ETV Bharat / state

ଏକତରଫା ପ୍ରେମକୁ ନେଇ ଯୁବତୀଙ୍କୁ ଛୁରାମାଡ଼, ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି - କଟକରେ ଛାତ୍ରୀଙ୍କୁ ଛୁରାମାଡ଼

ଏକତରଫା ପ୍ରେମକୁ ନେଇ ଯୁବତୀଙ୍କୁ ଛୁରାମାଡ଼ । କଟକରେ ଏକତରଫା ପ୍ରେମକୁ ନେଇ ଯୁବତୀଙ୍କୁ ଛୁରାମାଡ଼ ହୋଇଛି । ଯୁବତୀ କଲେଜରୁ ଫେରୁଥିବା ବେଳେ ତାଙ୍କ ଉପରେ ଛୁରାମାଡ଼ ହୋଇଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

ଏକତରଫା ପ୍ରେମକୁ ନେଇ ଯୁବତୀଙ୍କୁ ଛୁରାମାଡ଼, ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି

author img

By

Published : Nov 1, 2022, 9:10 PM IST

କଟକ: ଏକତରଫା ପ୍ରେମକୁ ନେଇ ଯୁବତୀଙ୍କୁ ଛୁରାମାଡ (Girl stabbed in Cuttack over One sided love)। କଟକ ଜିଲ୍ଲା ସଦର ଥାନାର ପ୍ରତାପନଗରୀଠାରେ ଯୁବତୀଙ୍କୁ ଛୁରାମାଡ କରାଯାଇଛି । ଛାତ୍ରୀ ଜଣଙ୍କ ପରୀକ୍ଷା ଦେଇ ଫେରୁଥିବାବେଳେ ସେହି ଗାଁର ଜଣେ ଯୁବକ ଛୁରାମାଡ କରିଥିବା ସୂଚନା ମିଳିଛି ।

ଏକତରଫା ପ୍ରେମକୁ ନେଇ ଯୁବତୀଙ୍କୁ ଛୁରାମାଡ଼, ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି

ଏ ନେଇ ଛାତ୍ରୀଙ୍କ ପକ୍ଷରୁ ସଦର ଥାନାରେ ଏତଲା ଦିଆଯାଇଛି । ମିଳିଥିବା ସୂଚନା ମୁତାବକ ଯୁବତୀ ଜଣକ ଜଣେ ଇଞ୍ଜିନିୟରିଂ ଛାତ୍ରୀ ହୋଇଥିବାବେଳେ ଆଜି କଲେଜରୁ ବସରେ ଫେରି ସେ ଚାଲି ଚାଲି ଯାଉଥିଲେ । ଆଉ ଏହି ସମୟରେ ତାଙ୍କ ଗାଁର ଜଣେ ଯୁବକ ଉକ୍ତ ଯୁବତୀଙ୍କ ଉପରେ ଆକ୍ରମଣ କରିଥିଲା । ଏଥିରେ ଯୁବତୀଙ୍କ ହାତ ଓ ଜଙ୍ଘରେ ଗୁରୁତର ଆଘାତ ଲାଗିଥିବାବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ଏବେ ଚମ୍ପଟ ମାରିଛି ।

ଏହା ବି ପଢନ୍ତୁ- ଗେଷ୍ଟ ହାଉସରେ ଚାଲିଥିଲା ସେକ୍ସ ରାକେଟ, 10 ଗିରଫ

ଯୁବତୀଙ୍କ ହାତରେ ଗଭୀର ଆଘାତ ଲାଗିଥିବା ବେଳେ ରକ୍ତସ୍ରାବ ମଧ୍ୟ ହୋଇଛି । ଯୁବତୀଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଇଛି । ଅନ୍ୟପଟେ ଏହି ମାମଲାରେ ଆରମ୍ଭ ହୋଇଛି ତଦନ୍ତ । ଉକ୍ତ ଆହତ ଛାତ୍ରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ପଚରାଉଚରା ଜାରି ରହିଛି । ଖୁବଶୀଘ୍ର ଏହି ମାମଲାରେ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି କହିଛନ୍ତି କଟକ ଡିସିପି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.