କଟକ: ରାଜ୍ୟରେ ଓକିଲ ସଂଘ ନିର୍ବାଚନକୁ ଶୀଘ୍ର ଶେଷ କରିବାକୁ ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ନଭେମ୍ବର ୧୫ ତାରିଖ ସୁଦ୍ଧା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରିବାକୁ କୋର୍ଟ କହିଛନ୍ତି । ସେହିପରି ଡିସେମ୍ବର ୧୫ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ କରି ଫଳ ପ୍ରକାଶ କରିବାକୁ ରାଜ୍ୟ ବାର କାଉନସିଲକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ପୂର୍ବରୁ ୨ ଥର ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇ ସାରିଥିବାବେଳେ କୋରୋନା ପାଇଁ ନିର୍ବାଚନ ବାତିଲ କରାଯାଇଥିଲା । ଏବେ କୋର୍ଟଙ୍କ ନିର୍ଦ୍ଦେଶ ମିଳିବା ପରେ ପୁଣି ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରାଯିବ ।
କଟକରୁ ନାରାୟମ ସାହୁ , ଇଟିଭି ଭାରତ