ETV Bharat / state

ସିଲଭର ସିଟିରେ ଜମୁଛି ନିର୍ବାଚନୀ ପ୍ରଚାର - ନିର୍ବାଚନ

ସିଲ୍‌ଭର ସିଟିରେ କମ୍ପିଲାଣି ନିର୍ବାଚନୀ ରଣାଙ୍ଗନ । ଚାଲିଛି ପ୍ରାଣପଣେ ନିର୍ବାଚନୀ ପ୍ରଚାର । 5 ବର୍ଷର ଶାସନ କାଳରେ ଶାସକ ଦଳ କେତେ କ'ଣ ଭୁଲ କରିଛନ୍ତି ସେସବୁର ଚିଠା ଧରି ମଇଦାନକୁ ଓହ୍ଲାଇଛନ୍ତି ବିରୋଧୀ ଦଳର ପ୍ରାର୍ଥୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Apr 4, 2019, 7:50 PM IST

କଟକ: ସିଲ୍‌ଭର ସିଟିରେ କମ୍ପିଲାଣି ନିର୍ବାଚନୀ ରଣାଙ୍ଗନ । ଚାଲିଛି ପ୍ରାଣପଣେ ନିର୍ବାଚନୀ ପ୍ରଚାର । 5 ବର୍ଷର ଶାସନ କାଳରେ ଶାସକ ଦଳ କେତେ କ'ଣ ଭୁଲ କରିଛନ୍ତି, ସେସବୁର ଚିଠା ଧରି ମଇଦାନକୁ ଓହ୍ଲାଇଛନ୍ତି ବିରୋଧୀ ଦଳର ପ୍ରାର୍ଥୀ । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବାରବାଟୀର ବିଜେପି ବିଧାୟକ ପ୍ରାର୍ଥୀ ସମୀର ଦେଙ୍କ ନିର୍ବାଚନୀ ପ୍ରଚାର ସମୟରେ । ପ୍ରଚାର ସମୟରେ ଘର ଘର ବୁଲି ଲୋକଙ୍କ ସମସ୍ୟା ପଚାରି ବୁଝିଛନ୍ତି ସମୀର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ନିର୍ବାଚନୀ ପ୍ରଚାର ପଦଯାତ୍ରା ସମୟରେ କେବଳ ଯେ ଲୋକଙ୍କ ସମସ୍ୟା ବୁଝିଛନ୍ତି, ତାହା ନୁହେଁ ଆଗାମୀ ସମୟରେ ସେସବୁର ତ୍ବରିତ ସମାଧାନର ପ୍ରତିଶୃତି ମଧ୍ୟ ଦେଇଛନ୍ତି ସମୀର । ତେବେ ନିଜ ନିର୍ବାଚନୀ ପ୍ରଚାର ସମୟରେ ସେ କହିଛନ୍ତି କି କଂଗ୍ରେସ ଅମଳରେ କେବଳ ରାଜ୍ୟ ନୁହେଁ, ବରଂ ସାରା ଦେଶ ପତନ ମୁହାଁ ହୋଇଥିଲା । ତେଣେ ବିଜେଡି ଅମଳରେ ଲୋକଙ୍କ ହାତରେ ମିଛ ପ୍ରତିଶୃତି ଛଡା ଆଉକିଛି ଲାଗିନାହିଁ ।

କିନ୍ତୁ କେନ୍ଦ୍ରରେ ବିଜେପି ଆସିବା ପରଠାରୁ ସାଧାରଣ ଲୋକେ ଆଶ୍ବସ୍ଥ ହୋଇଛନ୍ତି । କେତେକ ମୁଖ୍ୟ ସମସ୍ୟାର ସମାଧାନ ମଧ୍ୟ ହୋଇଛି । ତେଣୁ ଚଳିତ ଥର ମଧ୍ୟ ବିଜେପି କ୍ଷମତାକୁ ଆସିବା ଦରକାର । ଫଳରେ ଅନ୍ୟ ସମସ୍ୟାର ସମାଧାନ ହେବା ସହ ରାଜ୍ୟ ଓ ଦେଶ ଉନ୍ନତି ଆଡକୁ ଆଗେଇବ ବୋଲି କହିଛନ୍ତି ବାରବାଟୀରୁ ବିଜେପି ବିଧାୟକ ପ୍ରାର୍ଥୀ ସମୀର ଦେ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.