ETV Bharat / state

ଘରୋଇ ସ୍କୁଲ ଫି ହ୍ରାସ ମାମଲା, ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ - private school fee reduction case

ହାଇକୋର୍ଟ ଗୁରୁବାର ଘରୋଇ ସ୍କୁଲର ଫି ହ୍ରାସ ସମ୍ବନ୍ଧରେ ମାମଲାର ଶୁଣାଣି ଶେଷ କରି ରାୟକୁ ସଂରକ୍ଷିତ ରଖିଛନ୍ତି । ଅଧିକ ପଢନ୍ତୁ...

High Court upheld the verdict in private school fee reduction case
ବେସରକାରୀ ସ୍କୁଲର ଫି ହ୍ରାସ ମାମଲାର ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ
author img

By

Published : Jan 7, 2021, 3:10 PM IST

Updated : Jan 7, 2021, 3:44 PM IST

କଟକ: ହାଇକୋର୍ଟରେ ଚାଲିଥିବା ଘରୋଇ ସ୍କୁଲର ଫି ହ୍ରାସ ସମ୍ବନ୍ଧରେ ମାମଲାର ଶୁଣାଣିକୁ ଗୁରୁବାର କୋର୍ଟ ଶେଷ କରିଛନ୍ତି । ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ ମୁରଲୀଧର ଓ ଡକ୍ଟର ଜଷ୍ଟିସ ବି ଆର ଷଡଙ୍ଗୀଙ୍କ ଖଣ୍ଡପୀଠ ଶୁଣାଣି ସମୟରେ କୋର୍ଟ ସମସ୍ତ ପକ୍ଷଙ୍କୁ ଶୁଣିଥିଲେ । ତେବେ ମାମଲାର ଶୁଣାଣି ଶେଷ କରି କୋର୍ଟ ରାୟକୁ ସଂରକ୍ଷିତ ରଖିଛନ୍ତି ।

ବେସରକାରୀ ସ୍କୁଲର ଫି ହ୍ରାସ ମାମଲାର ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ

ପୂର୍ବରୁ ରାଜ୍ୟ ସରକାର ଦାଖଲ କରିଥିବା ସତ୍ୟପାଠର ପ୍ରତି ଜବାଵ ଦାଖଲ କରିବା ପାଇଁ ସମସ୍ତ ପକ୍ଷକୁ ଓ ସରକାର ମଧ୍ୟ ତାହାର ରିଜେଣ୍ଡର ଦାଖଲ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ । ସରକାର କରିଥିବା ଏମଓୟୁ ଅନୁଯାୟୀ ଅଦାଲତ ନିଷ୍ପତ୍ତି ନେବାକୁ ସରକାରଙ୍କ ପକ୍ଷରୁ ପୂର୍ବରୁ ସତ୍ୟପାଠ ଦାଖଲ କରାଯାଇଥିଲା । ରାଜ୍ୟରେ ସ୍କୁଲ ଫି ପରିଚାଳନା ପାଇଁ କୌଣସି ଆଇନ ନଥିବା ଅଦାଲତରେ ସ୍ପଷ୍ଟ କରିଥିଲେ ରାଜ୍ୟ ସରକାର।

