ETV Bharat / state

ଆସନ୍ତା ୫ ସୁଦ୍ଧା OTM ଅକ୍ତିଆରକୁ ନେବାକୁ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

author img

By

Published : Dec 3, 2022, 9:02 AM IST

ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ଡିସେମ୍ବର ୫ ସୁଦ୍ଧା ଓଟିଏମକୁ ଅକ୍ତିଆର କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ଅଧିକ ପଢନ୍ତୁ

ଡିସେମ୍ବର ୫ ସୁଦ୍ଧା OTM ଅକ୍ତିଆରକୁ ନେବାକୁ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ରାଜ୍ୟ ସରକାର ଓଟିଏମ ସମ୍ପତ୍ତି ଦଖଲକୁ ନେଉନାହାନ୍ତି । ଓଟିଏମ ସମ୍ପର୍କିତ ମାମଲାର ଶୁଣାଣି ସମୟରେ ଅଫିସିଆଲ ଲିକ୍ବି‌ଡେଟର ଶୁକ୍ରବାର ଏପରି ରିପୋର୍ଟ ହାଇକୋର୍ଟରେ ଉପସ୍ଥାପନ କରିଥିଲେ । ହାଇକୋର୍ଟ ଏହି ପ୍ରସଙ୍ଗକୁ ଗୁରୁତ୍ବର ସହିତ ଗ୍ରହଣ କରି ଡିସେମ୍ବର ୫ ତାରିଖ ଅପରାହ୍ନ ୪ଟା ସୁଦ୍ଧା ରାଜ୍ୟ ସରକାର ଓଟିଏମ୍ ଦଖଲକୁ ନେବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି(OTM acquisition) । ଜଷ୍ଟିସ ବିଶ୍ବନାଥ ରଥଙ୍କୁ ‌ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି ।

ଓଟିଏମ ସମ୍ପତ୍ତି ହସ୍ତାନ୍ତର ଓ ଦଖଲ ନେବା ପ୍ରସଙ୍ଗରେ ନିର୍ଦ୍ଦେଶ କାର୍ଯ୍ୟକାରୀ ନେଇ ଡିସେମ୍ବର ୬ ସୁଦ୍ଧା ସତ୍ୟପାଠ ଉଭୟ ପକ୍ଷ ଦାଖଲ କରିବେ । ଯଦି ଧାର୍ଯ୍ୟ ତାରିଖ ସୁଦ୍ଧା ଓଟିଏମ ହସ୍ତାନ୍ତର ଓ ଦଖଲ ନେବା ପ୍ରକ୍ରିୟା ‌ସଂପୂର୍ଣ୍ଣ ନ ‌ହୁଏ ତେବେ ଏ ବାବଦରେ ରାଜ୍ୟ ସରକାର ମାସିକ ୬ ଲକ୍ଷ ଟଙ୍କା ଖର୍ଚ୍ଚ ଦେବେ । ପ୍ରଥମେ ୬ ଲକ୍ଷ ଟଙ୍କା ଖର୍ଚ୍ଚ ଡିସେମ୍ବର ୬ ତାରିଖ ସୁଦ୍ଧା ରାଜ୍ୟ ସରକାର ହାଇକୋର୍ଟରେ ଜମା କରିବେ । ହାଇକୋର୍ଟ ଏପରି ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି ।

ଶୁକ୍ରବାର ମାମଲାର ଶୁଣାଣି ସମୟରେ ଅଫିସିଆଲ ଲିକ୍ବିଡେଟରଙ୍କ ପକ୍ଷରୁ ଦାଖଲ ରିପୋର୍ଟରେ ଦର୍ଶାଯାଇଥିଲା ଯେ, ନଭେମ୍ବର ୧୫ରେ ହାଇକୋର୍ଟ ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କୁ ଓଟିଏମ୍ ବିକ୍ରୟ ପ୍ରସଙ୍ଗକୁ ଅନୁମୋଦନ କରିଥିଲେ । ରାଜ୍ୟ କର୍ତ୍ତୃପକ୍ଷଙ୍କ ଉପଯୁକ୍ତ ପ୍ରତିନିଧି ଓଟିଏମ ସମ୍ପତ୍ତି ଅଫିସିଆଲ ଲିକ୍ବିଡେଟରଙ୍କ ଠାରୁ ଦଖଲକୁ ନେବେ ବୋଲି ହାଇକୋର୍ଟ କହିଥିଲେ । ଓଟିଏମ ଦଖଲକୁ ନେବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିନିଧି ଯାଇଥିଲେ । କିନ୍ତୁ ରାଜ୍ୟ ସରକାରଙ୍କ ପ୍ରତିନିଧି ବିଭିନ୍ନ କାରଣ ଦର୍ଶାଇ ଓଟିଏମ୍ ହାତକୁ ନେଉନାହାନ୍ତି । ଓଟିଏମ ସମ୍ପତ୍ତିର ତାଲିକା ପ୍ରସ୍ତୁତ କରାଯିବା ପରେ ସମ୍ପତ୍ତି ଦଖଲକୁ ନିଆଯିବ ବୋଲି ରାଜ୍ୟ ସରକାରଙ୍କ ପ୍ରତିନିଧି କହିଥିଲେ ।

