ETV Bharat / state

ଭଗବାନଙ୍କ ଭରସାରେ କଟକ ଷ୍ଟେସନର ସୁରକ୍ଷା ବ୍ୟବସ୍ଥା ! - କଟକ ରେଳ ଷ୍ଟେସନର ପ୍ଲାଟଫର୍ମ

କେମିତି ଚାଲିଛି କଟକ ରେଳ ଷ୍ଟେସନର ସୁରକ୍ଷା ବ୍ୟବସ୍ଥା ? ଷ୍ଟେସନର ସ୍କାନର କାମ କରୁଛି ତ ? ଡ୍ୟୁଟିରେ ଥିବା କର୍ମଚାରୀ କେତେ ସଜାଗ ? ଇଟିଭି ଭାରତ କ୍ୟାମେରା ଲେନ୍ସରେ କଏଦ ହୋଇଛି ସମ୍ପୂର୍ଣ୍ଣ ଘଟଣା...

railway station
କଟକ ରେଳ ଷ୍ଟେସନ
author img

By

Published : Jan 30, 2020, 7:32 PM IST

କଟକ: ନିକଟ ଅତୀତରେ ଆତଙ୍କୀ ଲିଙ୍କରେ ଅବଦୁଲ ରେହମାନ କଟକରୁ ଗିରଫ ହେବା ପରେ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା । ବିଶେଷକରି କଟକ ରେଳ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା । ତେବେ ବର୍ତ୍ତମାନ କେମିତି ରହିଛି କଟକ ରେଳ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥା ? ଇଟିଭି ଭାରତ କ୍ୟାମେରାରେ କଏଦ ହୋଇଛି ସମ୍ପୂର୍ଣ୍ଣ ଘଟଣା ।

ଭଗବାନଙ୍କ ଭରସାରେ କଟକ ଷ୍ଟେସନର ସୁରକ୍ଷା ବ୍ୟବସ୍ଥା !

କଟକ ରେଳ ଷ୍ଟେସନର ସୁରକ୍ଷା ବ୍ୟବସ୍ଥାକୁ ନେଇ ସବୁ କିଛି ଠିକଠାକ ରହିବା ସହ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥା ପୁରା କଡାକଡି ରହିଥିବା ଷ୍ଟେସନ ମ୍ୟାନେଜର କହିଛନ୍ତି । ଯଦି ଷ୍ଟେସନ ମ୍ୟାନେଜର କହୁଥିବା କଥା ସତ, ତେବେ ପ୍ଲାଟଫର୍ମର ଶେଷ ଭାଗରେ ଥିବା ଖୋଲା ରାସ୍ତା ଦେଇ ବେଧଡକ ଭାବେ କିଭଳି ପ୍ରବେଶ କରୁଛନ୍ତି ଯାତ୍ରୀ । ସବୁଠାରୁ ବଡ଼ କଥା ହେଲା, ଏହି ସ୍ଥାନ ଦେଇ ଯେକୌଣସି ସମୟରେ ଯିଏ ଚାହିଁବ ବିନା କୌଣସି ପ୍ରତିବନ୍ଧକରେ ଟ୍ରେନ ଭିତରକୁ ପ୍ରବେଶ କରିପାରିବ ।

କେବଳ ସେତିକି ନୁହେଁ, ଷ୍ଟେସନର ଦୁଇଟି ଗେଟରେ ଦୁଇଟି ସ୍କାନର ଲାଗିଥିଲେ ମଧ୍ୟ ମେସିନ ଠିକ ଭାବେ କାମ କରୁ ନଥିବା ଅଭିଯୋଗ କରିଛନ୍ତି ଯାତ୍ରୀ । ଯାହାଫଳରେ ଯାତ୍ରୀମାନେ ନିଜ ନିଜ ଲଗେଜକୁ ବିନା ଯାଞ୍ଚରେ ଟ୍ରେନରେ ନେଇ ଯାତ୍ରା କରୁଛନ୍ତି । ଆଉ ଏହି ଯାଞ୍ଚ ଦାୟୀତ୍ବରେ ଥିବା ଆରପିଏଫ କର୍ମଚାରୀ ଜଣକ ଡ୍ୟୁଟିରେ ଥାଇ ମଧ୍ୟ ନିଜ ମୋବାଇଲରେ ବ୍ୟସ୍ତ । ସେହିପରି ଏକ ନମ୍ବର ଗେଟରେ ମଧ୍ୟ ସମାନ ଅବସ୍ଥା । ସ୍କାନର ମେସିନର ବିନା ଯାଞ୍ଚ ରେ ଯାତ୍ରୀମାନେ ଟ୍ରେନରେ ଯାତ୍ରା କରୁଥିବା କହିଛନ୍ତି । ଯେକୌଣସି ବ୍ୟକ୍ତି ବିସ୍ଫୋରକ ଠାରୁ ଆରମ୍ଭ କରି ମାରଣାସ୍ତ୍ର ଆଦି ସାମଗ୍ରୀକୁ ଅତି ସହଜରେ ଟ୍ରେନରେ ନେଇ ଯାତ୍ରା କରିପାରିବ । ଜାହାକୁ ନେଇ ଟ୍ରେନରେ ଯାତ୍ରା କରିବାକୁ ସୁରକ୍ଷିତ ମଣୁ ନାହାଁନ୍ତି ଯାତ୍ରୀ ।

