ETV Bharat / state

ବିଲଡରଙ୍କୁ ମିଳିଲା ଆସ୍ୱସ୍ତି, RERA ବିଜ୍ଞପ୍ତି ଉପରେ ଅଙ୍କୁଶ ଲଗାଇଲେ ହାଇକୋର୍ଟ

RERA ବିଜ୍ଞପ୍ତି ଉପରେ ଅଙ୍କୁଶ ଲଗାଇଲେ ହାଇକୋର୍ଟ । ପ୍ରୋଜେକ୍ଟ ରେଜିଷ୍ଟ୍ରସନ ଫି ବୃଦ୍ଧି ସମ୍ପର୍କିତ ବିଜ୍ଞପ୍ତି ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି କୋର୍ଟ । ଅଧିକ ପଢ଼ନ୍ତୁ

RERA ବିଜ୍ଞପ୍ତି ଉପରେ ଅଙ୍କୁଶ ଲଗାଇଲେ ହାଇକୋର୍ଟ

author img

By

Published : Apr 4, 2023, 5:19 PM IST

କଟକ: ବିଲଡରଙ୍କୁ ମିଳିଲା ଆସ୍ୱସ୍ତି । ରେରା (Real Estate Regulatory Authority) ବିଜ୍ଞପ୍ତି ଉପରେ ଅଙ୍କୁଶ ଲଗାଇଲେ ହାଇକୋର୍ଟ । ପ୍ରୋଜେକ୍ଟ ରେଜିଷ୍ଟ୍ରସନ ଫି ବୃଦ୍ଧି ସମ୍ପର୍କିତ ବିଜ୍ଞପ୍ତି ଉପରେ ଅଙ୍କୁଶ ଜାରି କରିଛନ୍ତି କୋର୍ଟ । ବର୍ଦ୍ଧିତ ହାରରେ ଫି ଆଦାୟ କଲେ ବି ଏକ ସ୍ୱତନ୍ତ୍ର ସୁଧଯୁକ୍ତ ଆକାଉଣ୍ଟରେ ଜମା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ୬ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ । ପ୍ରୋଜେକ୍ଟ ରେଜିଷ୍ଟ୍ରସନ ଫି ୧୦ ଟଙ୍କା ବଦଳରେ ୨୦୦ ଟଙ୍କାକୁ ବୃଦ୍ଧି କରାଯାଇଥିବା ନେଇ ଗତ ବର୍ଷ ଜୁଲାଇ ୨୮ ତାରିଖରେ ରେରା ବିଜ୍ଞପ୍ତି ଜାରି କରିଥିଲେ । ତେବେ ଫି' ପ୍ରସଙ୍ଗରେ, ରେରାର କ୍ଷମତା ନଥିବା ଦର୍ଶାଇ ବିଜ୍ଞପ୍ତିକୁ ରଦ୍ଦ କରିବାକୁ ମାମଲା ଦାୟର କରିଥିଲା ବିଲଡର ମହାସଂଘ (CREDAI ) ।

ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶରେ ରାଜ୍ୟରେ ମେ ୧୨ରୁ ବନ୍ଦ ରହିଛି ଫ୍ଲାଟ ରେଜିଷ୍ଟ୍ରେସନ । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଏହି ଅନ୍ତରୀଣ ରହିତାଦେଶକୁ ବଳବତ୍ତର ରଖିଥିଲେ ହାଇକୋର୍ଟ । ପୂର୍ବ ଶୁଣାଣି ସମୟରେ ରାଜ୍ୟ ସରକାର ହାଇକୋର୍ଟଙ୍କୁ ଅବଗତ କରିଥିଲେ ଯେ, ଖୁବଶୀଘ୍ର ନୂଆ ଆପାର୍ଟମେଣ୍ଟ ଓନରସିପ ଆକ୍ଟ ପ୍ରଣୟନ କରିବେ । ଆପାର୍ଟମେଣ୍ଟରେ ଫ୍ଲାଟ ବୁକିଂ ପାଇଁ ସଂଶୋଧିତ ଫ୍ଲାଟ ବୁକିଂ ଏଗ୍ରିମେଣ୍ଟର ଏକ ଫର୍ମାଟ ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ପୂର୍ବରୁ ଉପସ୍ଥାପନ କରାଯାଇଥିଲା । ତେବେ ମୁଖ୍ୟ ପଞ୍ଜିକରଣ ଅଧିକାରୀ (IGR) ଏହି ଫର୍ମାଟର ଅନୁଧ୍ୟାନ କରି ଏହାକୁ କାର୍ଯ୍ୟକାରୀ କରିବା ଉପରେ ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟ କହିଥିଲେ । କେନ୍ଦ୍ର ସରକାରଙ୍କ ନୂଆ ରେରା ଆଇନ ପ୍ରଣୟନ ପରେ ରାଜ୍ୟ ସରକାର ସେହି ଢାଞ୍ଚାରେ ଆଇନ ଆଣିବାକୁ ତିନି ମାସ ସମୟ ନେଇଥିଲେ ।

