ETV Bharat / state

ରାଜ୍ୟରେ ଡ଼ଙ୍ଗା ଦୁର୍ଘଟଣାରେ କ୍ଷତିପୂରଣ ମାମଲା; ସମୟ ମାଗିଲେ ସରକାର

author img

By ETV Bharat Odisha Team

Published : Jan 9, 2024, 10:36 PM IST

Govt asks Odisha High Court for time: ଡ଼ଙ୍ଗାବୁଡି ଦୁର୍ଘଟଣାରେ କ୍ଷତିପୂରଣ ବାବଦରେ ସତ୍ୟପାଠ ଦାଖଲ କରିବା ପାଇଁ ସମୟ ଲୋଡିଛନ୍ତି ସରକାର। ଦୁଇ ସପ୍ତାହ ପରେ ମାମଲାର ପରବର୍ତୀ ଶୁଣାଣି ପାଇଁ ଦିନଧାର୍ଯ୍ୟ କରିଛନ୍ତି କୋର୍ଟ । ଅଧିକ ପଢନ୍ତୁ

ରାଜ୍ୟରେ ଡ଼ଙ୍ଗା ଦୁର୍ଘଟଣାରେ କ୍ଷତିପୂରଣ ମାମଲା ; କୋର୍ଟକୁ ସମୟ ମାଗିଲେ ସରକାର

କଟକ : ହାଇକୋର୍ଟରେ ରାଜ୍ୟରେ ଡ଼ଙ୍ଗା ଦୁର୍ଘଟଣା ସମ୍ପର୍କିତ ମାମଲା । କେତେ ଲୋକଙ୍କର ଡଙ୍ଗା ଦୁର୍ଘଟଣାରେ ମୃତୁ ଘଟିଛି? କେତେ ଲୋକଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଇଛି ? କେତେ ଟଙ୍କା କ୍ଷତିପୂରଣ ବାବଦକୁ ପ୍ରଦାନ କରାଯାଇଛି ? ଏହି ସମସ୍ତ ତଥ୍ୟ ଦାଖଲ କରିବାକୁ ହାଇକୋର୍ଟ ଙ୍କୁ ପୁଣି ଦୁଇ ସପ୍ତାହ ସମୟ ମାଗିଛନ୍ତି ରାଜ୍ୟ ସରକାର । ଡ଼ଙ୍ଗାବୁଡି ଦୁର୍ଘଟଣାରେ କ୍ଷତିପୂରଣ ବାବଦରେ ସତ୍ୟପାଠ ଦାଖଲ କରିବା ପାଇଁ ସମୟ ଲୋଡିଛନ୍ତି ସରକାର । ପୂର୍ବରୁ ଏନେଇ ସତ୍ୟପାଠ ଦାଖଲ କରିବାକୁ କୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଥିଲେ । ତେବେ ପୁନର୍ବାର ଦୁଇ ସପ୍ତାହ ସମୟ ନେଇଛନ୍ତି ସରକାର । ସେହିପରି ଆଜି ଏହି ସମ୍ପର୍କିତ ମାମଲାର ଶୁଣାଣି କରି କୋର୍ଟ,ପ୍ରସ୍ତାବିତ ଓଡିଶା ଇନଲାଣ୍ଡ ଭେସେଲ ରୁଲସ 2023 ଉପରେ ପ୍ରତି ଜବାବ ଦାଖଲ କରିବାକୁ ଅମିକସ କ୍ୟୁରୀ ଏବଂ ଆବେଦନାକାରୀଙ୍କୁ କୋର୍ଟ ନିର୍ଦେଶ ଦେଇଛନ୍ତି । ତେବେ ଦୁଇ ସପ୍ତାହ ପରେ ମାମଲାର ପରବର୍ତୀ ଶୁଣାଣି ପାଇଁ ଦିନଧାର୍ଯ୍ୟ କରିଛନ୍ତି କୋର୍ଟ ।

