ETV Bharat / state

ଦୂର୍ଗାପୂଜାକୁ ନେଇ ଆସିଲା ହାଇକୋର୍ଟଙ୍କ ନୂଆ ନିର୍ଦ୍ଦେଶନାମା - ଦୁର୍ଗାପୂଜାକୁ ନେଇ ନୂଆ ନିର୍ଦ୍ଧେଶନାମା

କଟକ ସହରରେ ପୂର୍ବରୁ ଅଧିକ ଉଚ୍ଚତାର ମୂର୍ତ୍ତି କରିଥିବା 9 ଟି ପୂଜା ମଣ୍ଡପକୁ ଅନୁମତି ଦେଲେ ହାଇକୋର୍ଟ। ଏହି ସମସ୍ତ ମେଢର ଭସାଣ ପାଇଁ ସ୍ବତନ୍ତ୍ର ରିଲିଫ କମିଶନର କିମ୍ବା ରାଜ୍ୟ ସରକାରଙ୍କ ଉପଯୁକ୍ତ ଅଧିକାରୀ କୋଭିଡ ଗାଇଡ଼ଲାଇନ ଭିତରେ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

High Court's new new guideline
ପୂଜାକୁ ନେଇ ହାଇକୋର୍ଟଙ୍କ ନୂଆ ନିର୍ଦ୍ଦେଶନାମା
author img

By

Published : Oct 20, 2020, 9:20 PM IST

Updated : Oct 20, 2020, 11:09 PM IST

କଟକ: ଦୁର୍ଗାପୂଜାକୁ ନେଇ ଆସିଲା ହାଇକୋର୍ଟଙ୍କ ନୂଆ ନିର୍ଦ୍ଧେଶନାମା। କଟକ ସହରରେ ପୂର୍ବରୁ ଅଧିକ ଉଚ୍ଚତାର ମୂର୍ତ୍ତି କରିଥିବା 9 ଟି ପୂଜା ମଣ୍ଡପକୁ ଅନୁମତି ଦେଲେ ହାଇକୋର୍ଟ। ଶିଖରପୁର ଗଣ୍ଡରପୁର, ନୂଆବଜାର, ଶେଖବଜର, ମଙ୍ଗଳାବାଗ, ବିନୋଦ ବିହାରୀ, ବାଲୁବଜାର, ଅଲିଶା ବଜାର, କାଜିବଜାର ଆଦି ପୀଠ, ଉପର ତେଲେଙ୍ଗା ବଜାର ଓ ଫିରିଙ୍ଗି ବଜାର ପୂଜା କମିଟିକୁ ମିଳିଛି ମିଳିଛି।

High Court's new new guideline
ପୂଜାକୁ ନେଇ ହାଇକୋର୍ଟଙ୍କ ନୂଆ ନିର୍ଦ୍ଦେଶନାମା

ଏହି ସମସ୍ତ ମେଢର ଭସାଣ ପାଇଁ ସ୍ବତନ୍ତ୍ର ରିଲିଫ କମିଶନର କିମ୍ବା ରାଜ୍ୟ ସରକାରଙ୍କ ଉପଯୁକ୍ତ ଅଧିକାରୀ କୋଭିଡ ଗାଇଡ଼ଲାଇନ ଭିତରେ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ନିର୍ଦ୍ଦେଶନାମାରେ ସ୍ପଷ୍ଟ କରିଛନ୍ତି ଯେ, ଏହା କେବଳ ଏହି 9 ଟି ପୂଜା କମିଟି ଓ କେବଳ ଦୁର୍ଗାପୂଜା ପାଇଁ ପ୍ରଯୁଜ୍ୟ ଅଟେ।

ରାଜ୍ୟର ଅନ୍ୟ କୌଣସି ପୂଜା କମିଟି କିମ୍ବା ସମ୍ପୃକ୍ତ ପୂଜାମଣ୍ଡପର ଆଗକୁ ଥିବା ଅନ୍ୟକୌଣସି ପୂଜା ପାଇଁ ଲାଗୁ ହେବନାହିଁ। ଏହାସହ ସ୍ବତନ୍ତ୍ର ରିଲିଫ କମିଶନ ଗତ ସେପ୍ଟେମ୍ବର 10 ତାରିଖରେ ଦେଇଥିବା ଗାଇଡ଼ଲାଇନରେ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି। ଏହାସହ ରାଜ୍ୟ ସରକାରଙ୍କ ଗାଇଡ଼ଲାଇନକୁ ମାନି ପୂଜା ଆୟୋଜନ କରିଥିବା ପୂଜାକମିଟି ଗୁଡିକୁ ପ୍ରଶଂସା କରିଛନ୍ତି।

ସେହିଭଳି ଅନ୍ୟ ଏକ ମାମଲାରେ ପୁରୀର ସାତସାହି ପୂଜା କମିଟି 4 ଫୁଟରୁ ଅଧିକ ଉଚ୍ଚତାର ମୂର୍ତ୍ତି ନିର୍ମାଣ କରିଥିବାବାରୁ ସେହି ପୂଜାମଣ୍ଡପକୁ ଅଧିକ ଉଚ୍ଚତାର ମୂର୍ତ୍ତି ସହ ପୂଜା କରିବକୁ ଅନୁମତି ଦେଇଛନ୍ତି ହାଇକୋର୍ଟ। ଏହି ପୂଜା ମଣ୍ଡପର କୋଭିଡ ଗାଇଡ଼ଲାଇନରେ ଦେବୀ ଭସାଣ କରିବା ପାଇ ପୁରୀ ଜିଲ୍ଲାପାଳ ଓ ଏସପି ପଦକ୍ଷେପ ଗ୍ରହଣ କରିବକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

ତେବେ ଅନ୍ୟ ଦୁଇଟି ମାମଲାରେ ଦେଓଗଡ଼ର ସାର୍ବଜନୀନ ଦୁର୍ଗାପୂଜା କମିଟି ଓ ଯୋବ୍ରା ନାଗରିକ ମଞ୍ଚ ଅଧିକ ଉଚ୍ଚ ମୂର୍ତ୍ତି ନିର୍ମାଣ କରି ପୂଜା କରିବାକୁ ଆବେଦନ କରିଥିବା ବେଳେ, ଏହାକୁ ଅଗ୍ରାହ୍ୟ କରିଛନ୍ତି ହାଇକୋର୍ଟ। ଏହାସହ ଅଦାଲତ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ସେପ୍ଟେମ୍ବର 10 ତାରିଖ ର ନିର୍ଦ୍ଦେଶନାମାକୁ କାଏମ ରଖିଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Oct 20, 2020, 11:09 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.