ETV Bharat / state

କଟକ ବଡ଼ ମେଡିକାଲରେ ସ୍ବାସ୍ଥ୍ୟମନ୍ତ୍ରୀ: ଆହତଙ୍କୁ ଭେଟିଲେ, ସ୍ବାସ୍ଥ୍ୟବସ୍ଥା ପଚାରିଲେ - ଏସସିବିରେ ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ

ଏସସିବିରେ ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ । ଆହତଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ମନ୍ତ୍ରୀ । ଅଧିକ ପଢ଼ନ୍ତୁ

ଆହତଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛଲେ ସ୍ବାସ୍ଥ୍ୟମନ୍ତ୍ରୀ

author img

By

Published : Jun 5, 2023, 10:13 PM IST

Updated : Jun 5, 2023, 10:23 PM IST

କଟକ ବଡ଼ ମେଡିକାଲରେ ସ୍ବାସ୍ଥ୍ୟମନ୍ତ୍ରୀ

କଟକ: କଟକ ବଡ ମେଡିକାଲରେ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ । ଆହତଙ୍କୁ ଭେଟିବା ମନ୍ତ୍ରୀ କହିଛନ୍ତି,‘‘ କଟକ ବଡ଼ ମେଡିକାଲରେ ଆହତଙ୍କ ଚିକିତ୍ସା ବେଶ ଉନ୍ନତ ଭାବରେ କରାଯାଉଛି । ସେଥିପାଇଁ ଚିକିତ୍ସା କରୁଥିବା ସମସ୍ତ ଡାକ୍ତର, ନର୍ସ,ପାରମେଡିକାଲ ଷ୍ଟାଫମାନଙ୍କୁ କୃତଜ୍ଞତା ଜଣାଉଛି । ଗୋଟିଏ ଟିମ ହୋଇ ସମସ୍ତେ କାମ କରୁଛନ୍ତି । ଅନେକ ରୋଗୀ ସୁସ୍ଥ ବି ହେଉଛନ୍ତି । କଟକ ବଡ଼ ମେଡିକାଲରେ ସମୁଦାୟ ୧୯୬ ଜଣ ରୋଗୀ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦ ଜଣ ରୋଗୀ ଗୁରୁତର ହୋଇ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି । ୫୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବାକି ୧୪୨ ଜଣ ରୋଗୀ ଏବେ କଟକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଯେଉଁମାନେ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ସେମାନେ ପ୍ରାୟ ସମସ୍ତଙ୍କ ଅବସ୍ଥା ସ୍ଥିର ରହିଛି । ସମସ୍ତ ଚିକିତ୍ସାଧୀନ ଯାତ୍ରୀ ଚିକିତ୍ସାରେ ବେଶ ସନ୍ତୁଷ୍ଟ ରହିଛନ୍ତି।’’

ଏହାସହ ମନ୍ତ୍ରୀ ଆହୁରୀ କହିଛନ୍ତି,‘‘ ମୁଁ ବାଲେଶ୍ଵରରେ ଥିଲି। ସେଠାରେ ଚିକିତ୍ସିତ ସମସ୍ତ ରୋଗୀଙ୍କ କଥା ବୁଝୁଥିଲି ।ଯେଉଁମାନଙ୍କ ଅବସ୍ଥା ଟିକେ ଗୁରୁତର ରହିଥିଲା ସମସ୍ତଙ୍କୁ କଟକ ବଡ଼ ମେଡିକାଲ ପଠାଉଥିଲି । ଯେଉଁ ଆହତ ରୋଗୀ ସୁସ୍ଥ ହୋଇ ନିଜ ଘରକୁ ଫେରିବେ ସେମାନଙ୍କ ଯିବା ପାଇଁ ସରକାର ସମସ୍ତ ବ୍ୟବସ୍ଥା କରିବେ । କୌଣସି ବ୍ୟକ୍ତି ଯେପରି ଏନେଇ ସମସ୍ୟାରେ ନ ପଡନ୍ତି ସେଥିପାଇଁ ସରକାର ଯତ୍ନବାନ ଅଛନ୍ତି । ମାଗଣାରେ ଗାଡି କରି ସେମାନଙ୍କୁ ନିଜ ଘରକୁ ପଠାଯିବ । ଏହାସହ ଯେଉଁ ରୋଗୀ ସୁସ୍ଥ ହେଉଛନ୍ତି ସେମାନଙ୍କୁ ତାଙ୍କ ଘରକୁ ପଠାଯାଉଛି । ସ୍ବତନ୍ତ୍ର ଗାଡି କରି ତାଙ୍କ ରାଜ୍ୟକୁ ପଠାଇବାର ସମସ୍ତ ବ୍ୟବସ୍ଥା କରାଯାଉଛି ।’’

ବାଲେଶ୍ୱର ଟ୍ରେନ ଦୁର୍ଘଟଣାରେ ଗତକାଲି ଆହତଙ୍କୁ ଭେଟିଥିଲେ ତିନି କେନ୍ଦ୍ରମନ୍ତ୍ରୀ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟା, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ଏସସିବିରେ ଆହତ ମାନଙ୍କୁ ଭେଟି ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ତାଙ୍କ ସ୍ବାସ୍ଥ୍ୟ ସମ୍ପର୍କିତ ତଥ୍ୟ ଚିକିତ୍ସଙ୍କ ଠାରୁ ନେବା ସହ ଅଧିକରୁ ଅଧିକ ସୁବିଧା ଦେବା ପାଇଁ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ । ସମସ୍ତ ବ୍ୟବସ୍ଥାର ତଦାରଖ କରିବା ସହ ଏସସିବି ଅଧିକ୍ଷକ, ଡିନ, ପ୍ରଫେସର ଏବଂ ପିଜି ଛାତ୍ରଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ତେବେ ସମସ୍ତ ଆହତଙ୍କ ଚିକିତ୍ସା ମାଗଣାରେ କରାଯିବ ବୋଲି ସରକାର ନିର୍ଦ୍ଦେଶ ଦେଇଥିଲେ ।

ଇଟିଭି ଭାରତ, କଟକ

Last Updated : Jun 5, 2023, 10:23 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.