କଟକ: ଖୋଲୁଛି ଭଣ୍ଡ ତାନ୍ତ୍ରିକ କୈଫିକ ଖାନ୍ର କଳା ଦୁନିଆର ରହସ୍ୟ । ୪ ଦିନିଆ ରିମାଣ୍ଡରେ ଥିବା କୈଫିକଙ୍କୁ ଆଜି ଆଜି ଦ୍ବିତୀୟ ଦିନରେ ଅନେକ ପ୍ରଶ୍ନ ପଚାରିଛି ପୋଲିସ । ଗତକାଲି ରିମାଣ୍ଡର ପ୍ରଥମ ଦିନରେ ପୋଲିସ ପ୍ରଶ୍ନର ଉତ୍ତର ଠିକ ଭାବରେ ଦେଉ ନ ଥିଲା । କେବଳ ସେତିକି ନୁହେଁ ବରଂ ପୋଲିସ ପଚାରୁଥିବା ପ୍ରଶ୍ନରେ ସେ ଅନେକ ମିଛ କଥା କହୁଥିଲା । ଯାହାକି କ୍ରସ୍ ଚେକ୍ କରିବାରୁ ସେ ସତ କଥା କହିଲା ବୋଲି ଥାନାଧିକାରୀ କହିଛନ୍ତି ।
ତେବେ ଗତକାଲି ରିମାଣ୍ଡର ପ୍ରଥମ ଦିନରେ ତାର ଆର୍ଥିକ କାରବାର ସମ୍ପର୍କରେ ତଥ୍ୟ ହାସଲ କରିଛି ପୋଲିସ । ତାର ସାହାରା ଇଣ୍ଡିଆରେ ୧୬ ଲକ୍ଷ ଟଙ୍କାର ଫିକ୍ସ ଡିପୋଜିଟ ଏବଂ ସେୟାର ମାର୍କେଟରେ ୧୪ ଲକ୍ଷ ଟଙ୍କା ରହିଥିବା ଥାନାଧିକାରୀ ସୂଚନା ଦେଇଛନ୍ତି । ତେବେ ଆହୁରି କେଉଁଠି ଠକେଇ ଟଙ୍କା ବିନିଯୋଗ କରିଛି ଏବଂ କେତେ ଟଙ୍କା ଠକେଇ କରିଛି ତାର ତଦନ୍ତ କରୁଛି ପୋଲିସ ।
ଏହା ମଧ୍ୟ ପଢନ୍ତୁ- Cyclone Mocha: 7ରୁ ଫେରିବ ତାତି, ଆଉ 2ଦିନ କାଳବୈଶାଖୀ ଆଲର୍ଟ; ୯ ତାରିଖ ପରେ ବାତ୍ୟା ସମ୍ଭାବନା
ପ୍ରକାଶ ଥାଉକି, ଜଣେ ମହିଳାଙ୍କର ନବଜାତ ଶିଶୁଙ୍କ ବାରମ୍ବାର ମୃତ୍ୟୁ ଘଟୁଥିବା ବେଳେ ଏହାର ପୁନରାବୃତ୍ତି ଯେଭଳି ନଘଟିବ ସେଥିପାଇଁ ତନ୍ତ୍ର ସାଧନ କରିବାକୁ କୈଫିକ କହିଥିଲା । ଏଥିପାଇଁ ମହିଳାଙ୍କ ଶ୍ବଶୁର ଓ ବାପାଙ୍କୁ ପାଞ୍ଚ ଲକ୍ଷ ଟଙ୍କା ମାଗିଥିଲା । ସେହିପରି ଘରୁ ଭୂତପ୍ରେତ ଛଡ଼ାଇବାକୁ ବି କହିଥିଲା । ମୋଟ ୫ ଲକ୍ଷ ଟଙ୍କାରୁ ଦେଢ଼ ଲକ୍ଷ ଟଙ୍କା ପ୍ରାଥମିକ ପର୍ଯ୍ୟାୟରେ ଦେଇଥିବା ବେଳେ ପରବର୍ତ୍ତୀ ସମୟରେ ଆଉ ସାଢ଼େ ୩ ଲକ୍ଷ ଟଙ୍କା ନେଇଥିଲା କୈଫିକ । କିନ୍ତୁ ପୁନଃ ମହିଳାଙ୍କ ନବଜାତକର ମୃତ୍ୟୁ ହେବାରୁ ତାନ୍ତ୍ରିକକୁ ଟଙ୍କା ଫେରାଇବାକୁ ଦାବି କରିବାରୁ ଧମକଚମକ ଦେବା ଆରମ୍ଭ କରି ଦେଇଥିଲା କୈଫିକ ।
ଏହା ମଧ୍ୟ ପଢନ୍ତୁ-ଫେକ୍ସ୍ପଟ୍ ଅଧିଗ୍ରହଣ ହାସଲ କଲା Mozilla, ସୁବିଧାରେ ଚିହ୍ନଟ କରିହେବ ନକଲି ସାମଗ୍ରୀ
ପରବର୍ତ୍ତୀ ସମୟରେ ଦେଢ଼ ଲକ୍ଷ ଟଙ୍କା ଫେରସ୍ତ କରିଥିବା ବେଳେ ଆଉ ସାଢ଼େ ତିନି ଲକ୍ଷ ଟଙ୍କା ଦେଇ ନଥିଲା । ମାତ୍ର କୈଫକକୁ ପୋଲିସ ଗିରଫ କରିବା ଖବର ପାଇ ମହିଳାଙ୍କ ବାପା କଟକ ମଙ୍ଗଳାବାଗ ଥାନାର ଦ୍ୱାରସ୍ତ ହୋଇଥିଲେ । ତାନ୍ତ୍ରିକ କୈଫିକକୁ ୪ ଦିନିଆ ରିମାଣ୍ଡରେ ଆଣି ତଦନ୍ତ ପ୍ରକ୍ରିୟା ଜୋରଦାର କରୁଛି ପୋଲିସ । ବିଶେଷକରି ଆର୍ଥିକ କାରବାରକୁ ନେଇ ପଚରାଉଚରା କରୁଛି ପୋଲିସ ।
ଇଟିଭି ଭାରତ, କଟକ