ETV Bharat / state

Dhanteras 2023: ଧନତେରାସରେ ବୋହିନେଲେ ସୁନା, ରାଜ୍ୟରେ 500 କୋଟିର ବ୍ୟବସାୟ

ଧନତେରାସରେ ରୀତିନୀତି ଅନୁଯାୟୀ ଘରକୁ ସୁନା ଗହଣା କିଣି ନେଇଛନ୍ତି ଲୋକେ । ଚଳିତବର୍ଷ 2 ଦିନ ଧନତେରସ ପାଳନ ହେଉଥିବାରୁ ବେଶ ଲାଭବାନ ହୋଇଛନ୍ତି ବ୍ୟବସାୟୀ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Nov 11, 2023, 5:07 PM IST

Updated : Nov 11, 2023, 5:15 PM IST

gold purchases take flight
ଧନତେରସରେ ଲାଭବାନ ବ୍ୟବସାୟୀ
ଧନତେରସରେ ଲାଭବାନ ବ୍ୟବସାୟୀ

କଟକ: ଧନତେରାସରେ ଧନ ବର୍ଷା । ଲାଭ ଉଠାଇଲେ ବ୍ୟବସାୟୀ । ଗୋଟିଏ ପଟେ ରୀତିନୀତି ଅନୁଯାୟୀ ଘରକୁ ସୁନା ଗହଣା କିଣି ନେଇଛନ୍ତି ଲୋକେ । ଅନ୍ୟପଟେ ଆକର୍ଷଣୀୟ ଅଫର ଦେଖାଇ ଭଲ ବ୍ୟବସାୟ କରି ବେଶ ଲାଭବାନ ହୋଇଛନ୍ତି ସୁନା ବ୍ୟବସାୟୀ । ଚଳିତବର୍ଷ 2 ଦିନ ଧନତେରସ ପାଳନ ହେଉଥିବାରୁ ଗତକାଲିର ରିପୋର୍ଟକାର୍ଡ଼ ଗତ ବର୍ଷ ତୁଳନାରେ ବେଶ ଅଧିକ ରହିଛି । ସୂଚନା ଅନୁସାରେ, ଗତ ବର୍ଷ ଯେତିକି ଲାଭ ଆସିଥିଲା ସେହି ଅନୁଯାୟୀ, 20% ଅଧିକ ଲାଭ ଚଳିତବର୍ଷ ହୋଇଥିବା ନେଇ ରାଜ୍ୟ ଅଳଙ୍କାର ସଂଘ ସମ୍ପାଦକ ସୂଚନା ଦେଇଛନ୍ତି ।

ଟ୍ବିନସିଟିରେ ପାଖାପାଖି 100 କୋଟି ଟଙ୍କାର ବ୍ୟବସାୟ ହୋଇଥିବା ସୂଚନା ରହିଛି । ଅନ୍ୟପଟେ ରାଜ୍ୟରେ ମଧ୍ୟ ସେହି ଅନୁଯାୟୀ 500 କୋଟି ଟଙ୍କାର ବ୍ୟବସାୟ ହେଇଥିବା କହିଛନ୍ତି ରାଜ୍ୟ ଅଳଙ୍କାର ସଂଘ ସମ୍ପାଦକ ମହେଶ ବର୍ମା । ସେ କହିଛନ୍ତି, "ସୁନା ବ୍ୟବସାୟ ବଢିବାର ମୁଖ୍ୟ କାରଣ ହେଉଛି Hall Mark Unique Identifcation (HUID) ନମ୍ବର ।" ଜୁଲାଇ 2021ରେ ଏହି ଯୋଜନା ଆରମ୍ଭ କରିଥିଲେ କେନ୍ଦ୍ର ସରକାର । ସୁନା କିଣାବିକାରେ ଠକାମୀକୁ ରୋକିବା ପାଇଁ ଏକ ବଡ଼ ପରିବର୍ତ୍ତନ ଆଣିବା ନେଇ ପ୍ରୟାସ ଆରମ୍ଭ କରିଥିଲେ କେନ୍ଦ୍ରସରକାର ।

ଏହା ବି ପଢନ୍ତୁ...Dhanteras 2023: ସୁନା କିଣିବାକୁ ଅଳଙ୍କାର ଦୋକାନରେ ଖଚାଖଚ୍‌ ଭିଡ

ଏହା ବି ପଢନ୍ତୁ...Dhanteras 2023: ଧନତେରସ ପାଇଁ ଚଳଚଞ୍ଚଳ ରୌପ୍ୟ ନଗରୀ, ସୁନା ଦୋକାନରେ ପ୍ରବଳ ଭିଡ

ଏହା ବି ପଢନ୍ତୁ...Dhanteras 2023: ରାଜଧାନୀର ସୁନା ଗହଣା ଦୋକାନରେ ଗ୍ରାହକଙ୍କ ଭିଡ଼

ତେବେ ଦେଶ ସାରା ହଲମାର୍କ ବାଧ୍ୟତାମୂଳକ ହୋଇଛି । ପୁରୁଣା ହଲମାର୍କରେ 4ଟି ସଙ୍କେତ ରହିଥିଲା । ଯେଉଁଥିରେ କେଉଁ ହଲମାର୍କ ତାହା ଜଣାପଡୁନଥିଲା । ବର୍ତ୍ତମାନ କିନ୍ତୁ ସେଥିରେ ପରିବର୍ତ୍ତନ କରାଯାଇଛି । ବର୍ତ୍ତମାନ ସୁନାରେ HUID ନମ୍ବର ରହୁଛି ଯାହାଦ୍ୱାରା ସୁନା ବିଷୟରେ ସବୁ କିଛି ଜଣାପଡିଯିବ । କେଉଁଠୁ ସୁନା କିଣା ହେଉଛି, ବ୍ୟବସାୟୀ କିଏ, କେଉଁ ହଲମାର୍କ ଏଭଳି ସମସ୍ତ ତଥ୍ୟ ସବୁକିଛି ଏହି HUID ନମ୍ବରରୁ ଜଣାପଡିଯିବ । ଯାହାଦ୍ୱାରା ସାଧାରଣ ଜନତା ଠକାମୀର ଶିକାର ହେବାରୁ ବର୍ତ୍ତିପାରିବେ । ତେଣୁ ସୁନା ଉପରେ ଅଧିକ ବିଶ୍ୱାସ ବୃଦ୍ଧି ପାଇବା ପରେ ଚଳିତବର୍ଷ ଅଧିକ ପରିମାଣର ସୁନା ବିକ୍ରି ହୋଇଥିବା ଦେଖିବାକୁ ମିଳିଛି । ତେବେ ଆଗମୀ ଦିନରେ ଆହୁରି ଅଧିକ ଲାଭବାନ ହେବ ବୋଲି କହିଛନ୍ତି ରାଜ୍ୟ ଅଳଙ୍କାର ସଂଘ ସମ୍ପାଦକ।

ଇଟିଭି ଭାରତ, କଟକ

Last Updated : Nov 11, 2023, 5:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.