ଏହା ମଧ୍ୟ ପଢନ୍ତୁ.... ‘ଆଜି ନ୍ୟାୟ କେମିତିକା ଅନୁଭବ ହେଉଛି, ଆଜି ମୋ ପାଇଁ ବାସ୍ତବରେ ନୂଆବର୍ଷ’

ରାଜ୍ୟରେ ଡଙ୍ଗା ଦୁର୍ଘଟଣାର ଶିକାର ହେଉଥିବା ପୀଡିତଙ୍କ ପାଇଁ ନିୟମରେ ରହିଥିବା କ୍ଷତିପୂରଣ ରାଶି ପରିମାଣ ଯଥେଷ୍ଟ ନୁହେଁ । ମୋଟର ଯାନ ଆଇନ, ୧୯୮୮ ରେ ଦୁର୍ଘଟଣା ପାଇଁ ରହିଥିବା କ୍ଷତିପୂରଣ ବ୍ୟବସ୍ଥାକୁ ବୋଟ ଦୁର୍ଘଟଣାରେ କ୍ଷତିପୂରଣ କ୍ଷେତ୍ରରେ ମାପଦଣ୍ଡ ଭାବେ ଗ୍ରହଣ କରିବାକୁ ହାଇକୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ । ପୂର୍ବରୁ ଏହି ମାମଲାର ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ତରଫରୁ ଦର୍ଶାଯାଇଥିଲା ଯେ ୨୦୧୯, ଅଗଷ୍ଟ ୫ରେ ଓଡ଼ିଶା ବୋଟ ନିୟମାବଳୀରେ ସଂଶୋଧନ କରି ସରକାର ବିଜ୍ଞପ୍ତି ପ୍ରକାଶ କରିଥିଲେ । ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ପ୍ରକାଶିତ ଏ ସଂପର୍କିତ ବିଜ୍ଞପ୍ତିରେ ବୋଟରେ ଥିବା ବ୍ୟକ୍ତି ଦୁର୍ଘଟଣାଜନିତ ବୀମା କ୍ଷତିପୂରଣ ପାଇବାକୁ ହକଦାର ବୋଲି ଉଲ୍ଲେଖ ରହିଛି ।

ବୋଟ ଦୁର୍ଘଟଣାରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କୁ ୫୦ ହଜାର ଓ ଅକ୍ଷମ ହେଉଥିବା ବ୍ୟକ୍ତିଙ୍କୁ ୨୫ ହଜାର ଟଙ୍କା ବୀମା କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ସଂଶୋଧିତ ନିୟମରେ ବ୍ୟବସ୍ଥା କରାଯାଇଛି ବୋଲି ସରକାରଙ୍କ ପକ୍ଷରୁ ଅବଗତ କରାଯାଇଥିଲା । କ୍ଷତିପୂରଣ ରାଶି ପରିମାଣ ଯଥେଷ୍ଟ ନୁହେଁ ବୋଲି ହାଇକେର୍ଟ ମତ ଦେଇଥିଲେ । କ୍ଷତିପୂରଣ ରାଶି ବୃଦ୍ଧି ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି । ଓଡ଼ିଶା ବୋଟ (ସଂଶୋଧିତ) ନିୟମାବଳୀର କପି ଆମିକସ୍ କ୍ୟୁରୀଙ୍କୁ ପ୍ରଦାନ କରାଯିବ ଓ ଏହା ଉପରେ ସେ ପରବର୍ତ୍ତୀ ଶୁଣାଣି ସମୟରେ ପକ୍ଷ ରଖିବେ ବୋଲି ହାଇକୋର୍ଟ କହିଥିଲେ । ଏଥି ସହିତ ପଶ୍ଚିମବଙ୍ଗ ଓ ତାମିଲନାଡୁରେ ବୋଟ ପରିଚାଳନା ପ୍ରସଙ୍ଗରେ ରହିଥିବା ନିୟମାବଳୀ ସଂପର୍କିତ ତଥ୍ୟର କପି ଆମିକସ୍ କ୍ୟୁରୀଙ୍କ ତରଫରୁ ଅତିରିକ୍ତ ସରକାରୀ ଓକିଲଙ୍କୁ ପ୍ରଦାନ କରାଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.