ETV Bharat / state

କୁମ୍ଭାର ସାହି ପ୍ରିନ୍ସ ମୃତ୍ୟୁ ଘଟଣା, ଯୋଜନାବଦ୍ଧ ହତ୍ୟା ଅଭିଯୋଗ ଆଣିଲେ ସାଥୀ

author img

By

Published : Jul 19, 2022, 5:51 PM IST

Updated : Jul 19, 2022, 7:30 PM IST

କଟକ କୁମ୍ଭାର ସାହି ପ୍ରିନ୍ସ ମୃତ୍ୟୁ ଘଟଣା । ଯୋଜନାବଦ୍ଧ ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ସାଙ୍ଗ । ଅଧିକ ପଢନ୍ତୁ

କୁମ୍ଭାର ସାହି ପ୍ରିନ୍ସ ମୃତ୍ୟୁ ଘଟଣା, ଯୋଜନାବଦ୍ଧ ହତ୍ୟା ଅଭିଯୋଗ ଆଣିଲେ ବନ୍ଧୁ

କଟକ: ବକ୍ସି ବଜାର କୁମ୍ଭାର ସାହି ନାଗିନା ଗଳିର ପ୍ରିନ୍ସ ପ୍ରବୀଣ ଗାଏକ୍ବାର୍ଡଙ୍କ ଆତ୍ମହତ୍ୟା ଘଟଣା ଧିରେ ଧିରେ ଭିନ୍ନ ମୋଡ଼ ନେଉଛି । ସୁପରିକଳ୍ପିତ ହତ୍ୟା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଯୁବକ ଓ ପ୍ରିନ୍ସଙ୍କ ସାଙ୍ଗସାଥୀ । ମୃତ୍ୟ ସମୟରେ କାନ ମୁଣ୍ଡା କିପରି ଫାଟିଲା ବୋଲି ଅଭିଯୋଗ କରିଛନ୍ତି ପ୍ରିନ୍ସଙ୍କ ବନ୍ଧୁ । ଏପରି ସ୍ଥିତିରେ ପୋଲିସ ଶୀଘ୍ର ନ୍ୟାୟ ପ୍ରଦାନ କରୁ ବୋଲି ସେମାନେ ଦାବି କରିଛନ୍ତି ।

ସୂଚନାନୁସାରେ ପ୍ରିନ୍ସ କଟକ କୁମ୍ଭାର ସାହିରେ ରହୁଥିବା ବେଳେ ବଣିଆ ସାହିରେ ତାଙ୍କର ଏକ ସୁନା ଦୋକାନ ରହିଛି । ପ୍ରିନ୍ସ ଅନାଥ ହୋଇଥିବା ବେଳେ ସମ୍ପର୍କୀୟଙ୍କ ସହ ଏଠାରେ ରୁହନ୍ତି । କିନ୍ତୁ କିଛିଦିନ ହେବ ସମ୍ପର୍କୀୟ ଓ ପ୍ରିନ୍ସଙ୍କ ସମ୍ପର୍କରେ ତିକ୍ତତା ଆସିଥିବା କଥା ଅଭିଯୋଗ କରିଛନ୍ତି ସ୍ଥାନୀୟ ସାଙ୍ଗ । ତେବେ ଗତକାଲି ବିଳମ୍ବିତ ରାତିରେ ପ୍ରିନ୍ସଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହେବା ପରେ ବର୍ତ୍ତମାନ ଏହା ଯୋଜନାଵଦ୍ଧ ହତ୍ୟା ବୋଲି ଅଭିଯୋଗ କରିଛନ୍ତି ସାଙ୍ଗସାଥୀ ।

ଜଣେ ଦଉଡି଼ ଦେଇ ଆତ୍ମହତ୍ୟା କରିବା ବେଳେ କିପରି ତାଙ୍କର କାନମୁଣ୍ଡା ଫାଟିଥିଲା ତାକୁ ନେଇ ଉଠିଛି ପ୍ରଶ୍ନ । ଅନ୍ୟପଟେ ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଘଟଣାର ପୁଙ୍ଖାନୁପଙ୍ଖ ତଦନ୍ତ ପରେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ଓ ନ୍ୟାୟ ମିଳିପାରିବ ବୋଲି ଆଶା ରଖିଛନ୍ତି ମୃତକଙ୍କ ସମସ୍ତ ସାଙ୍ଗ ।

ଇଟିଭି ଭାରତ, କଟକ

Last Updated : Jul 19, 2022, 7:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.