ଗତ ସେପ୍ଟେମ୍ବର ୧୦ ତାରିଖରେ ଏ ସଂକ୍ରାନ୍ତରେ ଏମଓୟୁ ସ୍ବାକ୍ଷରିତ ହୋଇଥିବା ସହ ଫି ହ୍ରାସ ସମ୍ପର୍କରେ ସେହି ଏମଓୟୁ ଅନୁଯାୟୀ ନିଷ୍ପତ୍ତି ନେବାକୁ ପୁନଃଶ୍ଚ ମତ ଦୋହରାଇଥିଲେ ସରକାର। ତେବେ ସ୍କୁଲ ଫି ହ୍ରାସ ପ୍ରସଙ୍ଗରେ ଓଡ଼ିଶା ହାଇକୋର୍ଟରେ ଗତ ନଭେମ୍ବର ୨୩ ତାରିଖରେ ଶୁଣାଣି ହୋଇଥିବା ବେଳେ ରାଜ୍ୟ ସରକାରଙ୍କର ଘରୋଇ ସ୍କୁଲ ଉପରେ କତ୍ତୃତ୍ବ ଅଛି କି ନାହିଁ ଓ କୋରୋନା ପାଇଁ ଫି କମାଯିବା ନେଇ ରାଜ୍ୟ ସରକାରଙ୍କର ଅଭିମତ ସମ୍ପର୍କରେ ସତ୍ୟପାଠ ମାଧ୍ୟମରେ ଜଣାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ଅଭିଭାବକ ମହାସଂଘ ସତ୍ୟପାଠ ମାଧ୍ୟମରେ ଦର୍ଶାଇଥିଲେ ଯେ, ପଞ୍ଜାବ ଓ ହରିଆଣା ସରକାରଙ୍କ ପକ୍ଷରୁ ସ୍କୁଲ ଫି କମାଇବାକୁ ନିଷ୍ପତ୍ତି ନେଇଛନ୍ତି । ସେହିଭଳି ରାଜସ୍ଥାନ ସରକାର ୪୦ ପ୍ରତିଶତ ଫି କମାଇବା ସହ ସମସ୍ତ ଆନୁଷଙ୍ଗିକ ଚାର୍ଜ କମାଇଦେବାକୁ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ସରକାର ଏ ନେଇ ସ୍କୁଲ କର୍ତ୍ତୃପକ୍ଷ ଓ ଅଭିଭାବକ ସଂଘ ସହ ଏମଓୟୁ କରିଥିବା ବେଳେ ସେହି ଏମଓୟୁ ଅନୁଯାୟୀ ହାଇକୋର୍ଟ ନିର୍ଦ୍ଦେଶନାମା ଦିଅନ୍ତୁ ବୋଲି ମତାମତ ରଖିଥିଲେ ଗଣଶିକ୍ଷା ବିଭାଗ । ଓଡିଶା ଅଭିଭାବକ ମହାସଂଘ କୋରୋନା ପାଇଁ ଘରୋଇ ବିଦ୍ୟାଳୟଗୁଡିକ ଫି ଛାଡ଼ କରିବାକୁ ହାଇକୋର୍ଟରେ ମାମଲା ରୁଜୁ କରିଛି । ସାତୋଟି ସ୍ଲାବରେ ଫି ହ୍ରାସ କରିବାକୁ ରାଜ୍ୟ ସରକାର ହାଇକୋର୍ଟରେ ପ୍ରସ୍ତାବ ରଖିଥିଲେ । ଗତ ସେପ୍ଟେମ୍ବର ୧ ତାରିଖରେ ଏହି ମାମଲାର ଶୁଣାଣି ବେଳେ ହାଇକୋର୍ଟ ଏହାର ଅପୋଷ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ, ସ୍କୁଲ କର୍ତ୍ତୃପକ୍ଷ, ଶିକ୍ଷକ ସଂଘ ଓ ଅଭିଭାବକ ମହାସଂଘର ମିଳିତ ବୈଠକ ଆୟୋଜନ ହୋଇଥିଲା । ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ କିଛି ପ୍ରତିଶତ ସ୍କୁଲ ଫି କମାଇଦେବାକୁ ସ୍କୁଲ ଗୁଡିକୁ ଅନୁରୋଧ କରିଥିଲେ । ବୈଠକରେ ସକରାତ୍ମକ ଆଲୋଚନା ହେବା ସହ ବୈଠକରେ ବାହାରିଥିବା ନିର୍ଯ୍ୟାସକୁ ନେଇ ହାଇକୋର୍ଟରେ ସରକାରଙ୍କ ପକ୍ଷରୁ ଏକ ରିପୋର୍ଟ ଉପସ୍ଥାପିତ ହୋଇଥିଲା ।

ସ୍କୁଲ କର୍ତ୍ତୃପକ୍ଷଙ୍କ ସହ ସରକାର କରିଥିବା ଏମଓୟୁ ଅନୁଯାୟୀ, ବାର୍ଷିକ ୬ ହଜାର ଫି ଦେଉଥିବା ଛାତ୍ରଛାତ୍ରୀଙ୍କର କୌଣସି ଛାଡ଼ ହେବନାହିଁ । ୬ ହଜାରରୁ ୧୨ ହଜାର ପର୍ଯ୍ୟନ୍ତ ୭.୫ ପ୍ରତିଶତ, ୧୨ ହଜାରରୁ ୨୪ ହଜାର ପର୍ଯ୍ୟନ୍ତ ୧୨ ପ୍ରତିଶତ, ୨୪ ହଜାରରୁ ୪୮ ହଜାର ପର୍ଯ୍ୟନ୍ତ ୧୫ ପ୍ରତିଶତ, ୪୮ ହଜାରରୁ ୭୨ ହଜାର ପର୍ଯ୍ୟନ୍ତ ୨୦ ପ୍ରତିଶତ, ୭୨ ହଜାରରୁ ୧ ଲକ୍ଷ ପର୍ଯ୍ୟନ୍ତ ୨୫ ପ୍ରତିଶତ ଓ ୧ ଲକ୍ଷରୁ ଅଧିକ ଫି ଥିଲେ ୨୬ ପ୍ରତିଶତ ଫି କମାଇଦେବାକୁ ସରକାର ଚୁକ୍ତି କରିବା ସହ ଗତ ସେପ୍ଟେମ୍ବର ୨୯ ତାରିଖରେ ଏ ନେଇ ରିପୋର୍ଟ ହାଇକୋର୍ଟରେ ଦାଖଲ କରିଥିଲେ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Jan 7, 2021, 3:44 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.