ETV Bharat / state

ରାଜ୍ୟରେ ଅଣ ସଂଗଠିତ କର୍ମଚାରୀଙ୍କୁ ଚିହ୍ନଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

author img

By

Published : Mar 22, 2023, 9:22 AM IST

ରାଜ୍ୟରେ ଅଣ ସଂଗଠିତ କର୍ମଚାରୀଙ୍କୁ ଚିହ୍ନଟ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠନ ହେବ ଉଚ୍ଚସ୍ତରୀୟ କମିଟି । ଅଧିକ ପଢନ୍ତୁ

Etv Bharat
Etv Bharat

କଟକ: ରାଜ୍ୟରେ ଅଣ ସଂଗଠିତ କର୍ମଚାରୀଙ୍କୁ ଚିହ୍ନଟ କରିବା ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯିବ । ଏହି କମିଟି ରାଜ୍ୟରେ କେତେ ଅଣ ସଂଗଠିତ କର୍ମଚାରୀ ଅଛନ୍ତି, ସେମାନଙ୍କର ପଞ୍ଜିକରଣ କିପରି କରାଯିବ, କିପରି ସେମାନଙ୍କୁ "ଅଣ ସଂଗଠିତ କର୍ମଚାରୀ ସାମାଜିକ ସୁରକ୍ଷା ଆକ୍ଟରେ" ସାମିଲ କରାଯାଇ ପାରିବ ଏବଂ କିପରି ସଚେତନତା କାର୍ଯ୍ୟକ୍ରମ କରାଯିବ ସେନେଇ ଏକ ବ୍ଲୁ ପ୍ରିଣ୍ଟ ତିଆରି କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଆସନ୍ତା ମାସକ ମଧ୍ୟରେ ଏନେଇ ଏକ ରିପୋର୍ଟ କୋର୍ଟରେ ଦାଖଲ ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି । ଆସନ୍ତା ଜୁଲାଇ ୬ରେ ମାମଲାର ପରବର୍ତ୍ତୀ ଶୁଣାଣୀ ପାଇଁ ଦିନଧାର୍ଯ୍ୟ କରିଛନ୍ତି ହାଇକୋର୍ଟ । ରାଜ୍ୟ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଉଚ୍ଚ ନ୍ୟାୟାଳୟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଅଣସଂଗଠିତ ଶ୍ରମିକଙ୍କ କଲ୍ୟାଣ ସଂପର୍କିତ ଆଇନ କାର୍ଯ୍ୟକାରୀ ପ୍ରସଙ୍ଗ ସହିତ ଜଡିତ ଥିବା ବିଭାଗ ଗୁଡିକର ବରି‌ଷ୍ଠ ଅଧିକାରୀ, ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ସଦସ୍ୟ ସଚିବ, ଆଇନଜୀବୀ ମୃଣାଳିନୀ ପାଢୀ ଓ ଓଡ଼ିଶାରେ ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ତିନୋଟି ସିଭିଲ ସୋସାଇଟି ସଂଗଠନର ପ୍ରତିନିଧିଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହେବ ।

ଅଧିକରୁ ଅଧିକ ଅଣସଂଗଠିତ ଶ୍ରମିକଙ୍କୁ ସେମାନଙ୍କ ପାଇଁ ରହିଥିବା କଲ୍ୟାଣକାରୀ ଯୋଜନା ପରିସରଭୁକ୍ତ କରିବା ପାଇଁ କ'ଣ ବ୍ୟବସ୍ଥା ଗ୍ରହଣ କରାଯିବ ସେନେଇ ବୈଠକରେ ଆଲୋଚନା କରାଯାଇ ପ୍ରସ୍ତାବ ଗ୍ରହଣ କରାଯିବ । ସାମାଜିକ ସୁରକ୍ଷା ପରିଚୟପତ୍ର ଓ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିବା ଆର୍ଥିକ ସହାୟତା ରାଶି ପ୍ରସଙ୍ଗରେ ମଧ୍ୟ ବୈଠକରେ ଆଲୋଚନା କରାଯିବ । ୩୦ ଦିନ ଭିତରେ ମୁଖ୍ୟ ଶାସନ ସଚିବ ଏହି ବୈଠକ ଡାକିବେ ବୋଲି ହାଇକୋର୍ଟ କହିଛନ୍ତି ।

ଏହି ବୈଠକର ବିସ୍ତୃତ ବିବରଣୀ ପରବର୍ତ୍ତୀ ଶୁଣାଣି ପୂର୍ବରୁ ଦାଖଲ କରାଯିବ ବୋଲି ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ଅଣସଂଗଠିତ ଶ୍ରମିକଙ୍କ ସାମାଜିକ ସୁରକ୍ଷା ଆଇନ, ୨୦୦୮ରେ ଥିବା ବିଭିନ୍ନ କଲ୍ୟାଣକାରୀ ବ୍ୟବସ୍ଥା କାର୍ଯ୍ୟକାରୀ ପ୍ରସଙ୍ଗ ନେଇ ଏହି ମାମଲା ଦାୟର ହୋଇଥିଲା । କିନ୍ତୁ କଲ୍ୟାକାରୀ ଯୋଜନାର ଫାଇଦା ବହୁ ଶ୍ରମିକ ପାଇ ପାରୁନାହାନ୍ତି । କାରଣ ଅଣସଂଗଠିତ ଶ୍ରମିକଙ୍କ ପଞ୍ଜୀକରଣ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ନାହିଁ ବୋଲି ମାମଲାର ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା । ତେବେ ସାରା ରାଜ୍ୟରେ ମାତ୍ର ୩ ଲକ୍ଷ ୨୦ ହଜାର ଏପରି ଶ୍ରମିକ ପଞ୍ଜୀକୃତ ହୋଇଛନ୍ତି ।

ଇଟିଭି ଭାରତ, କଟକ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.