୍ସାହ । ତେବେ ଏହି ବିଶ୍ବକପକୁ ନେଇ ପ୍ରସ୍ତୁତି ପର୍ଯ୍ୟାୟ ଜୋରଦାର ରହିଥିବା କହିଛନ୍ତି ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ।

ଭୁବନେଶ୍ବର, ରାଉରକେଲା ସମେତ ରାଜ୍ୟର ସବୁ ଜିଲ୍ଲାରେ ହକି କ୍ରୀଡାର ବ୍ୟାପକ ପ୍ରଚାର ପ୍ରସାର ପାଇଁ ପ୍ରୟାସ ଜାରି ରହିଛି । ଏପରିକି ବିଶ୍ବକପ ଦେଶର ବିଭିନ୍ନ ରାଜ୍ୟ ପରିଭ୍ରମଣ ପାଇଁ ମଧ୍ୟ ବାହାରି ସାରିଛି । ଲୋକ ମାନଙ୍କ ମଧ୍ୟରେ ଯେଉଁ ଉତ୍ସାହ ଦେଖିବାକୁ ମିଳୁଛି ତାହା ବିଶ୍ବକପକୁ ସଫଳ କରାଇବାରେ ବେଶ ସହାୟକ ହେବ ବୋଲି କହିଛନ୍ତି ହକି ଇଣ୍ଡିଆ ଦିଲୀପ ତିର୍କୀ ।

ଅନ୍ୟପଟେ କଳିଙ୍ଗ ଷ୍ଟାଡିୟମ ଓ ବିର୍ସା ମୁଣ୍ଡା ଷ୍ଟାଡିଅମର ଯୁଦ୍ଧକାଳୀନ ଭିତ୍ତିରେ ସୌନ୍ଦର୍ଯ୍ୟକରଣ କରାଯାଉଛି । ଦିନ ନିକଟତର ହେଉଥିବାରୁ ସମସ୍ତ ବିଭାଗ ସାହାଯ୍ୟ କରୁଛନ୍ତି । କାର୍ଯ୍ୟକ୍ରମ ଜୋରସୋରରେ ଆଗଉଛି । ଏହାସହ କଟକରେ ମଧ୍ୟ ବିଶ୍ବକପର ଉଦଘାଟନ ଉତ୍ସବ ଅନୁଷ୍ଠିତ ହେବ ଯାହା ବିଶ୍ବକପର ଉତ୍କଣ୍ଠା ପରିସରକୁ ଦ୍ବିଗୁଣିତ କରିବ ବୋଲି କହିଛନ୍ତି ଦିଲୀପ ତିର୍କୀ ।

ହକି ସଭାପତି ଆହୁରି କହିଛନ୍ତି, ''ଲଗାତାର ଦ୍ବିତୀୟ ଥର ପାଇଁ ହକି ବିଶ୍ବକପ ଓଡିଶାରେ ହେବାକୁ ଯାଉଛି । ଏଥିରେ ଓଡିଶା ସରକାରଙ୍କ ସହଯୋଗ ରହିଛି । ହକି ଫ୍ୟାନ୍ସ ଓ କ୍ରୀଡାପ୍ରେମୀଙ୍କ ଦ୍ବାରା ଏହା ସଫଳ ହୋଇଛି । ବିଶ୍ବର ଟପ ଟିମ ଏଥିରେ ଅଂଶ ଗ୍ରହଣ କରିବେ । ମୋର ବିଶ୍ବାସ ଏହା ନିଶ୍ଚୟ ସଫଳ ହେବ ।''

ଏହା ବି ପଢନ୍ତୁ...FIFA World Cup: ଫାଇନାଲରେ ଆର୍ଜେଣ୍ଟିନା

ବିଶ୍ବକପ୍‌ରେ ୧୬ଟି ଟିମ୍ ଅଂଶଗ୍ରହଣ କରିବେ । ଭୁବନେଶ୍ବର ଓ ରାଉରକେଲାରେ ହେବ ମ୍ୟାଚ୍ । ହକି ବିଶ୍ବ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ରହିଛି । ମୋଟ ୧୬ଟି ଟିମ ଏହି ସଂସ୍କରଣର ବିଶ୍ବକପରେ ଅଂଶଗ୍ରହଣ କରିବାକୁ ଥିବାବେଳେ ଆୟୋଜକ ଭାରତ ପୁଲ୍‌ D'ରେ ସ୍ଥାନ ପାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେପ୍ଚେମ୍ବର 8 ତାରିଖରେ ଭାରତୀୟ ହକି ଟିମର ପୁଲ୍‌ ନାମ ଘୋଷଣା କରିଥିଲେ । ପୁଲ୍‌ D'ରେ ଟିମ ଇଣ୍ଡିଆ ସହ ଇଂଲଣ୍ଡ, ସ୍ପେନ୍‌ ଓ ୱେଲ୍ସ ରହିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.