ETV Bharat / state

ଇନଷ୍ଟାଗ୍ରାମ ରିଲ୍‌ରୁ ରିଅଲ କ୍ରାଇମ, ଡକାୟତ ଗ୍ୟାଙ୍ଗକୁ ଧରିଲା ପୋଲିସ

author img

By

Published : Jan 4, 2023, 10:18 PM IST

7 ଜଣିଆ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହେଲା କଟକ ସଦର ଥାନା ପୋଲିସ । ଖେଳନା ବନ୍ଧୁକ ଧରି ହାଇୱେରେ ଲୁଟୁଥିଲେ ଏହି ଗ୍ୟାଙ୍ଗ । ଏହି ଗ୍ୟାଙ୍ଗ ନାମରେ ପୂର୍ବରୁ ସଦର ଥାନାରେ ମାମଲା ରୁଜୁ କରାଯାଇଛି । ଅଧିକ ପଢନ୍ତୁ

ଲୁଟେରା ଗ୍ୟାଙ୍ଗକୁ ଗିରଫ କରି କୋର୍ଟ ଚାଲାଣ କରାଯାଉଛି

ଇନଷ୍ଟାଗ୍ରାମ ରିଲ୍‌ରୁ ରିଅଲ କ୍ରାଇମ, ଡକାୟତି ଗ୍ୟାଙ୍ଗକୁ ଧରିଲା ପୋଲିସ

କଟକ: ସୋସିଆଲ ମିଡିଆ ରିଲରୁ ରିଅଲ କ୍ରାଇମ । ପ୍ରଥମେ ଗୋଟିଏ ଖେଳନା ବନ୍ଧୁକ ଧରି ଏମାନେ ରିଲ୍‌ କରୁଥିଲେ । ଏବେ ସେହି ବନ୍ଧୁକ ଦେଖାଇ ସିଧାସଳଖ ଜାତୀୟ ରାଜପଥରେ ଡ଼କାୟତି ଆରମ୍ଭ କଲେ । ଆଜି(ବୁଧବାର) ଏଭଳି ଏକ ଡ଼କାୟତ ଗ୍ୟାଙ୍ଗକୁ ଗିରଫ କରିଛି କଟକ ସଦର ଥାନା ପୋଲିସ । ତେବେ ଏହି ଗ୍ୟାଙ୍ଗରେ ରହିଛନ୍ତି 7 ଜଣ ସଦସ୍ୟ । ସେମାନଙ୍କ ମଧ୍ୟରେ ଜଣେ ନାବାଳିକ ମଧ୍ୟ ରହିଥିବା ଜଣା ପଡ଼ିଛି । ସେମାନଙ୍କଠାରୁ ୨୦ଟି ୱାକିଟକି, ୧୩ଟି ମୋବାଇଲ୍, ସୁନା ଅଳଙ୍କାର, ଏକ ଲୁହା ରଡ଼, ନଗଦ ଟଙ୍କା, ଖେଳନା ବନ୍ଧୁକ, କାର୍, ୩ଟି ମଟର ସାଇକେଲ, ଜାଲ ଆଧାର, ପ୍ୟାନ କାର୍ଡ ଜବତ କରିଛି ପୋଲିସ ।

ଏହି ଘଟଣାରେ ପୋଲିସ ମୋଟ ୭ ଜଣଙ୍କୁ ଗିରଫ କରିଥିବା କହିଛନ୍ତି କଟକ DCP ପିନାକ ମିଶ୍ର । ଏହି ଲୁଟେରା ଗ୍ୟାଙ୍ଗ ଖେଳନା ବନ୍ଧୁକ ଦ୍ଵାରା ଭୟ ସୃଷ୍ଟି କରି ହାଇୱେରୁ ଲୁଟ୍‌ କରୁଥିଲେ । ବିଶେଷ କରି ନିଛାଟିଆ ସ୍ଥାନମାନଙ୍କରେ ଏହି ଡକାୟତି ଗ୍ୟାଙ୍ଗ ସକ୍ରିୟ ରହୁଥିଲେ । ତେବେ ଗତକାଲି(ମଙ୍ଗଳବାର) ରାତିରେ ଏହି ଗ୍ୟାଙ୍ଗକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ସଦର ଥାନା ପୋଲିସ । ଏହି ଗ୍ୟାଙ୍ଗର ମୁଖ୍ୟ ହେଉଛନ୍ତି ମଦନ ବେହେରା । ପୂର୍ବରୁ କଟକର ବିଭିନ୍ନ ଥାନାରେ ମଧ୍ୟ ଏହି ଗ୍ୟାଙ୍ଗର ସଦସ୍ୟ ନାଁରେ ମାମଲା ରୁଜୁ ହୋଇଛି । ଏମାନଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରାଯାଇଛି ।

ଘଟଣା ବାବଦରେ କଟକ ଡିସିପି ପିନାକ ମିଶ୍ର କହିଛନ୍ତି "ସଦର ପିଏସର ଏକ ସ୍ବତନ୍ତ୍ର ଦଳ ୭ ଜଣିଆ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛନ୍ତି । ସେମାନଙ୍କୁଠାରୁ ବହୁଳ ମାତ୍ରାରେ ଚୋରି ସାମଗ୍ରୀ ଜବତ କରାଯାଇଛି । ଗିରଫ ୭ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୬ ସାବାଳକ ଓ ଜଣେ ନାବାଳକ ରହିଛନ୍ତି । ଗୋଟିଏ କାର, ତିନୋଟି ମଟରସାଇକଲ, 20 ୱାକିଟକି, ୧୩ଟି ମୋବାଇଲ ଫୋନ ଜବତ କରାଯାଇଛି । ଏହି ସବୁ ଜିନିଷ ସେମାନେ ବିଭିନ୍ନ ସ୍ଥାନରୁ ଖେଳନା ବନ୍ଧୁକ ଦେଖାଇ ଲୁଟିଥିଲେ ।"

"ସଦର ଥାନରେ ଏମାନଙ୍କ ବିରୋଧରେ ପୂର୍ବରୁ ଚାରୋଟି କେସ୍ ମାମଲା ରୁଜୁ କରାଯାଇଥିଲା । ୬୦୯, ୬୧୨ ନମ୍ବର କେସ୍ ଏହି ଗ୍ୟାଙ୍ଗ ନାମରେ ମାମଲା ରୁଜୁ ହୋଇଥିଲା । ନଭେମ୍ବର ୧୧ ତାରିଖରେ ମଧ୍ୟ ଗୋଟିଏ ଏହି ଗ୍ୟାଙ୍ଗ ନାମରେ ଏତଲା ଦାୟର କରାଯାଇଥିଲା । ଏହା ପରେ କଟକ ସଦର ଥାନା ପୋଲିସ ସ୍ବତନ୍ତ୍ର ଦଳ ଗଠନ କରି ଏହି ୭ ଜଣିଆ ଲୁଟେରା ଗ୍ୟାଙ୍ଗକୁ ଧରିବାକୁ ସଫଳ ହୋଇଛି । ଏହା ସହିତ ସେମାଙ୍କଠାରୁ ଚୋରି ସାମଗ୍ରୀ ମଧ୍ୟ ଜବତ କରାଯାଇଛି ।" ଏହା କହିଛନ୍ତି କଟକ ଡିସିପି ପିନାକ ମିଶ୍ର ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.