ETV Bharat / state

ହାଇକୋର୍ଟରେ ବିଜେଡି ନେତ୍ରୀ-ବିଧାୟକ ପ୍ରସଙ୍ଗ; ସରକାରଙ୍କୁ ପକ୍ଷ ରଖିବାକୁ ନିର୍ଦ୍ଦେଶ

ହାଇକୋର୍ଟରେ ବିଜେଡି ନେତ୍ରୀ ଓ ବିଧାୟକ ଶ୍ରୀକାନ୍ତ ସାହୁ ମାମଲା । ସରକାରଙ୍କୁ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଲେ କୋର୍ଟ  । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Oct 13, 2023, 8:28 AM IST

କଟକ: ହାଇକୋର୍ଟରେ ବିଜେଡି ନେତ୍ରୀ ଓ ବିଧାୟକ ଶ୍ରୀକାନ୍ତ ସାହୁ ବିବାଦ ମାମଲା । ପୋଲିସର ନିଷ୍କ୍ରିୟତା ବିରୋଧରେ ବିଜେଡି ନେତ୍ରୀ ଦାୟର କରିଥିବା ଆବେଦନର ଶୁଣାଣି କରି ରାଜ୍ୟ ସରକାରଙ୍କୁ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଆବେଦନକାରୀଙ୍କ ଅଭିଯୋଗର ସ୍ଥିତି କ'ଣ ରହିଛି ସେନେଇ ଅବଗତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପରବର୍ତ୍ତୀ ଶୁଣାଣି ସମୟରେ ଅବଗତ କରିବାକୁ ଏହି ନିର୍ଦ୍ଦେଶ ହୋଇଛି । ଆସନ୍ତା ନଭେମ୍ବର ୧ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି ।

କ'ଣ ଥିଲା ମାମଲା ?

ଗଞ୍ଜାମ ଜିଲ୍ଲାର ପୋଲସରା ବିଜେଡି ବିଧାୟକ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଭୁବନେଶ୍ବର ମହିଳା ଥାନାରେ ଜନୈକା ବିଜେଡି ନେତ୍ରୀ ଅଭିଯୋଗ କରିଥିଲେ । ଶ୍ରୀକାନ୍ତ ସାହୁ ତାଙ୍କୁ ଶାରିରୀକ ଓ ମାନସିକ ନିର୍ଯାତନା ଦେଇଥିବା ସେ ଅଭିଯୋଗ ଆଣିଥିଲେ । ହେଲେ ସେ ଏତଲା ଦେବା ପରେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଦର୍ଶାଇ ପୋଲିସର ନିଷ୍କ୍ରିୟତା ବିରୋଧରେ ହାଇକୋର୍ଟରେ ମାମଲା ଦାୟର କରିଥିଲେ ବିଜେଡି ନେତ୍ରୀ ।

ଏହାମଧ୍ୟ ପଢନ୍ତୁ: ନବୀନଙ୍କୁ ଭେଟିବାକୁ ଆସି ହଟହଟା ସଂଯୁକ୍ତା, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ହାଜର

ବିଜେଡି ନେତ୍ରୀ ଅଭିଯୋଗ କରିଛନ୍ତି ଯେ, ପୂର୍ବତନ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ୯ ବର୍ଷ ଧରି ତାଙ୍କ ସହ ସମ୍ପର୍କରେ ରହିଥିଲେ । ତାଙ୍କୁ ଶାରିରୀକ ଓ ମାନସିକ ଶୋଷଣ କରି ବର୍ତ୍ତମାନ ପ୍ରତାରଣା କରିଛନ୍ତି । ତାଙ୍କୁ ମାରିଦେବାର ଧମକ ଦେଉଛନ୍ତି । ବିଧାୟକ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଶାରୀରିକ ଓ ମାନସିକ ନିର୍ଯାତନା ଅଭିଯୋଗ ନେଇ ସେ ମହିଳା ଥାନାରେ ଦେଇଥିବା ଏତଲା ପୋଲିସ ଗ୍ରହଣ କରିଥିଲା । କିନ୍ତୁ ଏତଲା ଆଧାରରେ ପୋଲିସ ମାମଲାର ଉପଯୁକ୍ତ ତଦନ୍ତ କରୁ ନଥିବା କଥା ସେ କୋର୍ଟଙ୍କୁ ଅବଗତ କରିଥିଲେ ।

ପୋଲିସ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହିଁ ବୋଲି ବିଜେଡି ନେତ୍ରୀ ଆବେଦନରେ ଦର୍ଶାଇଛନ୍ତି । ଏହି ମାମଲାରେ ୫ ଜଣଙ୍କ ପକ୍ଷଭୁକ୍ତ କରାଯାଇଛି । ସେମାନେ ହେଲେ ଶ୍ରୀକାନ୍ତ ସାହୁ, ରାଜ୍ୟ ଗୃହ ସଚିବ, ପୋଲିସ କମିସନର, ଭୁବନେଶ୍ବର ଡିସିପି, ମହିଳା ଥାନା ଆଇଆଇସି । ହାଇକୋର୍ଟ ସଂଯୁକ୍ତାଙ୍କ ଆବେଦନ ଶୁଣାଣି ପାଇଁ ଗ୍ରହଣ କରି ରାଜ୍ୟ ସରକାରଙ୍କୁ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ : ନ୍ୟାୟ ଆଶାରେ ପୁଣି ମହିଳା ଥାନାରେ ବିଜେଡି ନେତ୍ରୀ ସଂଯୁକ୍ତା, କହିଲେ ‘ମୋ ସହ ଶାରୀରିକ ସମ୍ପର୍କରେ ରହିବା ସହ ମାନସିକ ଶୋଷଣ କରିଛନ୍ତି’

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.