ETV Bharat / state

ସିଲଭର ସିଟିରେ ଧୂମଧାମରେ ହେବ ଗଣେଶ ପୂଜା - ଗଣେଶ ପୂଜା

ଗଣେଶ ପୂଜାକୁ ନେଇ କଟକ ସହରରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ବିଭିନ୍ନ ପୂଜାକମିଟି ପକ୍ଷରୁ ଏନେଇ ବ୍ୟାପକ ପ୍ରସ୍ତୁତି ମଧ୍ୟ କରାଯାଉଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Aug 31, 2019, 9:09 PM IST

କଟକ: ଆସୁଛି ଗଣେଶ ପୂଜା । ଏନେଇ କଟକ ସହରରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ବିଭିନ୍ନ ପୂଜା କମିଟି ପକ୍ଷରୁ ଏନେଇ ବ୍ୟାପକ ପ୍ରସ୍ତୁତି ମଧ୍ୟ କରାଯାଇଛି । ମୂର୍ତ୍ତି କାରିଗର ଗଣପତିଙ୍କ ରଙ୍ଗ କାର୍ଯ୍ୟରେ ବ୍ୟସ୍ତ ଥିବା ବେଳେ ପୂଜାକମିଟି ପକ୍ଷରୁ ଆକର୍ଷଣୀୟ ତୋରଣ ସହିତ ବିଭିନ୍ନ ସାଜ୍ଜସଜା କରାଯାଉଛି । ଏଥର ଗଣେଶ ପୂଜାର ମାହୋଲ ଜମିବ ବୋଲି ସହରବାସୀ ଆଶା ରଖିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଦୁଇଦିନ ପରେ ଗଣେଶ ଚତୁର୍ଥୀ । ଯାହାକୁ ନେଇ ଉତ୍ସବ ମୁଖର ସହର । ଗଳିକନ୍ଦିରେ ଆରମ୍ଭ ହୋଇଯାଇଛି ତୋରଣ ନିର୍ମାଣ କାମ । କେଉଁଠି 60 ଫୁଟ ତ କେଉଁଠି 40 ଫୁଟ । ବିଭିନ୍ନ ଚିତ୍ରକଳାକୁ ଆଖି ଆଗରେ ରଖି ତିଆରି ହେଉଛି ବିଶାଳ ତୋରଣ । ରାଜ୍ୟ ବାହାରୁ କାରିଗର ଆସି ଏହି ତୋରଣ ତିଆରି କରୁଛନ୍ତି । ବର୍ଷା ବାଧକ ସାଜୁଥିଲେ ବି ଜାରି ରହିଛି କାମ । ସବୁ ବର୍ଷ ପରି ଚଳିତବର୍ଷ ମଧ୍ୟ କିଛି ନୂଆ ଢଙ୍ଗରେ ନିଜ ପୂଜା କମିଟିକୁ ଉପସ୍ଥାପିତ କରିବାକୁ ବ୍ୟଗ୍ର ରହିଛନ୍ତି ସମସ୍ତ ପୂଜା କମିଟି । ଦୁର୍ଗାପୂଜା ପରି ଗଣେଶ ପୂଜାକୁ ମଧ୍ୟ ପ୍ରତିଯୋଗିତା ଭିତ୍ତିରେ କରାଯାଉଥିବା ପୂଜା କମିଟି ମେମ୍ବରମାନେ ପ୍ରକାଶ କରିଛନ୍ତି ।

ଅନ୍ୟପଟେ ଗଣେଶ ମୂର୍ତ୍ତି କାମ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଦୋ ମାଟିଆ ପରେ ଖଡ଼ି ରଙ୍ଗ ସରିଛି । କେବଳ ବିଭିନ୍ନ ରଙ୍ଗରେ ସଜ୍ଜିତ ହେବା ପରେ ଗଣପତି ଜୀବନ୍ତ ପରି ଦୃଶ୍ୟ ହେବେ । ତେବେ ଆଉ 2 ଦିନ ମଧ୍ୟରେ ସମସ୍ତ ରଙ୍ଗ କାମ ସରିବ ବୋଲି କହିଛନ୍ତି ରଙ୍ଗ ମିସ୍ତ୍ରୀ ଶ୍ରୀଧର ପରିଡା ।

