ETV Bharat / state

ପୋଲିସର ପରିଚୟ ଦେଇ ସୁନା ଲୁଟିନେଲେ ଦୁର୍ବୃତ୍ତ - ପୋଲିସର ପରିଚୟ ଦେଇ ଲୁଟିନେଲେ ସୁନା

କଟକ ସହର ବଜ୍ରକବାଟି ଅଞ୍ଚଳରେ ଲୁଟ ଅଭିଯୋଗ । ପୋଲିସ ପରିଚୟ ଦେଇ ବୃଦ୍ଧଙ୍କ ଠାରୁ ଲୁଟିନେଲେ ସୁନା ଅଳଙ୍କାର । ଅଧିକ ପଢ଼ନ୍ତୁ

ପୋଲିସର ପରିଚୟ ଦେଇ ଲୁଟିନେଲେ ସୁନା
fraudster posing as a policeman looted gold
author img

By

Published : Jul 5, 2023, 8:45 PM IST

fraudster posing as a policeman looted gold

କଟକ: ପୋଲିସ ପରିଚୟ ଦେଇ ବୃଦ୍ଧଙ୍କ ଠାରୁ ଲୁଟିନେଲେ ସୁନା ଅଳଙ୍କାର । କଟକ ସହର ବଜ୍ରକବାଟି ଅଞ୍ଚଳରେ ଜଣେ ବୃଦ୍ଧଙ୍କୁ ଚେନ ଓ ମୁଦି ଓହ୍ଲାଇବାକୁ କହି ଲୁଟିନେଲେ । ଦୁଇ ଜଣ ବାଇକରେ ଆସି ତାଙ୍କ ଠାରୁ ସୁନା ଚେନ ଲୁଟ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, କଲେଜ ଛକ ବାସିନ୍ଦା ବିଜୟ ରାଉତ ମଧ୍ୟାହ୍ନ ସମୟରେ ଦୁଇ ଚକିଆ ଯାନରେ ରାଣୀହାଟରୁ ବାଦାମବାଡ଼ି ଆଡକୁ ଆସୁଥିଲେ । ଏତିକି ବେଳେ ବଜ୍ରକବାଟି ଠାରେ ଏକ ବାଇକରେ ଆସି ଦୁଇ ଜଣ ଯୁବକ ନିଜକୁ ପୋଲିସ ପରିଚୟ ଦେଇ ବିଜୟଙ୍କୁ ଅଟକାଇ ଥିଲେ । ତାଙ୍କୁ କଥାରେ ଫସେଇବା ପରେ ବିଜୟ ପିନ୍ଧିଥିବା ସୁନା ଚେନ ଓ ସୁନା ମୁଦିକୁ ଲୁଟ କରି ନେଇ ଥିବା ଅଭିଯୋଗ ହୋଇଛି । ଏନେଇ ସେ ବାଦାମବାଡ଼ି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣା ନେଇ ବିଜୟ କହିଛନ୍ତି, "ଉଭୟେ ସାଦା ପୋଷାକରେ ଥିଲେ ଏବଂ ପୋଲିସର ପରିଚୟ ପତ୍ର ଦେଖାଇ ମୋ ସହ କଥା ହୋଇଥିଲେ । ସ୍କୁଟରରେ ବଜ୍ରକବାଟିରୁ ଦୋଳମୁଣ୍ଡାଇ ଆଡ଼କୁ ଆସୁଥିବା ବେଳେ ହିନ୍ଦୀ ଭାଷାରେ କଥା ହେଉଥିବା ଦୁଇଜଣ ଲୁଟେରା ନିଜକୁ ପୋଲିସ ପରିଚୟ ଦେଇ ସୁନା ଅଳଙ୍କାର ଓହ୍ଲାଇ ଗାଡ଼ି ଡିକିରେ ରଖିବାକୁ କହିଥିଲେ । ଏମିତିକି ଆଗରେ ଲୁଟେରା ବୁଲୁଥିବା ଭୟ ଦେଖାଇଥିଲେ । ଯେତେବେଳେ ସୁନାକୁ ଡିକିରେ ରଖିଥିଲି ସେତେବେଳେ ସୁନାକୁ ଧରି ଫେରାର ହୋଇଯାଇଥିଲେ । ପ୍ରାୟ ୬୦ ଗ୍ରାମ ସୁନା ସେମାନେ ଲୁଟି ନେଇଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ: ସୁନା ସଫେଇ ଆଳରେ ଲୁଟିନେଲେ ୪ଲକ୍ଷ ଟଙ୍କାର ଅଳଙ୍କାର

ଏହାର ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ବେଳେ ସେଠାରେ ଦୋକାନ ମାନଙ୍କରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରୁଛି । ଏପରି ସ୍ଥଳେ ଲୋକ ମାନଙ୍କ ସୁରକ୍ଷା ପାଇଁ ଏକ ବଡ଼ ପ୍ରଶ୍ନ ସୃଷ୍ଟି କରିଛି । ପୂର୍ବରୁ କଲେଜ ଛକ ଏପରି ଅଭାବନୀୟ ଘଟଣା ଘଟିଥିଲା । ଏକ ବ୍ରହ୍ମଣଙ୍କୁ ଦିନ ଦ୍ବିପ୍ରହରରେ ପୋଲିସ ପରିଚୟ ଦେଇ ସୁନା ଅଳଙ୍କାର ଲୁଟି ନେଇଥିଲେ ଦୁର୍ବୁତ୍ତ । ଏନେଇ ପୋଲିସ ତଦନ୍ତ ମଧ୍ୟ ଜୋରଦାର କରିଥିଲା । ତେବେ ଘଟଣାର କିଛି ଦିନ ନିବିତୁଣୁ ଆଉ ଏକ ଲୁଟ ଘଟଣା ସମ୍ନାକୁ ଆସିଛି । ଏ ଦିଗରେ ଶୀଘ୍ର କାର୍ଯ୍ୟନୁଷ୍ଠାନ ନ ନେଲେ ସମାଜରେ ସୁରକ୍ଷା ଦିଗ ଭୁଶୁଡିଯିବ ବୋଲି ଅଭିଯୋଗକାରୀ କହିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.