କଟକ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥା କହିଲେ ୪୦ ଜଣ ଆରପିଏଫ ଷ୍ଟାଫ, ୨ଟି ସ୍କାନର ମେସିନ ଓ ୪୯ ଟି ସିସିଟିଭି କ୍ୟାମେରା । ମାତ୍ର ଦୀପ ତଳ ଅନ୍ଧାର ପରି ଏଠି ସୁରକ୍ଷା ବ୍ୟବସ୍ଥା । ଏଭଳି ସୁରକ୍ଷାରେ ଅବହେଳା ପାଇଁ ଟ୍ରେନରେ ଯଦି କିଛି ଅଘଟଣ ଘଟେ, ଏଥିପାଇଁ କାହାକୁ ଦାୟୀ କରାଯିବ ?

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:କଟକରେ ଆତଙ୍କୀ ଲିଙ୍କ ରେ ଅବଦୁଲ ରେହମାନ ଗିରଫ ହେବାପରେ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରାଯାଇଥିଲା।ବିଶେଷକରି କଟକ ରେଳ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା।ତେବେ କଟକ ରେଳ ଷ୍ଟେସନ ରେ କେମିତି ରହିଛି ସୁରକ୍ଷା ବ୍ୟବସ୍ଥା, ଦେଖନ୍ତୁ ଇଟିଭି ଭାରତର ସ୍ପେସିଆଲ ରିପୋର୍ଟ ....

Body: (ପ୍ରଥମେ ଷ୍ଟେସନ ମ୍ୟାନେଜର ବାଇଟ)
ବାଇଟ - ଷ୍ଟେସନ ମ୍ୟାନେଜର
(ଭିଓ - ୧) ଶୁଣିଲେ ତ ? କଟକ ରେଳ ଷ୍ଟେସନ ର ସୁରକ୍ଷା ପାଇଁ କଣ କହୁଛନ୍ତି ଷ୍ଟେସନ ମ୍ୟାନେଜର ! ସବୁ କିଛି ଠିକ ଠାକ।ମାନେ କଟକ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥା ପୁରା କଡା କଡ଼ି ଅଛି।ସୁରକ୍ଷା କୁ ନେଇ କିଛି ଅସୁବିଧା ନାହିଁ।ଏବେ ନଜର ପକାନ୍ତୁ ଷ୍ଟେସନ ର ସୁରକ୍ଷା ଉପରେ।ପ୍ଲାଟଫର୍ମ ର ଶେଷ ଭାଗରେ ଏକ ଖୋଲା ରାସ୍ତା ରହିଛି।ଯେଉଁ ରାସ୍ଥାଦେଇ ବେଧଡକ ଆଉ ବେଆଇନ ଭାବେ ପ୍ରବେଶ କରୁଛନ୍ତି ଅନେକ ଯାତ୍ରୀ।ସବୁଠାରୁ ବଡ଼ କଥା ହେଉଛି ଏହି ସ୍ଥାନ ଦେଇ ଯେକୌଣସି ସମୟରେ ଯିଏ ଆଉ ଯାହା ଚାହିଁବ ତାହାକୁ ବିନା ପ୍ରତିବନ୍ଧକ ରେ ସହଜରେ ଟ୍ରେନ ଭିତରକୁ ନେଇ ଯାଇପାରିବ।ଅର୍ଥାତ ଏହାକୁ ଦେଖିବାକୁ କେହି ନାହିଁ।

