ETV Bharat / state

ପୂର୍ବତନ ଖେଳାଳିଙ୍କ ପାଇଁ ଖୁସି ଖବର, ଓସିଏ ବଢାଇଲା ପେନସନ

author img

By

Published : Aug 2, 2020, 2:00 PM IST

ଓସିଏ ପକ୍ଷରୁ ଖେଳାଳିଙ୍କ ପେନସନ ବୃଦ୍ଧି । ବର୍ତ୍ତମାନ 80ରୁ ଉର୍ଦ୍ଧ୍ବ ଖେଳାଳି ପେନସନ ପାଉଥିବା ସୂଚନା ଦେଇଛି ଓସିଏ ।

ପୂର୍ବତନ ଖେଳାଙ୍କ ପାଇଁ ଖୁସି ଖବର, ଓସିଏ ବଢାଇଲା ପେନସନ

କଟକ: ଓସିଏ ପକ୍ଷରୁ ଖେଳାଳିଙ୍କ ପେନସନ ବୃଦ୍ଧି। 3ଟି ଵର୍ଗରେ କରାଯାଇଛି ଖେଳାଳିଙ୍କ ଚୟନ । ଆଇସିଏ କମିଟି ସଦସ୍ୟ ଅବକାଶ ଖଟୁଆଙ୍କ ପରାମର୍ଶ କ୍ରମେ ଓସିଏ ଆପେକ୍ସ କାଉନସିଲ ଏହି ଯୋଜନାକୁ ମୋହର ମାରିଛି ।

ସୂଚନା ଅନୁସାରେ, ଗୋଟିଏରୁ 4 ଟି ମ୍ୟାଚ ଖେଳିଥିବା ଖେଳାଳି ମାସିକ 2500 ଟଙ୍କା ପାଇବେ ପୂର୍ବରୁ ସେମାନେ 1500 ପାଉଥିଲେ । ଏହାସହ ଯେଉଁମାନେ 5ରୁ 14 ମ୍ୟାଚ ଖେଳିଛନ୍ତି ସେମାନେ 3 ହଜାର ବଦଳରେ 4 ହଜାର 5ଶହ ପେନସନ ପାଇବେ । ଏହା ବ୍ୟତୀତ 15 ରୁ 24 ଟି ମ୍ୟାଚ ଖେଳିଥିବା ଖେଳାଳିଙ୍କୁ 5 ହଜାର ବଦଳରେ 7 ହଜାର ଦିଆଯିବ ।

ସୂଚନାଥାଉଖି, ଓସିଏର ପୂର୍ବତନ ଖେଳାଳିଙ୍କୁ 10 ବର୍ଷ ଧରି ପେନସନ ଯୋଗାଉଛି ଓସିଏ । ଏହାଛଡା ବର୍ତ୍ତମାନ 80ରୁ ଉର୍ଦ୍ଧ୍ବ ଖେଳାଳି ପେନସନ ପାଉଥିବା ସୂଚନା ଦେଇଛି ଓସିଏ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.