ETV Bharat / state

ନେତାଜୀ ବସ ଟର୍ମିନାଲ ବିବାଦ, ଶ୍ମଶାନ କାଳୀଙ୍କ ସମ୍ପତ୍ତିରେ ହାଇକୋର୍ଟଙ୍କ ରହିତାଦେଶ

author img

By

Published : Feb 2, 2021, 12:26 PM IST

Updated : Feb 2, 2021, 3:46 PM IST

ବସ ଟର୍ମିନାଲ ହେବାକୁ ଥିବା ସ୍ଥାନରେ କାଳୀ ମନ୍ଦିର ରହିଥିବାରୁ ଆଜି(ମଙ୍ଗଳବାର) ଖାନନଗର ଶ୍ମଶାନ କାଳୀଙ୍କ ସମ୍ପତ୍ତି ଉପରେ ସ୍ଥିତାବସ୍ଥା ଜାରି କଲେ ହାଇକୋର୍ଟ।

ନେତାଜୀ ବସ ଟର୍ମିନାଲ ବିବାଦ
ନେତାଜୀ ବସ ଟର୍ମିନାଲ ବିବାଦ

କଟକ: ଖାନନଗର ଠାରେ ନେତାଜୀ ବସ୍ ଟର୍ମିନାଲ ନିର୍ମାଣ ନେଇ ଦେଖା ଦେଇଛି ବିବାଦ । ନିର୍ମାଣ କାର୍ଯ୍ୟରେ ଅଙ୍କୁଶ ଲଗାଇଲେ ହାଇକୋର୍ଟ । ବସ ଟର୍ମିନାଲ ହେବାକୁ ଥିବା ସ୍ଥାନରେ କାଳୀ ମନ୍ଦିର ରହିଥିବାରୁ ଆଜି(ମଙ୍ଗଳବାର) ଖାନନଗର ଶ୍ମଶାନ କାଳୀଙ୍କ ସମ୍ପତ୍ତି ଉପରେ ସ୍ଥିତାବସ୍ଥା ଜାରି କରିଛନ୍ତି ହାଇକୋର୍ଟ।

ବସ ଟର୍ମିନାଲ ନିର୍ମାଣ ଉପରେ ଲାଗିଲା ଅଙ୍କୁଶ

କଟକ ଖାନନଗରରେ ବସ ଟର୍ମିନାଲ ପାଇଁ ଚିହ୍ନଟ ହୋଇଥିବା ଜମିରୁ କିଛି ଅଂଶ ମନ୍ଦିର ଜମି ରହିଛି । ଯାହାକୁ ନେଇ ଏହି ଚିହ୍ନଟ ମନ୍ଦିର ଜମି ଉପରେ ସ୍ଥିତାବସ୍ଥା ଜାରି କରିଛନ୍ତି ହାଇକୋର୍ଟ । ମା'ଙ୍କ ସମ୍ପତ୍ତି ସୁରକ୍ଷା କରିବାକୁ ହାଇକୋର୍ଟରେ ଦାୟର ହୋଇଥିଲା ମାମଲା। ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନେଇପାରିବେ ନାହିଁ ସରକାର।

ଏହାସହ ରାଜ୍ୟ ସରକାର, ଆରଡିସି, ଏଣ୍ଡୋମେଣ୍ଟ କମିଶନର, କଟକ ଜିଲ୍ଲାପାଳ, ସିଏମସି କମିଶନର ଓ ସଦର ତହସିଲଦାରଙ୍କୁ ନୋଟିସ ଜାରି କରାଯାଇଛି।

ସୂଚନା ଅନୁସାରେ, କଟକର ଖାନନଗର ଠାରେ ଅତ୍ୟାଧୁନିକ ବସ୍ ଟର୍ମିନାଲ ନିର୍ମାଣ ପାଇଁ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ଏଥିପାଇଁ 65 କୋଟି ଖର୍ଚ୍ଚ ହେବ ବୋଲି ଘୋଷଣା ସରିଛି । ମହାନ ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ନାମରେ ଏହି ଅତ୍ୟାଧୁନିକ ବସ ଟର୍ମିନାଲକୁ ନାମିତ କରାଯିବ ବୋଲି ନିଷ୍ପତି ହୋଇଥିଲା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Feb 2, 2021, 3:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.