ନିଆଳି : କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ କଂଗ୍ରେସ ସଭାପତି ବିଜୁ ପାତ୍ର ସମେତ ୩ଜଣଙ୍କୁ ଗିରଫ କରିଛି ପୋଲିସ । କଟକ ସଦର ଏସଡ଼ିପିଓଙ୍କ ନେତୃତ୍ଵରେ ସ୍ବତନ୍ତ୍ର ପୁଲିସ ଟିମ ଏମାନଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ନାରେ ଜାତିଆଣ ଆକ୍ଷେପ, ଆକ୍ରମଣ ଏବଂ ହତ୍ୟା ଧମକ ଭଳି ଅଭିଯୋଗ ରହିଥିଲା । ଅଭିଯୁକ୍ତମାନେ ଗତ ଏକ ମାସରୁ ଉର୍ଦ୍ଧ୍ବ ଦିନ ଧରି ଫେରାର ରହିଥିଲେ । ଗତକାଲି ରାତିରେ ଅଭିଯୁକ୍ତମାନଙ୍କୁ ଯାଜପୁର ଜିଲ୍ଲାରୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଥିବା ଜଣାପଡ଼ିଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
ଇଟିଭି ଭାରତ, ନିଆଳି