ଏହାମଧ୍ୟ ପଢନ୍ତୁ:ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପ୍ରତିଷ୍ଠା ପାଇଁ ୧୪୪୩ କୋଟି ପୁଞ୍ଜି ପ୍ରସ୍ତାବ

ଓଟିଏମରୁ ପ୍ରାପ୍ୟ ପାଇବାକୁ ଥିବା ବ୍ୟକ୍ତିଙ୍କ ପ୍ରସଙ୍ଗରେ ପଦକ୍ଷେପ ନିଆଯାଉଛି ଓ ଏହି ପ୍ରସଙ୍ଗରେ କିଛି ଅଗ୍ରଗତି ହୋଇଛି ବୋଲି ଅଫିସିଆଲ ଲିକ୍ବିଡେଟର କହିଥ‌ିଲେ । ନିର୍ବିବାଦୀୟ ଦାବି ଆଧାରରେ ପ୍ରାପ୍ୟ ପ୍ରଦାନ ପ୍ରସଙ୍ଗରେ ହେଉଥିବା ଅଗ୍ରଗତି ନେଇ ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟ ଅଫିସିଆଲ ଲିକ୍ବିଡେଟରଙ୍କୁ ନିିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ ଅଫିସିଆଲ ଲିକ୍ବିଡେଟରଙ୍କୁ ଏ ପର୍ଯ୍ୟନ୍ତ ପ୍ରୋଭିଡେଣ୍ଟ ଫଣ୍ଡ କର୍ତ୍ତୃପକ୍ଷ ହିତାଧିକାରୀଙ୍କ ତାଲିକା ପ୍ରଦାନ କରିନାହାନ୍ତି । ପ୍ରୋଭିଡେଣ୍ଟ ଫଣ୍ଡ କର୍ତ୍ତୃପକ୍ଷ ହିତାଧିକାରୀଙ୍କ ତାଲିକା ୫ ଦିନ ଭିତରେ ପ୍ରଦାନ କରାଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଏ ନେଇ ଡିସେମ୍ବର ୮ ସୁଦ୍ଧା ସତ୍ୟପାଠ ଦାଖଲ କରିବାକୁ ପ୍ରୋଭିଡେଣ୍ଟ ଫଣ୍ଡ କର୍ତ୍ତୃପକ୍ଷଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତାଲିକା ମିଳିବା ପରେ ପ୍ରୋଭିଡେଣ୍ଡ ଫଣ୍ଡ କର୍ତ୍ତୃପକ୍ଷଙ୍କ ନିକଟରେ ଜମା କରାଯିବାକୁ ଥିବା ଟଙ୍କାର ପରିମାଣ ଅଫିସିଆଲ ଲିକ୍ବିଡେଟର ଆକଳନ କରିବା ସହିତ ଏ ବାବଦ ଅର୍ଥ ମଞ୍ଜୁର ପାଇଁ ପଦକ୍ଷେପ ଗ୍ରହଣ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଡିସେମ୍ବର ୬କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ, ୨୦୦୧ରୁ ଓଟିଏମ ମାମଲାର ହାଇକୋର୍ଟରେ ଶୁଣାଣି ଚାଲିଛି । ଗତ ଅଗଷ୍ଟ ୨ରେ ହାଇକୋର୍ଟ ଓଟିଏମ ପୁନରୁଦ୍ଧାର ସଂପର୍କିତ ମାମଲାର ଶୁଣାଣି କରି ଏହାର କର୍ମଚାରୀଙ୍କ ଦରମା କେତେ ଓ ଅନ୍ୟାନ୍ୟ ବକେୟା ପ୍ରାପ୍ୟ ଆକଳନ କରିବା ପାଇଁ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କୁ ଦାୟିତ୍ବ ଦେବାକୁ ଲିକ୍ବିଡେଟରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସରକାରଙ୍କ ତରଫରୁ ଦର୍ଶାଯାଇଥିଲା ଯେ ୧୫୦ କୋଟି ଟଙ୍କା ବଦଳରେ ଓଟିଏମକୁ ରାଜ୍ୟ ସରକାର ହାତକୁ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.