ETV Bharat / state

ବେଆଇନ କଲ୍ୟାଣ ମଣ୍ଡପ ସଂପର୍କିତ ତଥ୍ୟ ଦାଖଲ ପାଇଁ ହାଇକୋର୍ଟଙ୍କ ନି‌ର୍ଦ୍ଦେଶ - ବେଆଇନ କଲ୍ୟାଣ ମଣ୍ଡପ ସଂପର୍କିତ ତଥ୍ୟ

ରାଜ୍ୟରେ ବେଆଇନ ଭାବେ ଚାଲିଥିବା କଲ୍ୟାଣ ମଣ୍ଡପ ଗୁଡିକ ପ୍ରସଙ୍ଗରେ ଆମିକସ୍ କ୍ୟୁରୀ ଅରୁଣ କୁମାର ବୁଦ୍ଧିଆ ଓ ଇଣ୍ଟରଭେନରଙ୍କ ପକ୍ଷରୁ ମାମଲାର ପରିଚାଳନା କରୁଥିବା ଆଇନଜୀବୀ ଏ.ପି.ବୋଷ ହାଇକୋର୍ଟରେ ତଥ୍ୟ ଦାଖଲ କରିବେ। ଅଧିକ ପଢନ୍ତୁ...

ବେଆଇନ କଲ୍ୟାଣ ମଣ୍ଡପ ସଂପର୍କିତ ତଥ୍ୟ ଦାଖଲ ପାଇଁ ହାଇକୋର୍ଟଙ୍କ ନି‌ର୍ଦ୍ଦେଶ

author img

By

Published : Apr 14, 2021, 8:40 AM IST

କଟକ: ସହରରେ କାର୍ଯ୍ୟକ୍ଷମ ରହିଥିବା କଲ୍ୟାଣ ମଣ୍ଡପ ଗୁଡିକର ତାଲିକା ହାଇକୋର୍ଟରେ ଦାଖଲ ହେବ। ତିନି ଭିତରେ ଏଭଳି କଲ୍ୟାଣ ମଣ୍ଡପ ଗୁଡିକର ତାଲିକା କଲ୍ୟାଣ ମଣ୍ଡପ ଆସୋସିଏସନ୍ ତରଫରୁ ହାଇକୋର୍ଟରେ ଦାଖଲ କରାଯିବ।

ଏଥି ସହିତ ବେଆଇନ ଭାବେ ଚାଲିଥିବା କଲ୍ୟାଣ ମଣ୍ଡପ ଗୁଡିକ ପ୍ରସଂଗରେ ଆମିକସ୍ କ୍ୟୁରୀ ଅରୁଣ କୁମାର ବୁଦ୍ଧିଆ ଓ ଇଣ୍ଟରଭେନରଙ୍କ ପକ୍ଷରୁ ମାମଲାର ପରିଚାଳନା କରୁଥିବା ଆଇନଜୀବୀ ଏ.ପି.ବୋଷ ହାଇକୋର୍ଟରେ ତଥ୍ୟ ଦାଖଲ କରିବେ।

ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଇ.ଭେଙ୍କଟ ରାଓଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ମେ ୧୨କୁ ଧାର୍ଯ୍ୟ କରାଯାଇଛି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ କଟକ ସହରରେ ଚାଲିଥିବା କଲ୍ୟାଣ ମଣ୍ଡପ ଗୁଡିକ ପାଇଁ ନିର୍ଦ୍ଦିଷ୍ଟ ମାନଦଣ୍ଡ ଓ ନିୟମାବଳୀ ରହିଛି। ଏନେଇ ହାଇକୋର୍ଟଙ୍କ ମଧ୍ୟ ନିର୍ଦ୍ଦେଶ ରହିଛି। କିନ୍ତୁ ବହୁ କଲ୍ୟାଣ ମଣ୍ଡପ ନିୟମ ପାଳନ ନକରି ଚାଲୁଛି। ଆଉ କେତେକ ବିନା ଲାଇସେନ୍ସରେ ମଧ୍ୟ ଚାଲିଛନ୍ତି ବୋଲି ଅଭିଯୋଗ ରହିଛି।

କେତେକ କଲ୍ୟାଣ ମଣ୍ଡପର ଲାଇସେନ୍ସ ବାତିଲ କରାଯାଇଥିବା ବେଳେ ସିଏମସି ସେମାନଙ୍କୁ ପୁନଃଯାଞ୍ଚ ବେଳେ ଲାଇସେନ୍ସ ପ୍ରଦାନ କରିଥିବା ଅଭିଯୋଗ ମଧ୍ୟ ରହିଛି। ଏଭଳି ପ୍ରସଂଗ ନେଇ ଆମିକସ୍ କ୍ୟୁରୀ ପ୍ରଶ୍ନ ଉଠାଇବା ପରେ ହାଇକୋର୍ଟ ସିଏମସି ନିକଟରୁ ଜବାବ ତଲବ କରିଥିଲେ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.