ରେରା ଆଇନ ଅନୁଯାୟୀ ଫ୍ଲାଟ ଓନର ଆସୋସିଏସନ ପଞ୍ଜିକରଣ ବିନା ଫ୍ଲାଟ ବିକ୍ରି ଉପରେ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିବା ପରେ ମୁଖ୍ୟ ପଞ୍ଜିକରଣ ଅଧିକାରୀ (IGR) ସମସ୍ତ ପଞ୍ଜିକରଣ ଗତ ମେ ୧୨ ତାରିଖରୁ ବନ୍ଦ କରିଥିଲେ । ୧୯୮୨ରେ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଆଇନ ପ୍ରଣ୍ରୟନ ହୋଇଥିବା ବେଳେ ୨୦୧୫ରେ ଏଥିରେ ସଂଶୋଧନ କରାଯାଇଥିଲା । ଏହାପରେ ୨୦୧୬ରେ ରିଅଲ୍‌ ଇଷ୍ଟେଟ୍‌ କାରବାରକୁ ସୁବ୍ୟବସ୍ଥିତ କରିବା ପାଇଁ ରେରା ଆଇନ କାର୍ଯ୍ୟକାରୀ କରାଯାଇଥିଲା । ରେରା ଆଇନ ଅନୁସାରେ କୌଣସି ଆପର୍ଟମେଣ୍ଟରେ ଫ୍ଲାଟ କିଣୁଥିବା ବ୍ୟକ୍ତିମାନେ ବୁକିଂ ପରେ ଆସୋସିଏସନ୍ ଗଠନ କରିପାରିବେ । ଏହାର ଅର୍ଥ ଆପର୍ଟମେଣ୍ଟ କ୍ରୟ ସମ୍ପର୍କିତ ଦଲିଲ କାର୍ଯ୍ୟକାରୀ ପୂର୍ବରୁ ଏପରି ଆସୋସିଏସନ୍ କରିହେବ । ଯଦି ଫ୍ଲାଟ୍‌ ନିର୍ମାଣ ଓ ହସ୍ତାନ୍ତରରେ କିଛି ନିୟମ ବା ଚୁକ୍ତି ଉଲ୍ଲଙ୍ଘନ ହୁଏ ତେବେ ଏପରି ଆସୋସିଏସନ୍ ରେରା ଆଇନ ଅନୁସାରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିପାରିବେ ।

ରେରା ଆଇନ ବଳବତ୍ତର ରହିଥିବା ବେଳେ ସରକାର ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା(ସଂଶୋଧିତ) ନିୟମାବଳୀ, ୨୦୨୧ କାର୍ଯ୍ୟକାରୀ କରିଥିଲେ । ଏ ସଂପର୍କିତ ୧୯୯୨ର ନିୟମାବଳୀରେ ସଂଶୋଧନ କରିଥିଲେ ସରକାର । ଆପର୍ଟମେଣ୍ଟର ଅତି କମରେ ୮ଟି ଫ୍ଲାଟ୍‌ର ବିକ୍ରି ପରେ ଆପର୍ଟମେଣ୍ଟ ମାଲିକଙ୍କ ଆସୋସିଏସନ୍ କରିହେବ ବୋଲି ନୂଆ ସଂଶୋଧିତ ନିୟମରେ ସ୍ପଷ୍ଟ କରାଯାଇଥିଲା । ୨୦୨୧ର ସଂଶୋଧିତ ନିୟମାବଳୀ ରେରା ଆଇନର ବିରୁଦ୍ଧାଚାରଣ କରୁଛି ଓ ଆପର୍ଟମେଣ୍ଟ ମାଲିକଙ୍କ ସ୍ବାର୍ଥବିରୋଧୀ ବୋଲି ଆବେଦନକାରୀ ଦର୍ଶାଇଛନ୍ତି । ଆପର୍ଟମେଣ୍ଟର ସାଧାରଣ ଅଞ୍ଚଳ (କମନ୍ ଏରିଆ) ମାଲିକମାନଙ୍କୁ ନେଇ ଗଠିତ ଆସୋସିଏସନ୍ ନାଁରେ ପଞ୍ଜିକୃତ ହେବା କ୍ଷେତ୍ରରେ ସଂଶୋଧିତ ନିୟମାବଳୀ ବାଧା ସୃଷ୍ଟି କରୁଛି । ଏପରି ସଂଶୋଧିନ ନିୟମାବଳୀକୁ ରଦ୍ଦ କରାଯାଉ ବୋଲି ଆବେଦନକାରୀ ହାଇକୋର୍ଟଙ୍କୁ ପାର୍ଥନା କରିଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.