ଆଉ ଦିନ ଗୋଟିଏ ପରେ ପ୍ରଭୁ ଗଜାନନଙ୍କ ଆଗମନ ହେବ । ହେଲେ ଲଘୁଚାପ ଜନିତ ବର୍ଷା ସମସ୍ତ ପ୍ରସ୍ତୁତିକୁ ବାଧା ଦେବନି ତ? ଏନେଇ ସଂଶୟରେ ପଡିଛନ୍ତି ଉଭୟ ଭକ୍ତ ଆଉ ପୂଜା କମିଟି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ଆସୁଛି ଗଣେଶ ପୂଜା । ଏନେଇ କଟକ ବାଉନ ବଜାର ତେପନ ଗଳି ରେ ଖୁସି ଆଉ ଉତ୍ସାହ ର ମାହୋଲ । ସମସ୍ତେ ଚାହିଁ ରହିଛନ୍ତି ଗଣପତି ବାପା ଙ୍କ ସ୍ୱାଗତ ପାଇଁ । କିପରି ଭାବେ ସହର ରେ ଏହି ପୂଜା କୁ ଧୁମଧାମରେ ପାଳନ କରାଯିବ ସେ ଦିଗରେ ବେଶ ଯତ୍ନବାନ ରହିଛନ୍ତି କଟକିଆ । ତେବେ ଦୁର୍ଗା ପୂଜା ପୂର୍ବରୁ ଏହି ଗଣେଶ ପୂଜା କୁ ମଧ୍ୟ ସମାନ ଢ଼ଙ୍ଗରେ ପାଳନ କରାଯିବା ନେଇ ସ୍ଥିର କରିଛନ୍ତି କଟକବାସୀ ।

ମହକିଲାଣି ଲଡୁ ର ବାସ୍ନା ।

Body:ଭିଓ୧: କିଛି ଦିନ ପରେ ଗଣେଶ ଚତୁର୍ଥୀ । ଯାହାକୁ ନେଇ ଉତ୍ସବ ମୁଖର ସାରା ସହର । ଗଳି କାନ୍ଦି ରେ ଆରମ୍ଭ ହୋଇଗଲାଣି ତୋରଣ ନିର୍ମାଣ କାମ । କେଉଁଠି 60 ଫୁଟ ତ କେଉଁଠି 40 ଫୁଟ । ବିଭିନ୍ନ ଚିତ୍ରକଳା କୁ ଆଖିଆଗରେ ରଖି ତିଆରି ହେଉଛି ଵିଶାଳ ତୋରଣ । ରାଜ୍ୟ ବାହାରୁ କାରିଗର ଆସି ଏହି ତୋରଣ ତିଆରି କରୁଛନ୍ତି । ବର୍ଷା ବାଧକ ସାଜୁଥିଲେ ବି ଜାରି ରହିଛି କାମ । ସବୁ ବର୍ଷ ପରି ଚଳିତବର୍ଷ ମଧ୍ୟ କିଛି ନୂଆ କରିବା ଉଦେଶ୍ୟ ରେ ରହିଛନ୍ତି ସମସ୍ତ କମିଟି । ଦୁର୍ଗାପୂଜା ପରି ଗଣେଶ ପୂଜା ମଧ୍ୟ ଏକ ପ୍ରତିଯୋଗିତା ଭଳି କହିଛନ୍ତି ପୂଜା କମିଟି ମେମ୍ବର ।

ବାଇଟ: ମନୋରଞ୍ଜନ ମହାପତ୍ର ( ଇଣ୍ଡିପେଣ୍ଡେନସ କ୍ଲବ )
ବାଇଟ: ସଙ୍କର ( ଦିବ୍ୟଜ୍ୟୋତି କ୍ଲବ )

ଭିଓ୨: ଅନ୍ୟପଟେ ଗଣେଶ ମୂର୍ତ୍ତି କାମ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଦୋ ମାଟିଆ ପରେ ଖଡ଼ି ରଙ୍ଗ ସରିଛି । କେବଳ ବିଭିନ ରଙ୍ଗ ଲାଗିଲା ପରେ ପ୍ରଭୁ ଙ୍କୁ ଜୀବନ୍ତ ପରି ଦୃଶ୍ୟ ହେବେ । ତେବେ ଆଉ 2 ଦିନ ମଧ୍ୟରେ ସମସ୍ତ ରଙ୍ଗ କାମ ସରିବ ବୋଲି କହିଛନ୍ତି ରଙ୍ଗ ମିସ୍ତ୍ରୀ ଶ୍ରୀଧର ପରିଡା ।

ବାଇଟ: ଶ୍ରୀଧର ପରିଡା (ରଙ୍ଗ ମିସ୍ତ୍ରୀ )

Conclusion:ଫାଭିଓ: ତେବେ ଆସନ୍ତା ସୋମବାର ପ୍ରଭୁ ଗଜାନନ ଙ୍କ ଆଗମନ ହେବ। ଆଉ ଖୁସି ରେ ଆତ୍ମହରା ହେବେ କଟକବାସୀ । କିନ୍ତୁ ଲଘୁଚାପଜନିତ ଜନିତ ବର୍ଷା ଏହି ଖୁସି ରେ ବାଧା ସାଯିବନିତ ? ଯାହାକୁ ନେଇ ସଂଶୟ ରେ ଭକ୍ତ ଆଉ ପୂଜା କମିଟି ।

କଟକ ରୁ ପ୍ରଭୁକଲ୍ୟାଣ ପାଲ ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.