ବାଇଟ - ମାମି ତରାଇ,ଯାତ୍ରୀ।
ବାଇଟ - ରାସେଶ୍ୱରୀ ରାଉତ ,ଯାତ୍ରୀ

(ଭିଓ - ୨) କେବଳ ସେତିକି ନୁହେଁ, ଷ୍ଟେସନ ର ଦୁଇଟି ଗେଟ ରେ ଦୁଇଟି ସ୍କାନର ମେସିନ ଲାଗିଛି।ଏହି ସ୍କାନର ମେସିନ ଦ୍ୱାରା ଯାତ୍ରୀ ମାନଙ୍କର ଲଗେଜେ କୁ ସ୍କାନର କରାଯାଇଥାଏ।ଏହା ଆରପିଏଫ ପୋଲିସ ଦ୍ୱାରା ନିୟନ୍ତ୍ରଣ କରାଯାଇଥାଏ।ଭଲ ଭାବରେ ଦେଖନ୍ତୁ ଏହି ଦୃଶ୍ୟକୁ।କଟକ ରେଳ ଷ୍ଟେସନରେ କିପରି ସ୍କାନର ମେସିନ ରେ ଯାଞ୍ଚ କରାଯାଉଛି।ଷ୍ଟେସନର ଦୁଇ ନମ୍ବର ଗେଟ ରେ ସ୍କାନର ମେସିନ ଅଚଳ ହୋଇ ପଡିଛି।ଆଉ ଯେଉଁ ଆରପିଏଫ କର୍ମଚାରୀ ଜଣକ ଡ୍ୟୁଟି ରେ ଅଛନ୍ତି ସେ ନିଜ ମୋବାଇଲ ରେ ବ୍ୟସ୍ତ।ସେହିପରି ଏକ ନମ୍ବର ଗେଟ ରେ ବି ସମାନ ଅବସ୍ଥା।ସ୍କାନର ମେସିନ ର ବିନା ଯାଞ୍ଚ ରେ ଯାତ୍ରୀମାନେ ଟ୍ରେନ ରେ ଯାତ୍ର କରୁଛନ୍ତି।ଆଉ ଏଠି ବି ଯେଉଁ ଆରପିଏଫ କର୍ମଚାରୀ ଜଣକ ଡ୍ୟୁଟିରେ ଅଛନ୍ତି,ସେ ପେପର ପଢିବାରେ ବ୍ୟସ୍ଥ।ତେବେ
ଯାତ୍ରୀ ମାନେ ନିଜ ନିଜ ଲଗେଜ କୁ ବିନା ଜାଞ୍ଚରେ ଟ୍ରେନ ରେ ନେଇ ଯାତ୍ରା କରୁଛନ୍ତି।ଯେକୌଣସି ବ୍ୟକ୍ତି ବିସ୍ପୋରକ ଠାରୁ ଆରମ୍ଭ କରି ମାରଣାସ୍ତ୍ର ଆଦି ସମସ୍ତ ସାମଗ୍ରୀକୁ ଅତି ସହଜରେ ଟ୍ରେନ ରେ ନେଇ ଯାତ୍ରା କରିପାରିବ।ଜାହାକୁ ନେଇ ଟ୍ରେନ ରେ ଯାତ୍ରା କରିବାକୁ ସୁରକ୍ଷିତ ମଣୁ ନାହାନ୍ତି ଯାତ୍ରୀ।

ବାଇଟ - ଦାରା ସିଂହ କୁମାର ଯାତ୍ରୀ।
ବାଇଟ - ଏକେ ବାସ୍ତବ,ଯାତ୍ରୀ

Conclusion:କଟକ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥା କହିଲେ ୪୦ ଜଣ ଆରପିଏଫ ଷ୍ଟାଫ,୨ଟି ସ୍କାନର ମେସିନ,୪୯ ଟି ସିସିଟିଭ । ଦୀପ ତଳ ଅନ୍ଧାର ପରି ଏଠି ସୁରକ୍ଷା ବ୍ୟବସ୍ଥା।ଏଭଳି ସୁରକ୍ଷାପାଇଁ ଟ୍ରେନରେ ଯଦି କିଛି ଅଘଟଣ ଘଟେ,ଏଥିପାଇଁ କାହାକୁ ଦାୟୀ କରାଯିବ ? କଟକରୁ ନାରାୟଣ ସାହୁ,ଇଟିଭି ଭାରତ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.