ETV Bharat / state

ପୁରୀ ହାଜତ ମୃତ୍ୟୁ ମାମଲା: ଷ୍ଟାଟସ ରିପୋର୍ଟ ଦାଖଲ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

author img

By

Published : Jan 27, 2021, 3:50 PM IST

Updated : Jan 27, 2021, 4:43 PM IST

ପୁରୀ ହାଜର ମୃତ୍ୟୁ ମାମଲାର ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଆସନ୍ତା ମାର୍ଚ୍ଚ ୧୮ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ଅଧିକ ପଢନ୍ତୁ...

Puri custody death case
ପୁରୀ ହାଜର ମୃତ୍ୟୁ ମାମଲା

କଟକ: ପୁରୀ ହାଜର ମୃତ୍ୟୁ ମାମଲାର ହାଇକୋର୍ଟରେ ଆଜି ହୋଇଛି ଶୁଣାଣି । ମାମଲାର ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମାର୍ଚ୍ଚ ୧୮ ତାରିଖକୁ ଧାର୍ଯ୍ୟ କରାଯାଇଛି।

ଆବେଦନକାରୀ ଶରତ କୁମାର ରାୟଗୁରୁଙ୍କ ପକ୍ଷରୁ ଅଦଲତରେ ରିଜେଣ୍ଡର ଦାଖଲ କରଯାଇଛି। ମୃତକ କେ.ରମେଶଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାରେ ଏତଲା ବିବରଣୀରେ ଟାମ୍ପରିଂ ହୋଇଥିବା ଏହି ରିଜେଣ୍ଡରରେ ଅଭିଯୋଗ ହୋଇଛି। ଏହାର ଜବାବ ଷ୍ଟାଟସ ରିପୋର୍ଟ ମାଧ୍ୟମରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

ଷ୍ଟାଟସ ରିପୋର୍ଟ ଦାଖଲ ନିର୍ଦ୍ଦେଶ

ଗତ ଜାନୁଆରୀ ୧୧ରେ ଏହି ମାମଲାର ଶୁଣାଣି ହୋଇଥିବାବେଳେ ପୁରୀ ଏସପି କନୌର ବିଶାଲ ସିଂଙ୍କ ପକ୍ଷରୁ ଏକ ସତ୍ୟପାଠ ଦାଖଲ କରଯାଇଥିଲା । ଏହା ହାଜତ ମୃତ୍ୟୁ ନୁହେଁ ବୋଲି ଏହି ସତ୍ୟପାଠରେ ଦର୍ଶାଇଥିଲେ ପୁରୀ ଏସପି । ଏହାସହ ଆବେଦନ ହୋଇଥିବା ଏହି ଜନସ୍ବାର୍ଥ ମାମଲା ଗ୍ରହଣୀୟ ନୁହେଁ ବୋଲି ମଧ୍ୟ ଦର୍ଶାଇଥିଲେ ।

ପୁରୀ ଏସପିଙ୍କ ପକ୍ଷରୁ ହାଇକୋର୍ଟରେ ପୋଷ୍ଟମର୍ଟମ ରିପୋର୍ଟ ଦାଖଲ କରାଯାଇଥିଲା । ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଧାର୍ଯ୍ୟ ହୋଇଛି । ପୂର୍ବରୁ ପୁରୀ ଏସପି ହାଇକୋର୍ଟଙ୍କୁ ଅବଗତ କରାଇଥିଲେ ଯେ, ଉଭୟ ରାଜ୍ୟ ମାନବାଧିକାର କମିଶନ ଓ ଜାତୀୟ ମାନବାଧିକାର କମିଶନଙ୍କ ଦୃଷ୍ଟିକୁ ଏହି ଘଟଣା ଆସିଛି ।

ଏନଏଚଆରସିରେ ଏନେଇ ମାମଲା ରୁଜୁ ହୋଇଥିବାବେଳେ ଘଟଣାସ୍ଥଳ ପରିଦର୍ଶନ କରି ଏସମ୍ପର୍କରେ ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ଏନଏଚଆରସି ନିଯୁକ୍ତ ଇଷ୍ଟଜୋନ ସ୍ବତନ୍ତ୍ର ଅଧିକାରୀ ଅବସରପ୍ରାପ୍ତ ଆଇଏଏସ ଅଫିସର ବିନୋଦ ଅଗ୍ରୱାଲଙ୍କୁ ନିର୍ଦ୍ଦେଶ ହୋଇଥିଲା ।

ପୁରୀ ଏସପି ଏନେଇ ଜିଲ୍ଲା ଦୌରାଜଜଙ୍କୁ ଜଣାଇଥିବା ବେଳେ ଜିଲ୍ଲା ଜଜଙ୍କ ନିର୍ଦ୍ଦେଶରେ ପୁରୀ ଜେଏମଏଫସି ଘଟଣାର ତଦନ୍ତ କରୁଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ମୃତକଙ୍କ ବାପାଙ୍କୁ ୫ ଲକ୍ଷ ଟଙ୍କା ମଧ୍ୟବର୍ତୀକାଳୀନ କ୍ଷତିପୂରଣ ପ୍ରଦାନ କରାଯାଇଥିବା କଥା ମଧ୍ୟ ପୂର୍ବରୁ ହାଇକୋର୍ଟଙ୍କୁ ଅବଗତ କରାଯାଇଛି।

ସୂଚନାଯୋଗ୍ୟ ପୁରୀ ହାଜତ ମୃତ୍ୟୁ ମାମଲାରେ ପୁରୀର ଆଇନଜୀବୀ ଶରତ କୁମାର ରାୟଗୁରୁ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ। ଘଟଣାର ନିରପେକ୍ଷ ତଦନ୍ତ, ଉପଯୁକ୍ତ କ୍ଷତିପୂରଣ ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆବେଦନକାରୀ କୋର୍ଟରେ ପ୍ରାର୍ଥନା କରିଥିଲେ । ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ପୁରୀ ଜିଲ୍ଲାପାଳ, ପୁରୀ ଏସପିଙ୍କୁ ଏହି ମାମଲାରେ ପକ୍ଷଭୁକ୍ତ କରାଯାଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Jan 27, 2021, 4:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.