ETV Bharat / state

ହାଇକୋର୍ଟରେ OTM ମାମଲା, କର୍ମଚାରୀଙ୍କ ବକେୟା ପ୍ରାପ୍ୟ ପ୍ରଦାନ ପ୍ରକ୍ରିୟା ଜାରି

author img

By

Published : Dec 16, 2022, 8:23 PM IST

OTM କର୍ମଚାରୀମାନଙ୍କ ବକେୟା ପ୍ରାପ୍ୟ ପ୍ରଦାନ କରିବା ପ୍ରକ୍ରିୟା ଜାରି ରହିଛି। ଏହି ପ୍ରକ୍ରିୟା ଶେଷ ହେବାକୁ କିଛି ଦିନ ସମୟ ଲାଗିବ ବୋଲି ଆଜି ହାଇକୋର୍ଟଙ୍କୁ ଅବଗତ କରିଛନ୍ତି ଅଫିସିଆଲ ଲିକ୍ୟୁଡେଟର । ଅଧିକ ପଢନ୍ତୁ

ହାଇକୋର୍ଟରେ OTM ମାମଲା, କର୍ମଚାରୀଙ୍କ ବକେୟା ପ୍ରାପ୍ୟ ପ୍ରଦାନ ପ୍ରକ୍ରିୟା ଜାରି
ହାଇକୋର୍ଟରେ OTM ମାମଲା, କର୍ମଚାରୀଙ୍କ ବକେୟା ପ୍ରାପ୍ୟ ପ୍ରଦାନ ପ୍ରକ୍ରିୟା ଜାରି
ହାଇକୋର୍ଟରେ OTM ମାମଲା, କର୍ମଚାରୀଙ୍କ ବକେୟା ପ୍ରାପ୍ୟ ପ୍ରଦାନ ପ୍ରକ୍ରିୟା ଜାରି

କଟକ: OTM କର୍ମଚାରୀମାନଙ୍କ ବକେୟା ପ୍ରାପ୍ୟ ପ୍ରଦାନ କରିବା ପ୍ରକ୍ରିୟା ଜାରି ରହିଛି । ଏହି ପ୍ରକ୍ରିୟା ଶେଷ ହେବାକୁ କିଛି ଦିନ ସମୟ ଲାଗିବ ବୋଲି ଆଜି ହାଇକୋର୍ଟଙ୍କୁ ଅବଗତ କରିଛନ୍ତି ଅଫିସିଆଲ ଲିକ୍ୟୁଡେଟର ।

ଦୁଇ ସପ୍ତାହ ଧରି ଏହି ପ୍ରକ୍ରିୟା ଜାରି ରହିବ । କିନ୍ତୁ ଯେଉଁମାନେ ପ୍ରାପ୍ୟ ପାଇବାକୁ ହକଦାର ଏବେ ଚୌଦ୍ୱାର ନିକଟବର୍ତ୍ତୀ ଅଞ୍ଚଳରେ ସେମାନେ ନାହାଁନ୍ତି । ସେମାନଙ୍କୁ ଯୋଗାଯୋଗ କରାଯାଉଛି । ଖୁବଶୀଘ୍ର ସେମାନଙ୍କ ପ୍ରାପ୍ୟ ପ୍ରଦାନ କରାଯିବ ବୋଲି ମଧ୍ୟ କୋର୍ଟଙ୍କୁ ଅବଗତ କରାଯାଇଛି । ଆସନ୍ତା 21 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି । ଆଜି ହାଇକୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା । OTM ବକେୟା ପ୍ରାପ୍ୟ ପ୍ରଦାନ ନେଇ ଆଜି ହାଇକୋର୍ଟରେ ଶୁଣାଣି ହୋଇଥିଲା।

OTM ପୁନରୁଦ୍ଧାର ପ୍ରସଙ୍ଗରେ ରାଜ୍ୟ ସରକାର ଦେବେ ୧୧୫ କୋଟି ଟଙ୍କା । ୩୦ ଦିନ ମଧ୍ୟରେ ଏହି ରାଶି ଡିପୋଜିଟ କରିବା ନେଇ କୋର୍ଟଙ୍କୁ ଅବଗତ କରିଥିଲେ ଆଡଭୋକେଟ ଜେନେରାଲ । ତେବେ ପୂର୍ବରୁ ଏହି ମାମଲାର ଶୁଣାଣି କରି କୋର୍ଟ ଜଣେ ଚାଟାର୍ଡ ଆକାଉଣ୍ଟଟାଣ୍ଟ ନିଯୁକ୍ତି କରିବାକୁ ନିର୍ଦ୍ଦେଶ ଦେଇଥିଲେ । କମ୍ପାନୀର କେତେଜଣ କର୍ମଚାରୀଙ୍କ କେତେ ଟଙ୍କା ବକେୟା ରହିଛି ସେନେଇ ହିସାବ କିତାବ କରିବାକୁ ଚାଟାର୍ଡ ଆକାଉଣ୍ଟଟାଣ୍ଟ ନିଯୁକ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.